ମୋଦୀ ଓ ଟ୍ରମ୍ପଙ୍କ ସହ ଥିବା ଏହି ମହିଳା ଜଣଙ୍କ କିଏ! ତାଙ୍କ ପରିଚୟ ଜାଣି ଆଶ୍ଚର୍ଯ୍ୟ ହେବେ

ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚି ମୋଟେରା ଷ୍ଟାଡିୟମ୍ରେ ନିଜର ଅଭିଭାଷଣ ରଖିଛନ୍ତି। ଏହାସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ ପ୍ରଂଶସା କରିଛନ୍ତି। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ, ଝିଅ ଏବଂ ଜ୍ୱାଇଁ ମଧ୍ୟ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ। ଏହି ସମୟରେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମଧ୍ୟ ଉପସ୍ଥିତ ଥିଲେ। ଏହା
 
ମୋଦୀ ଓ ଟ୍ରମ୍ପଙ୍କ ସହ ଥିବା ଏହି ମହିଳା ଜଣଙ୍କ କିଏ! ତାଙ୍କ ପରିଚୟ ଜାଣି ଆଶ୍ଚର୍ଯ୍ୟ ହେବେ

ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚି ମୋଟେରା ଷ୍ଟାଡିୟମ୍‌ରେ ନିଜର ଅଭିଭାଷଣ ରଖିଛନ୍ତି। ଏହାସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ ପ୍ରଂଶସା କରିଛନ୍ତି। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ, ଝିଅ ଏବଂ ଜ୍ୱାଇଁ ମଧ୍ୟ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ। ଏହି ସମୟରେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମଧ୍ୟ ଉପସ୍ଥିତ ଥିଲେ। ଏହା ମଧ୍ୟରେ ଆଉ ଜଣେ ମହିଳାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଯିଏ କି ମୋଦୀ ଓ ଟ୍ରମ୍ପଙ୍କ ସହ ଦେଖିବାକୁ ମିଳିଥିଲେ।

ମୋଦୀ ଓ ଟ୍ରମ୍ପଙ୍କ ସହ ଥିବା ଏହି ମହିଳା ଜଣଙ୍କ କିଏ! ତାଙ୍କ ପରିଚୟ ଜାଣି ଆଶ୍ଚର୍ଯ୍ୟ ହେବେ

ପ୍ରକୃତରେ ସେହି ମହିଳା ଜଣଙ୍କ ନାମ ହେଉଛି ଗୁରଦିପ କୌର ଚାଓ୍ୱଲା। ଗୁରଦିପ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଅନୁବାଦକ(ଇଣ୍ଟରପ୍ରେଟର)ର କାମ କରୁଛନ୍ତି। ଗୁରଦିପ କୌର ଇତିମଧ୍ୟରେ ଆମେରିକା ଟ୍ରାନ୍ସଲେଟର ଏସୋସିଏସନ୍‌ର ମେମ୍ୱର ଅଟନ୍ତି। ଯେତେବେଳେ ମୋଦୀ ବିଦେଶରେ ହିନ୍ଦୀରେ ଭାଷଣ ଦେଇଥାନ୍ତି ସେଠାରେ ଗୁରଦୀପ ତାହାର ଇଂରାଜୀ ଅନୁବାଦ କରିଥାନ୍ତି। ଏପରି କରିବା ଦ୍ୱାରା ଅନ୍ୟ ବିଶ୍ୱନେତା ମାନେ ସହଜରେ ମୋଦୀଙ୍କ କଥା ବୁଝିପାରିଥାନ୍ତି।

ମୋଦୀ ଓ ଟ୍ରମ୍ପଙ୍କ ସହ ଥିବା ଏହି ମହିଳା ଜଣଙ୍କ କିଏ! ତାଙ୍କ ପରିଚୟ ଜାଣି ଆଶ୍ଚର୍ଯ୍ୟ ହେବେ

କେବଳ ଏତିକି ନୁହେଁ ଗୁରଦୀପ ଚାଓ୍ୱଲା ମୋଦିଙ୍କ ସହ ଭାରତରେ ମଧ୍ୟ ବିଦେଶୀ ନେତାମାନଙ୍କ ସହ କଥୋପକଥନରେ ବେଳେ ଅନୁବାଦକ କରିଥାନ୍ତି। ୧୯୯୦ ଗୁରଦୀପ ଭାରତୀୟ ସଂସଦରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ନିଜ ପତିଙ୍କ ସହ ଆମେରିକା ଚାଲିଯାଇଥିଲେ। ଏହାପରେ ୨୦୧୦ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଅନୁବାଦକ ଭାବେ ଭାରତ ଗସ୍ତରେ ଆସିଥିଲେ। ସେ ସମସ୍ତ ଭାଷଣ ଉପରେ ଜ୍ଞାନ ରଖିଥାନ୍ତି। ସେ ଜଣେ ଭଲ ଅନୁବାଦକ ଭାବେ ଜଣାଶୁଣା।