୭ ମାସ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଧୋନୀ, ଏହି ଦିନଠାରୁ ଖେଳରେ ଯୋଗ ଦେବେ ଧୋନୀ

ବିଶ୍ୱକପ୍ ସେମିଫାଇନାଲ ଭାରତ ହାରିବା ପରେ ଦଳରୁ ଦୂରେଇ ଯାଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ତାଙ୍କ ଫ୍ୟାନ୍ସ ମାନେ ପଡିଆରେ ଧୋନୀଙ୍କ ଉପସ୍ଥିତିକୁ ମିସ୍ କରୁଛନ୍ତି। ତେବେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ପୁଣି କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନୀ। ତେବେ ଆଇପିଏଲ ୧୩ ତମ ସଂସ୍କରଣ ମାର୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଧୋନୀ ପୁଣିଥରେ ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗ ଦଳର ଅଧିନାୟକ
 
୭ ମାସ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଧୋନୀ, ଏହି ଦିନଠାରୁ ଖେଳରେ ଯୋଗ ଦେବେ ଧୋନୀ

ବିଶ୍ୱକପ୍ ସେମିଫାଇନାଲ ଭାରତ ହାରିବା ପରେ ଦଳରୁ ଦୂରେଇ ଯାଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ତାଙ୍କ ଫ୍ୟାନ୍ସ ମାନେ ପଡିଆରେ ଧୋନୀଙ୍କ ଉପସ୍ଥିତିକୁ ମିସ୍ କରୁଛନ୍ତି। ତେବେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ପୁଣି କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନୀ। ତେବେ ଆଇପିଏଲ ୧୩ ତମ ସଂସ୍କରଣ ମାର୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଧୋନୀ ପୁଣିଥରେ ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗ ଦଳର ଅଧିନାୟକ ଭାର ତୁଲାଇବେ।

୭ ମାସ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଧୋନୀ, ଏହି ଦିନଠାରୁ ଖେଳରେ ଯୋଗ ଦେବେ ଧୋନୀ

ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ସେ ମାର୍ଚ୍ଚ ୨ ତାରିଖରୁ ଟିମର ଅଭ୍ୟାସ ସେସନରେ ସାମିଲ୍ ହେବେ ଧୋନୀ। ଗତବର୍ଷ ଜୁନ୍‌-ଜୁଲାଇରେ ଆଇସିସି ବିଶ୍ୱକପ୍ ପରଠାରୁ ୩୮ ବର୍ଷୀୟ ଧୋନିଙ୍କର ଭବିଷ୍ୟତକୁ ନେଇ ଲଗାତାର ଚର୍ଚ୍ଚା ଜାରି ରହିଛି। ଏପରିକି ସେ ଏହି ୭ମାସ ଭିତରେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ମ୍ୟାଚ୍ ମଧ୍ୟ ଖେଳିନାହାନ୍ତି। ତେବେ ଆଗାମୀ ଆଇପିଏଲ୍ ପାଇଁ ଏମ୍‌. ଚିଦାମ୍ବରମ୍ ଷ୍ଟାଡିୟମରେ ହେବାକୁଥିବା ଅଭ୍ୟାସ ସେସନରେ ତାଙ୍କର ଅଂଶଗ୍ରହଣ କରିବା ଏକପ୍ରକାର ନିଶ୍ଚିତ।

୭ ମାସ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଧୋନୀ, ଏହି ଦିନଠାରୁ ଖେଳରେ ଯୋଗ ଦେବେ ଧୋନୀ

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତର ପୂର୍ବତନ କ୍ୟାପଟେନ୍ ଧୋନି ସୁରେଶ ରାଇନା ଓ ଅମ୍ବାତି ରାୟୁଡୁଙ୍କ ସହ ଦୁଇ ସପ୍ତାହ ଅଭ୍ୟାସ କରିପାରନ୍ତି। ଏହା ପରେ ସେ କିଛି ଦିନ ବ୍ରେକ୍ ନେବେ ଏବଂ ପୁଣିଥରେ ଅଭ୍ୟାସ ସେସନକୁ ଫେରିବେ। ରାଇନା ଓ ରାୟୁଡୁ ଚେନ୍ନାଇରେ ଗତ ତିନି ସପ୍ତାହ ହେବ ଟ୍ରେନିଂ କରିଆସୁଛନ୍ତି। ତେବେ ଆଇପିଏଲ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯିବ।