ଫାଶୀରୁ ବର୍ତ୍ତିବା ପାଇଁ ପୁଣି ନିର୍ଭୟା ଦୋଷୀଙ୍କ ନୂଆ ଚକ୍ରାନ୍ତ, ଦୋଷୀ ବିନୟ ଶର୍ମା କଲା ଏମିତି କାଣ୍ଡ

ପଟିଆଲା ହାଉସ କୋର୍ଟ ତୃତୀୟ ଥର ପାଇଁ ଫାଶୀର ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୩ ତାରିଖ ସକାଳ ପ୍ରାୟ ୪ଟା ସମୟରେ ନିର୍ଭୟା ଅଭିଯୁକ୍ତମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଫଳରେ ଏଥିପାଇଁ ତିହାର ଜେଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଗୁରୁବାର ଦିନ ତିହାର ଜେଲ୍ ପ୍ରକୋଷ୍ଠରେ ଅନ୍ୟତମ ନିର୍ଭୟା ଦୋଷୀ ବିନୟ ଶର୍ମା ଷ୍ଟାପ୍ଲର୍ ପିନ୍ ଗିଳିବାକୁ ଉଦ୍ୟମ କରିଥିଲା। ଏହା ପରେ ଜେଲ୍ କର୍ମଚାରୀମାନେ ତାଙ୍କୁ ଏଥିରୁ ନିବୃତ କରାଇ ଜେଲ୍
 
ଫାଶୀରୁ ବର୍ତ୍ତିବା ପାଇଁ ପୁଣି ନିର୍ଭୟା ଦୋଷୀଙ୍କ ନୂଆ ଚକ୍ରାନ୍ତ, ଦୋଷୀ ବିନୟ ଶର୍ମା କଲା ଏମିତି କାଣ୍ଡ

ପଟିଆଲା ହାଉସ କୋର୍ଟ ତୃତୀୟ ଥର ପାଇଁ ଫାଶୀର ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୩ ତାରିଖ ସକାଳ ପ୍ରାୟ ୪ଟା ସମୟରେ ନିର୍ଭୟା ଅଭିଯୁକ୍ତମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଫଳରେ ଏଥିପାଇଁ ତିହାର ଜେଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଗୁରୁବାର ଦିନ ତିହାର ଜେଲ୍‌ ପ୍ରକୋଷ୍ଠରେ ଅନ୍ୟତମ ନିର୍ଭୟା ଦୋଷୀ ବିନୟ ଶର୍ମା ଷ୍ଟାପ୍‌ଲର୍‌ ପିନ୍‌ ଗିଳିବାକୁ ଉଦ୍ୟମ କରିଥିଲା।

ଫାଶୀରୁ ବର୍ତ୍ତିବା ପାଇଁ ପୁଣି ନିର୍ଭୟା ଦୋଷୀଙ୍କ ନୂଆ ଚକ୍ରାନ୍ତ, ଦୋଷୀ ବିନୟ ଶର୍ମା କଲା ଏମିତି କାଣ୍ଡ

ଏହା ପରେ ଜେଲ୍‌ କର୍ମଚାରୀମାନେ ତାଙ୍କୁ ଏଥିରୁ ନିବୃତ କରାଇ ଜେଲ୍‌ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ବୋଲି ଜଣାପଡ଼ିଛି। ପୂର୍ବରୁ ଫେବ୍ରୁଆରି ୧୬ ତାରିଖ ଦିନ ମଧ୍ୟ ବିନୟ ରହୁଥିବା ପ୍ରକୋଷ୍ଠ କାନ୍ଥରେ ମୁଣ୍ଡ ବାଡ଼େଇ ଆହତ ହୋଇଥିବା କଥା ଜେଲ୍‌ କର୍ତ୍ତୃପକ୍ଷ କହିଥିଲେ। ସଙ୍ଗେ ସଙ୍ଗେ ଜେଲ୍‌ କର୍ମଚାରୀମାନେ ତାଙ୍କୁ କାବୁ କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଫାଶୀରୁ ବର୍ତ୍ତିବା ପାଇଁ ପୁଣି ନିର୍ଭୟା ଦୋଷୀଙ୍କ ନୂଆ ଚକ୍ରାନ୍ତ, ଦୋଷୀ ବିନୟ ଶର୍ମା କଲା ଏମିତି କାଣ୍ଡ

ଦୋଷୀ ବିନୟ ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ହସ୍‌ପିଟାଲ୍‌କୁ ପଠାଯାଉ ବୋଲି ବିନୟ ଶର୍ମାଙ୍କ ଓକିଲ କରିଥିବା ଆବେଦନକୁ ଗତକାଲି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଖାରଜ କରିଥିଲେ। ତେବେ ଫାଶୀ ତାରିଖର ଦୁଇ ଦିନ ପୂର୍ବରୁ  ଜଲ୍ଲାଦଙ୍କୁ ତିହାର ପହଞ୍ଚିବାକୁ କହିଛି ତିହାର ଜେଲ ପ୍ରଶାସନ।