ଧୋନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ଏସିଆ ଏକାଦେଶରେ ଧୋନୀଙ୍କୁ ମିଳିଲାନି ସ୍ଥାନ, ଏହି ୪ ଖେଳାଳିଙ୍କୁ ବାଛିଲା ବିସିସିଆଇ

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏସିଆ ଏକାଦଶ ପାଇଁ ୪ ଖେଳାଳିଙ୍କ ନାମ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)କୁ ପଠାଇଛନ୍ତି। ଏଥିରେ ଅଧିନାୟକ ବିରାଟ କୋହଲି, ଓପନର ଶିଖର ଧାଓ୍ବନ, ପେସର ମହମ୍ମଦ ଶାମି ଓ ଚାଇନାମ୍ୟାନ କୁଲଦୀପ ଯାଦବ ରହିଛନ୍ତି। ପୂର୍ବରୁ ଧୋନୀଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ମିଳିଲାନି ସୁଯୋଗ। ଆସନ୍ତା ମାର୍ଚ୍ଚ ୧୮ ଓ ୨୧ ତାରିଖରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି୨୦ ମ୍ୟାଚ୍ ଖେଳାଯିବ। ବାଂଲାଦେଶ ପ୍ରତିଷ୍ଠାତା
 
ଧୋନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ଏସିଆ ଏକାଦେଶରେ ଧୋନୀଙ୍କୁ ମିଳିଲାନି ସ୍ଥାନ, ଏହି ୪ ଖେଳାଳିଙ୍କୁ ବାଛିଲା ବିସିସିଆଇ


ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏସିଆ ଏକାଦଶ ପାଇଁ ୪ ଖେଳାଳିଙ୍କ ନାମ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)କୁ ପଠାଇଛନ୍ତି। ଏଥିରେ ଅଧିନାୟକ ବିରାଟ କୋହଲି, ଓପନର ଶିଖର ଧାଓ୍ବନ, ପେସର ମହମ୍ମଦ ଶାମି ଓ ଚାଇନାମ୍ୟାନ କୁଲଦୀପ ଯାଦବ ରହିଛନ୍ତି। ପୂର୍ବରୁ ଧୋନୀଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ମିଳିଲାନି ସୁଯୋଗ। ଆସନ୍ତା ମାର୍ଚ୍ଚ ୧୮ ଓ ୨୧ ତାରିଖରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି୨୦ ମ୍ୟାଚ୍‌ ଖେଳାଯିବ। ବାଂଲାଦେଶ ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ୧୦୦ତମ ଜନ୍ମ ବାର୍ଷକି ଅବସରରେ ଏହି ଦୁଇ ମ୍ୟାଚ୍‌ ଶେର ଇ ବାଂଲା ଷ୍ଟାଡିୟମରେ ଖେଳାଯିବ।

ଧୋନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ଏସିଆ ଏକାଦେଶରେ ଧୋନୀଙ୍କୁ ମିଳିଲାନି ସ୍ଥାନ, ଏହି ୪ ଖେଳାଳିଙ୍କୁ ବାଛିଲା ବିସିସିଆଇ

ଖେଳାଳିଙ୍କ ବ୍ୟକ୍ତିଗତ କାର୍ଯ୍ୟସୂଚୀ ଯାଞ୍ଚ କରିବା ପରେ ବିସିସିଆଇ ଖେଳାଳି ଚୟନ କରି ବିସିବିକୁ ପଠାଇଛି। ଫଳରେ ବିସିବି ଏସିଆ ଏକାଦଶ ଦଳ ପ୍ରସ୍ତୁତ କରିପାରିବ। ପୂର୍ବରୁ ଏସିଆ ଏକାଦଶ ଦଳରେ କେଉଁ ଦେଶର ସଦସ୍ୟ ଖେଳିବେ, ସେ ନେଇ ଚିନ୍ତାରେ ଥିଲା ବିସିବି। କାରଣ ପାକିସ୍ତାନ ଖେଳାଳି ଦଳରେ ସାମିଲ ହେଲେ ଭାରତ ଖେଳିବ ନାହିଁ ବୋଲି ବିସିସିଆଇ ସିଧାସଳଖ ମନା କରିଦେଇଥିଲା।

ଧୋନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ଏସିଆ ଏକାଦେଶରେ ଧୋନୀଙ୍କୁ ମିଳିଲାନି ସ୍ଥାନ, ଏହି ୪ ଖେଳାଳିଙ୍କୁ ବାଛିଲା ବିସିସିଆଇ

ତେବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଦେଶର କୌଣସି ଖେଳାଳି ଉପଲବ୍ଧ ନ ଥିବାରୁ ଏସିଆ ଏକାଦଶ ଅଂଶ ହୋଇପାରିବେ ନାହିଁ। ସେହି ସମୟରେ ପାକିସ୍ତାନରେ ପିଏସ୍‌ଏଲ ଚାଲିଥିବ। ଉଲ୍ଲେଖଯୋଗ୍ୟ, ବିଶ୍ବ ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ମାର୍ଚ୍ଚ ୧୬ରୁ ୨୧ ମଧ୍ୟରେ ଖେଳାଯିବ। ଅନ୍ୟପକ୍ଷରେ ପିଏସ୍‌ଏଲର ୫ମ ସଂସ୍କରଣ ୨୨ ତାରିଖରେ ଶେଷ ହେବ।