ଫାଶୀ ସୁନିଶ୍ଚିତ ଜାଣି ବିଚଳିତ ହେଲେ ଓକିଲ ଏପି ସିଂ, କହିଲେ ଏମାନଙ୍କୁ ଫାଶୀ ନଦେଇ ପାକିସ୍ତାନ…

ନିର୍ଭୟା ଦୋଷୀଙ୍କୁ ଫାଶୀ ସୁନିଶ୍ଚିତ ଜାଣି ଦୋଷୀଙ୍କ ଓକିଲ ଏପି ସିଂ କହିଛନ୍ତି ଯେ ସମସ୍ତ ଦୋଷୀଙ୍କୁ ଭାରତ-ପାକିସ୍ଥାନ ସୀମାକୁ ପଠାଯିବା ଉଚିତ। ସେମାନଙ୍କୁ ଡୋକଲାମ (ଇଣ୍ଡୋ-ଚୀନ୍ ସୀମା) କୁ ପଠାନ୍ତୁ କିନ୍ତୁ ଫାଶୀ ଦିଅନ୍ତୁ ନାହିଁ। ଏପି ସିଂ କହିଛନ୍ତି ଯେ ଏହି ଚାରିଜଣ ଦୋଷୀ ସର୍ବଦା ଦେଶର ସେବା କରିବେ। ଏପି ସିଂ କହିଛନ୍ତି ଯେ ସେମାନେ ଏ ବାବଦରେ ଏକ ଆଫିଡେଭିଟ୍ ଦାଖଲ କରିପାରିବେ। କହି ରଖୁଛୁ ଯେ ଗୁରୁବାର ଦିନ ଦିଲ୍ଲୀର
 
ଫାଶୀ ସୁନିଶ୍ଚିତ ଜାଣି ବିଚଳିତ ହେଲେ ଓକିଲ ଏପି ସିଂ, କହିଲେ ଏମାନଙ୍କୁ ଫାଶୀ ନଦେଇ ପାକିସ୍ତାନ…

ନିର୍ଭୟା ଦୋଷୀଙ୍କୁ ଫାଶୀ ସୁନିଶ୍ଚିତ ଜାଣି ଦୋଷୀଙ୍କ ଓକିଲ ଏପି ସିଂ କହିଛନ୍ତି ଯେ ସମସ୍ତ ଦୋଷୀଙ୍କୁ ଭାରତ-ପାକିସ୍ଥାନ ସୀମାକୁ ପଠାଯିବା ଉଚିତ। ସେମାନଙ୍କୁ ଡୋକଲାମ (ଇଣ୍ଡୋ-ଚୀନ୍ ସୀମା) କୁ ପଠାନ୍ତୁ କିନ୍ତୁ ଫାଶୀ ଦିଅନ୍ତୁ ନାହିଁ। ଏପି ସିଂ କହିଛନ୍ତି ଯେ ଏହି ଚାରିଜଣ ଦୋଷୀ ସର୍ବଦା ଦେଶର ସେବା କରିବେ।

ଫାଶୀ ସୁନିଶ୍ଚିତ ଜାଣି ବିଚଳିତ ହେଲେ ଓକିଲ ଏପି ସିଂ, କହିଲେ ଏମାନଙ୍କୁ ଫାଶୀ ନଦେଇ ପାକିସ୍ତାନ…

ଏପି ସିଂ କହିଛନ୍ତି ଯେ ସେମାନେ ଏ ବାବଦରେ ଏକ ଆଫିଡେଭିଟ୍ ଦାଖଲ କରିପାରିବେ। କହି ରଖୁଛୁ ଯେ ଗୁରୁବାର ଦିନ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏହି ଚାରିଜଣ ଦୋଷୀ ବିରୋଧରେ ଦିଆଯାଇଥିବା ଡେଥ୍ ୱାରେଣ୍ଟକୁ ଅଟକାଇବା ପାଇଁ ମନା କରି ଦେଇଛନ୍ତି। ଏଥି ସହ ଦୋଷୀ ମୁକେଶ ସିଂ ଏବଂ ଅକ୍ଷୟଙ୍କ ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ଫାଶୀ ସୁନିଶ୍ଚିତ ଜାଣି ବିଚଳିତ ହେଲେ ଓକିଲ ଏପି ସିଂ, କହିଲେ ଏମାନଙ୍କୁ ଫାଶୀ ନଦେଇ ପାକିସ୍ତାନ…

ହେଲେ ଯେତେବେଳେ ଜଣେ ଓକିଲ ନିର୍ଭୟା ଦୋଷୀଙ୍କ କେସ୍ ନେବାକୁ ରାଜି ନଥିଲେ ସେତେବେଳେ ଏପି ସିଂ ହିଁ ସେହି ଓକିଲ ଥିଲେ ଯିଏ ଦୋଷୀମାନଙ୍କ ନାମରେ ଏହି ମାମଲାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହ ନିର୍ଭୟା ପରିବାର ଓକିଲ ସୀମା କୁଶୱାହା ପଟିଆଲା ହାଉସ କୋର୍ଟର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଶୁକ୍ରବାର ଦିନ ସକାଳ 5.30 ସମୟରେ ଏହି ଚାରିଜଣ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯିବ ବୋଲି ସେ ଆଶା କରିଛୁ।