ନିର୍ଭୟା ୪ ଦୋଷୀଙ୍କ ଫାଶୀକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି, ଟ୍ୱିଟ କରି କହିଲେ ଏମିତି କଥା

ଦୀର୍ଘ ୭ବର୍ଷର ଅପେକ୍ଷାର ଅନ୍ତ ଘଟି ଶେଷରେ ନିର୍ଭୟା ଓ ତାଙ୍କ ପରିବାରଙ୍କୁ ନ୍ୟାୟ ମିଳିଛି। ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ଜଣ ଦୋଷୀ ଅକ୍ଷୟ, ପଓ୍ବନ, ବିନୟ ଓ ମୁକେଶଙ୍କୁ ଶୁକ୍ରବାର ଭୋର ସାଢ଼େ ୫ଟାରେ ଫାଶୀ ଦିଆଯାଇଛି।ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ପ୍ରତିକ୍ରିୟା ରଖିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନରେନ୍ଦ୍ର ମୋଦି ଟ୍ୱିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ
 
ନିର୍ଭୟା ୪ ଦୋଷୀଙ୍କ ଫାଶୀକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି, ଟ୍ୱିଟ କରି କହିଲେ ଏମିତି କଥା

ଦୀର୍ଘ ୭ବର୍ଷର ଅପେକ୍ଷାର ଅନ୍ତ ଘଟି ଶେଷରେ ନିର୍ଭୟା ଓ ତାଙ୍କ ପରିବାରଙ୍କୁ ନ୍ୟାୟ ମିଳିଛି। ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ଜଣ ଦୋଷୀ ଅକ୍ଷୟ, ପଓ୍ବନ, ବିନୟ ଓ ମୁକେଶଙ୍କୁ ଶୁକ୍ରବାର ଭୋର ସାଢ଼େ ୫ଟାରେ ଫାଶୀ ଦିଆଯାଇଛି।ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ପ୍ରତିକ୍ରିୟା ରଖିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନରେନ୍ଦ୍ର ମୋଦି ଟ୍ୱିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ।

ନିର୍ଭୟା ୪ ଦୋଷୀଙ୍କ ଫାଶୀକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି, ଟ୍ୱିଟ କରି କହିଲେ ଏମିତି କଥା

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ଦିଲ୍ଲୀ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ପରେ ନ୍ୟାୟ ମିଳିଛି। ମହିଳାଙ୍କ ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଚାଲ ସମସ୍ତେ ମଳିମିଶି ଏଭଳି ଏକ ରାଷ୍ଟ୍ର ଗଠନ କରିବା ଯେଉଁଥିରେ ମହିଳା ସଂଶକ୍ତିକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ।

ନିର୍ଭୟା ୪ ଦୋଷୀଙ୍କ ଫାଶୀକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି, ଟ୍ୱିଟ କରି କହିଲେ ଏମିତି କଥା

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ୭ବର୍ଷ ପରେ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ତେଣୁ ଆଜିର ଦିନରେ ରାଜ୍ୟ ଓ କେନ୍ଦ୍ର ସରକାର ମିଶି ଏକ ପ୍ରତିଶ୍ରୁତି ନେବାର ଆବଶ୍ୟକତା ରହିଛି। ଯେପରିକି ଦେଶରେ ଦ୍ୱିତୀୟ ନିର୍ଭୟା ଜନ୍ମ ନ ହୁଏ।