ପୁଣି ଓଡିଆ ଫିଲ୍ମକୁ ଫେରିବେ ରଚନା ବାନାର୍ଜୀ, କହିଲେ ଏହି ଅଭିନେତାଙ୍କ ସହ କରିବେ ଚଳଚିତ୍ର

ରଚନା ବାନାର୍ଜୀ ବଙ୍ଗୀୟ ଅଭିନେତ୍ରୀ ହେଲେ ମଧ୍ୟ ଓଡିଶାରେ ବେଶ୍ ପରିଚିତ। ଗୋଟେ ସମୟ ଯେବେ ସେ ଓଲିଉଡ୍ ରେ ରାଜ୍ କରୁଥିଲେ। ନିଜ ଅଭିନୟ ଜାଦୁରେ ସେ ସବୁ ଓଡିଆର ହୃଦୟ ଜିତି ପାରିଥିଲେ। ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ରଚନା। ତେବେ ପରେ ସେ ଓଡ଼ିଆ ଫିଲ୍ମରୁ ଦୂରେଇ ବଙ୍ଗଳା ଫିଲ୍ମରେ କାମ କଲେ। ତେବେ ସେ କିଛି ଦିନରୁ ପୁଣି ଓଡିଆ ଟିଭିରେ ଅଭିନୟ ଆରମ୍ଭ କରିଛନ୍ତି। ନିକଟରେ ଏକ
 
ପୁଣି ଓଡିଆ ଫିଲ୍ମକୁ ଫେରିବେ ରଚନା ବାନାର୍ଜୀ, କହିଲେ ଏହି ଅଭିନେତାଙ୍କ ସହ କରିବେ ଚଳଚିତ୍ର

ରଚନା ବାନାର୍ଜୀ ବଙ୍ଗୀୟ ଅଭିନେତ୍ରୀ ହେଲେ ମଧ୍ୟ ଓଡିଶାରେ ବେଶ୍ ପରିଚିତ। ଗୋଟେ ସମୟ ଯେବେ ସେ ଓଲିଉଡ୍ ରେ ରାଜ୍ କରୁଥିଲେ। ନିଜ ଅଭିନୟ ଜାଦୁରେ ସେ ସବୁ ଓଡିଆର ହୃଦୟ ଜିତି ପାରିଥିଲେ। ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ରଚନା। ତେବେ ପରେ ସେ ଓଡ଼ିଆ ଫିଲ୍ମରୁ ଦୂରେଇ ବଙ୍ଗଳା ଫିଲ୍ମରେ କାମ କଲେ। ତେବେ ସେ କିଛି ଦିନରୁ ପୁଣି ଓଡିଆ ଟିଭିରେ ଅଭିନୟ ଆରମ୍ଭ କରିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବାକୁ ରଚନା ପୁଣି ଥରେ ଓଡିଆ ଫିଲ୍ମକୁ ଫେରିବେ ବୋଲି ସୂଚନା ଦେଇଛନ୍ତି।

ପୁଣି ଓଡିଆ ଫିଲ୍ମକୁ ଫେରିବେ ରଚନା ବାନାର୍ଜୀ, କହିଲେ ଏହି ଅଭିନେତାଙ୍କ ସହ କରିବେ ଚଳଚିତ୍ର

ଏହି କାର୍ଯ୍ୟକ୍ରମରେ ସେ ତାଙ୍କର ପୁରୁଣା କୋ-ଆର୍ଟିଷ୍ଟ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଏକାଠି ମଞ୍ଚରେ ନଜର ଆସିଥିଲେ। ସେଠାରେ ଓଡିଶାର ଅନେକ ଅଭିନେତା ଅଭିନେତ୍ରୀଙ୍କ କଥା ହୋଇଥିଲେ। ସେଲଫି ଉଠାଇ ନିଜ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ୍ କରିଥିଲେ। ତେବେ ପ୍ରଥମେ ବଙ୍ଗଳା ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ପରିଚୟ ଓ ପ୍ରଶଂସା ମିଳିଥିଲା ଓଡ଼ିଆ ଫିଲ୍ମରେ। ତାଙ୍କର ଅଧିକାଂଶ ଫିଲ୍ମ ନାରୀ କୈନ୍ଦ୍ରିକ ଥିଲା। ନାୟିକା ଭାବେ ତାଙ୍କର ଶେଷ ଓଡ଼ିଆ ଫିଲ୍ମ ଥିଲା ‘ସନ୍ତାନ’।

ପୁଣି ଓଡିଆ ଫିଲ୍ମକୁ ଫେରିବେ ରଚନା ବାନାର୍ଜୀ, କହିଲେ ଏହି ଅଭିନେତାଙ୍କ ସହ କରିବେ ଚଳଚିତ୍ର

ଏହି କାର୍ଯ୍ୟକ୍ରମରେ ତାଙ୍କୁ ଓଡିଆ ଫିଲ୍ମକୁ ଫେରିବା ଉପରେ ପ୍ରଶ୍ନ ପଚାରିବାରୁ ରଚନା କହିଥିଲେ ‘ଓଡ଼ିଆ ଫିଲ୍ମ ଜଗତ ପ୍ରତି ତାଙ୍କର ଶ୍ରଦ୍ଧା ରହିଛି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମତେ ବହୁତ୍ କିଛି ମିଳିଛି ଏବଂ ଭଲ କ୍ୟାରେକ୍ଟର ମିଳିଲେ ପୁଣି ଏଠାରେ ଅଭିନୟ କରିବେ ବୋଲି କହିଛନ୍ତି’ ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଆଉଥରେ ଫିଲ୍ମ କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ୍ ମିଡିଆରେ ଫଟୋ ସେଆର୍ କହିଛନ୍ତି ‘ଏତେ ବର୍ଷ ପରେ ମତେ ଓଲିଉଡ୍‌ ପୁଣି ମନେ ପକାଇଥିବାରୁ ଏବଂ ସମ୍ମାନିତ କରିଥିବାରୁ ମୁଁ ବହୁତ ଆନନ୍ଦିତ।’