କ୍ରିକେଟରଙ୍କ ସହ ବିବାହ କରିବାକୁ ନେଇ ମୁହଁ ଖୋଲିଲେ ଅନୁଷ୍କା ସେଟ୍ଟୀ, କହିଦେଲେ ଏମିତି କଥା

ସାଉଥ୍ ଫିଲ୍ମର ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଜଣେ ଜଣାଶୁଣା ଅଭିନେତ୍ରୀ ସେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ବାହୁବଳୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ଯେଉଁଠାରୁ ସେ ଅଧିକ ଲୋକପ୍ରିୟ ହୋଇଥିଲେ। ସେହି ଫିଲ୍ମର ହିରୋ ପ୍ରଭାସଙ୍କ ସହ ତାଙ୍କ ଯୋଡିକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ମଝିରେ ଉଭୟେ ବିବାହ କରୁଥିବା ଖବର ସାମ୍ନାକୁ ଆସିଥିଲା। ଗତ କିଛିଦିନ ହେଲାଣି ବାହୁବଳୀ ଫେମ୍ ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ଅନେକ
 
କ୍ରିକେଟରଙ୍କ ସହ ବିବାହ କରିବାକୁ ନେଇ ମୁହଁ ଖୋଲିଲେ ଅନୁଷ୍କା ସେଟ୍ଟୀ, କହିଦେଲେ ଏମିତି କଥା

ସାଉଥ୍ ଫିଲ୍ମର ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଜଣେ ଜଣାଶୁଣା ଅଭିନେତ୍ରୀ ସେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ବାହୁବଳୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ଯେଉଁଠାରୁ ସେ ଅଧିକ ଲୋକପ୍ରିୟ ହୋଇଥିଲେ। ସେହି ଫିଲ୍ମର ହିରୋ ପ୍ରଭାସଙ୍କ ସହ ତାଙ୍କ ଯୋଡିକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ମଝିରେ ଉଭୟେ ବିବାହ କରୁଥିବା ଖବର ସାମ୍ନାକୁ ଆସିଥିଲା। ଗତ କିଛିଦିନ ହେଲାଣି ବାହୁବଳୀ ଫେମ୍‌ ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା।

କ୍ରିକେଟରଙ୍କ ସହ ବିବାହ କରିବାକୁ ନେଇ ମୁହଁ ଖୋଲିଲେ ଅନୁଷ୍କା ସେଟ୍ଟୀ, କହିଦେଲେ ଏମିତି କଥା

ନିକଟରେ ଅନୁଷ୍କାଙ୍କ ସହିତ ଜଣେ କ୍ରିକେଟରଙ୍କ ସହିତ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। କିନ୍ତୁ ସେହି କ୍ରିକେଟର ଜଣକ କିଏ ଏପର୍ଯ୍ୟନ୍ତ ତାଙ୍କ ନାମ ପଦାକୁ ଆସିନି। ଏହି ଖେଳାଳି ଜଣକ ସାଉଥ ରଣଜୀ ଟିମ୍‌ ପାଇଁ ଖେଳୁଛନ୍ତି। ଏବେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଅନୁଷ୍କା। ଅନୁଷ୍କା କହିଛନ୍ତି, ପୂର୍ବରୁ ମୋ ଭଲପାଇବା, ମୋ ବାହାଘରକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା।

କ୍ରିକେଟରଙ୍କ ସହ ବିବାହ କରିବାକୁ ନେଇ ମୁହଁ ଖୋଲିଲେ ଅନୁଷ୍କା ସେଟ୍ଟୀ, କହିଦେଲେ ଏମିତି କଥା

ଅନୁଷ୍କା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବା ବେଳରୁ କୌଣସି ଅଭିନେତା ହୁଅନ୍ତୁ କିମ୍ବା ବିଜନେସ ମ୍ୟାନ ସହିତ ପ୍ରେମ ସମ୍ପର୍କକୁ ନେଇ ଅନେକ ଗୁଜବ ଚାଲିଆସିଛି। କିନ୍ତୁ ଅନୁଷ୍କା ନିଜ ବିବାହର ସମସ୍ତ ଦାୟିତ୍ୱ ନିଜ ବାପା ମା’ଙ୍କ ଉପରେ ଦେଇଛନ୍ତି। ତାଙ୍କ ବାପା ମା’ ଯାହାକୁ ଚୟନ କରିବେ ସେ ତାଙ୍କୁ ବିବାହ କରିବେ ବୋଲି ଅନୁଷ୍କା କହିଛନ୍ତି।