ଫାଶୀ ପୂର୍ବରୁ ମୁକେଶର ବଡ ବୟାନ, ନିର୍ଭୟାଙ୍କ ସହ ସେଦିନର ନୃଶଂସ କାଣ୍ଡ ବିଷୟରେ କହିଲା ଏମିତି କଥା

ନିର୍ଭୟା ଗଣବଳାତ୍କାର ଘଟଣାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ରେ ଫାଶୀ ଦିଆଯିବ। ତିହାଡ ଜେଲରେ ଫାଶୀର ପ୍ରସ୍ତୁତି ଚାଲିଛି। ଏହି ଭିତରେ ଦୋଷୀଙ୍କ ଉଗ୍ର ହେବାର ଖବର ଆସୁଛି। ସେପଟେ ଏମାନଙ୍କ ଓକିଲ ଦୋଷୀଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଚେଷ୍ଟା ଚଲେଇଛନ୍ତି। ଦୋଷୀ ମୁକେଶର ମା ଅଦାଲତରେ ପୁଅର ଫାଶୀ ଅଟକାଇବା ପାଇଁ କାନ୍ଦି ପକାଇଥିବା ଖବର ସାମ୍ନାକୁ ଆସିଛି। ଦୋଷୀ ମୁକେଶ ସିଏ ଯିଏ ୨୦୧୫ ରେ ବିବିସିର ଏକ ଡକ୍ୟୁମେଣ୍ଟଟାରି ବି
 
ଫାଶୀ ପୂର୍ବରୁ ମୁକେଶର ବଡ ବୟାନ, ନିର୍ଭୟାଙ୍କ ସହ ସେଦିନର ନୃଶଂସ କାଣ୍ଡ ବିଷୟରେ କହିଲା ଏମିତି କଥା

ନିର୍ଭୟା ଗଣବଳାତ୍କାର ଘଟଣାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ରେ ଫାଶୀ ଦିଆଯିବ। ତିହାଡ ଜେଲରେ ଫାଶୀର ପ୍ରସ୍ତୁତି ଚାଲିଛି। ଏହି ଭିତରେ ଦୋଷୀଙ୍କ ଉଗ୍ର ହେବାର ଖବର ଆସୁଛି। ସେପଟେ ଏମାନଙ୍କ ଓକିଲ ଦୋଷୀଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଚେଷ୍ଟା ଚଲେଇଛନ୍ତି। ଦୋଷୀ ମୁକେଶର ମା ଅଦାଲତରେ ପୁଅର ଫାଶୀ ଅଟକାଇବା ପାଇଁ କାନ୍ଦି ପକାଇଥିବା ଖବର ସାମ୍ନାକୁ ଆସିଛି। ଦୋଷୀ ମୁକେଶ ସିଏ ଯିଏ ୨୦୧୫ ରେ ବିବିସିର ଏକ ଡକ୍ୟୁମେଣ୍ଟଟାରି ବି ଦେଇଥିଲା ଓ ସେ ଦୁନିଆ ଆଗରେ ନିଜ ବିଚାର ରଖିଥିଲା। ସେହି ଡକ୍ୟୁମେଣ୍ଟଟାରି ରେ ମୁକେଶ ଯାହା କହିଥିଲା ତାହା ଏବେ ପଦାକୁ ଆସିଛି। ଆସନ୍ତୁ ଜାଣିବା କଣ କହିଥିଲା ସେ..

ଫାଶୀ ପୂର୍ବରୁ ମୁକେଶର ବଡ ବୟାନ, ନିର୍ଭୟାଙ୍କ ସହ ସେଦିନର ନୃଶଂସ କାଣ୍ଡ ବିଷୟରେ କହିଲା ଏମିତି କଥା

ମୁକେଶର ବୟାନ ଓ ତାର ଓକିଲର ରାୟ ବିବିସି ୪ ରେ ଦେଖା ଯିବାକୁ ଥିବା ଏକ ଡକ୍ୟୁମେଣ୍ଟଟାରି ‘ଇଣ୍ଡିଆନ୍ ଡଟର୍’ ମାନେ ‘ଭାରତର ଝିଅ’ର ଅଂଶ ଅଟେ ଯାହାକୁ ଫିଲ୍ମକାର ଲେସଲି ଓଡବିନ୍ ପ୍ରସ୍ତୁତ କରିଛନ୍ତି। ମୁକେଶ ସିଂ ବିବିସି କୁ ଏକ ଏକ୍ସ୍ୟୁସିଭ୍ କଥାବାର୍ତ୍ତାରେ କହିଥିଲା କି ବଳାତ୍କାର ପାଇଁ ପୁରୁଷଙ୍କ ଠାରୁ ମହିଳାଙ୍କ ଦୋଷ ଅଧିକ। ଡିସେମ୍ବର ୨୦୧୨ ର ରାତି ନିର୍ଭୟା ନିଜ ପୁରୁଷ ବନ୍ଧୁଙ୍କ ସହ ଘରକୁ ଫେରିବା ବେଳେ ଏକ ବସରେ ଚଢିଥିଲେ। ବସ୍ ରେ ନିଭର୍ୟାଙ୍କ ସହ ଖରାପ ବ୍ୟବହାର ର ବିରୋଧ ହେବା ପରେ ତାଙ୍କ ବନ୍ଧୁଙ୍କୁ ମାଡ ମରା ଯାଇଥିଲା ଏବଂ ପଛ ଭାଗରେ ନିର୍ଭୟାଙ୍କୁ ସାମୁହିକ ଭାବରେ ଦୁଷ୍କର୍ମ କରାଯାଇଥିଲା।

ଫାଶୀ ପୂର୍ବରୁ ମୁକେଶର ବଡ ବୟାନ, ନିର୍ଭୟାଙ୍କ ସହ ସେଦିନର ନୃଶଂସ କାଣ୍ଡ ବିଷୟରେ କହିଲା ଏମିତି କଥା

ଏହି ଘଟଣା ଉପରେ ମୁକେଶ ସିଂ ଡକ୍ୟୁମେଣ୍ଟଟାରି ରେ କହିଥିଲା -‘ସାଳୀନ ମହିଳାଙ୍କୁ ରାତି ୯ ଟା ପରେ ଘର ବାହରକୁ ଯିବା ଉଚିତ୍ ନୁହେଁ। ଦୁଷ୍କର୍ମ ପାଇଁ ଝିଅ ପୁଅଙ୍କ ଠାରୁ ଅଧିକ ଦୋଷୀ ହୋଇଥାନ୍ତି। ଝିଅ ଓ ପୁଅ ସମାନ ନୁହନ୍ତି। ଝିଅଙ୍କୁ ଘରର କାମ କରିବା ଉଚିତ୍, ନା କି ରାତିରେ ଡିସ୍କୋ କିମ୍ବା ବାର୍ ରେ ଯାଇକି ଖରାପ କାମ ଓ ଛୋଟ କପଡା ପିନ୍ଧିବା।’

ଫାଶୀ ପୂର୍ବରୁ ମୁକେଶର ବଡ ବୟାନ, ନିର୍ଭୟାଙ୍କ ସହ ସେଦିନର ନୃଶଂସ କାଣ୍ଡ ବିଷୟରେ କହିଲା ଏମିତି କଥା

ନିର୍ଭୟା ସହିତ ହୋଇଥିବା ହିଂସା ଉପରେ ମୁକେଶ କହିଥିଲା। – ‘ଦୁଷ୍କର୍ମ ସମୟରେ ତାକୁ (ନିର୍ଭୟାକୁ) ବିରୋଧ କରିବା ଉଚିତ୍ ନଥିଲା। ତାକୁ ଚୁପଚାପ୍ ଦୁଷ୍କର୍ମ ହେବା ପାଇଁ ଛାଡିଦେବାର ଥିଲା। ଯଦି ସେମିତି ସେ କରିଥାନ୍ତା ତେବେ ଆମେ ତାକୁ ବିନା କିଛି କ୍ଷତି ପହଞ୍ଚାଇ ଛାଡି ଦେଇଥାନ୍ତୁ, ଆଉ କେବଳ ତା ସାଙ୍ଗ ହିଁ ମାଡ ଖାଇଥାନ୍ତା। ‘ ଫାଶୀର ଦଣ୍ଡ ଉପରେ ମୁକେଶର କହିବା ହେଲା, ‘ମୃତ୍ୟୁ ଦଣ୍ଡ ରେ ଝିଅଙ୍କ ପାଇଁ ଏବେ ଅସୁବିଧା ଆହୁରି ବଢିଗଲା। ଏବେ ଯଦି କିଏ ରେପ୍ କରିବ ତେବେ ସେ ଝିଅକୁ ଜୀବିତ ଛାଡିବନି, ଯେମିତି ଆମେ କରିଛୁ ସେ ବି ସେମିତି ଜୀବନରୁ ମାରିଦେବ। ‘