୧ ଲକ୍ଷ ଲୋକଙ୍କ ଆଗରେ ଏହି ଭୁଲ୍ କରିବସିଲେ ଟ୍ରମ୍ପ, ଲୋକେ ଉଡାଇଲେ ମଜାକ୍

ଭାରତ ଗ୍ରସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୧ ଲକ୍ଷ ଲୋକଙ୍କ ଠାରୁ ଉର୍ଦ୍ଧରେ ଭରା ମୋଟେରା ଷ୍ଟାଡିୟମରେ ସେ ନିଜର ଅଭିଭାଷଣ ଦେଇଛନ୍ତି। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଭାରତୀୟ ଶବ୍ଦକୁ ଉଚାରଣ ଠିକ୍ ଭାବରେ କରିପାରିନଥିଲେ। ଟ୍ରମ୍ପ ସବୁଠାରୁ ଅଧିକ ଅଦ୍ଭୁତ ଢଙ୍ଗରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଙ୍କ ନାମ ନେଇଥିଲେ। ଏହାପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଟ୍ରଲ କରାଯାଉଛି। ସଚିନ୍ ଙ୍କ ନାମକୁ
 
୧ ଲକ୍ଷ ଲୋକଙ୍କ ଆଗରେ ଏହି ଭୁଲ୍ କରିବସିଲେ ଟ୍ରମ୍ପ, ଲୋକେ ଉଡାଇଲେ ମଜାକ୍

ଭାରତ ଗ୍ରସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୧ ଲକ୍ଷ ଲୋକଙ୍କ ଠାରୁ ଉର୍ଦ୍ଧରେ ଭରା ମୋଟେରା ଷ୍ଟାଡିୟମରେ ସେ ନିଜର ଅଭିଭାଷଣ ଦେଇଛନ୍ତି। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଭାରତୀୟ ଶବ୍ଦକୁ ଉଚାରଣ ଠିକ୍ ଭାବରେ କରିପାରିନଥିଲେ। ଟ୍ରମ୍ପ ସବୁଠାରୁ ଅଧିକ ଅଦ୍ଭୁତ ଢଙ୍ଗରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଙ୍କ ନାମ ନେଇଥିଲେ। ଏହାପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଟ୍ରଲ କରାଯାଉଛି।

୧ ଲକ୍ଷ ଲୋକଙ୍କ ଆଗରେ ଏହି ଭୁଲ୍ କରିବସିଲେ ଟ୍ରମ୍ପ, ଲୋକେ ଉଡାଇଲେ ମଜାକ୍

ସଚିନ୍ ଙ୍କ ନାମକୁ ଅଦ୍ଭୁତ ଭାବରେ ଉଚାରଣ କରି ଟ୍ରମ୍ପ କହିଥିଲେ – ଆମେ ଦୁନିଆର ସବୁଠାରୁ ମହାନ କ୍ରିକେଟ ଖେଳାଳିଙ୍କୁ ସମ୍ମାନ କରୁଛୁ। ସେମାନେ ହେଉଛନ୍ତି ସୁଚିନ ତେଣ୍ଡୁଲକର୍ର ଓ ବିରାଟ ଖୋଲି’। ଯାହାକୁ ନେଇ ଆଇସିସି ମଧ୍ୟ ଟ୍ୱିଟ କରି ଟ୍ରମ୍ପଙ୍କୁ ଟ୍ରଲ କରିଥିଲା। ଇଂଲଣ୍ଡ କ୍ରିକେଟର କେଭିନ ପିଟରସନ ମଧ୍ୟ ଟ୍ରମ୍ପଙ୍କୁ କଟାକ୍ଷ କରିଥିଲେ।

୧ ଲକ୍ଷ ଲୋକଙ୍କ ଆଗରେ ଏହି ଭୁଲ୍ କରିବସିଲେ ଟ୍ରମ୍ପ, ଲୋକେ ଉଡାଇଲେ ମଜାକ୍

ଏହାପରେ ଫ୍ୟାନ୍ସ ଟ୍ରମ୍ପଙ୍କୁ ସୋସିଆଲ ମିଡିଆରେ ଖରାପ ଭାବରେ ଟ୍ରଲ କରିଛନ୍ତି। ୟୁରୋପୀୟ ଖବର ଦ ମିରର ଲେଖିଛି, ତେନ୍ଦୁଲକର ଅନ୍ତର୍ଜାତୀୟ ସ୍ତରରେ ୩୦ ହଜାର ରନ ବନେଇଛନ୍ତି ହେଲେ ଟ୍ରମ୍ପ ତାଙ୍କ ନାମକୁ ଯେଉଁଭଳି ଉଚାରଣ କଲେ ସେଥିରୁ ଲାଗୁଛି ତାଙ୍କୁ କ୍ରିକେଟରେ କୌଣସି ଋଚି ନାହିଁ।

୧ ଲକ୍ଷ ଲୋକଙ୍କ ଆଗରେ ଏହି ଭୁଲ୍ କରିବସିଲେ ଟ୍ରମ୍ପ, ଲୋକେ ଉଡାଇଲେ ମଜାକ୍

ଏହାଛଡା ଟ୍ରମ୍ପ ଆହୁରି କେତେକ ଶବ୍ଦକୁ ମଧ୍ୟ ଭୁଲ୍ ଉଚାରଣ କରିଥିଲେ। ଯେମିତିକି – ଚାୱଲାକୁ ଛିବାଲା, ଶୋଲେ କୁ ସୋଜେ, ବେଦ କୁ ବେଷ୍ଟା ଏବଂ ସ୍ୱାମୀ ବିବେକାନନ୍ଦଙ୍କ ନାମକୁ ସ୍ୱାମୀ ବିବେକାମନନ୍ ଉଚାରଣ କରିଥିଲେ। ହେଲେବି ଅଧିକାଂଶ ଲୋକ ଏହାକୁ ଅଣଦେଖା କରି ତାଙ୍କ ଭାଷଣକୁ ପ୍ରଶଂସା କରିଥିଲେ।