ରାସ୍ତାରେ ବେହୋସ ହୋଇ ପଡିଗଲେ ଯୁବକ, କରୋନା ଭୟରେ ଲୋକେ କଲେନି ସାହାଯ୍ୟ, ଆଉ ତାପରେ…

ଗୁରୁଗ୍ରାମର ରାଜୀବ ଛକରୁ ଝାଡଶା ଛକ ମଧ୍ୟରେ ଯାଉଥିବା ବେଳେ ଜଣେ ଯୁବକ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏ ସମ୍ପର୍କରେ ପୋଲିସ ଏବଂ ସିଭିଲ ସର୍ଜନଙ୍କୁ ସୂଚନା ଦିଆଯାଇଥିଲା। କରୋନା ଭୟରୁ ଯୁବକକୁ ସାହାଯ୍ୟ କରିବାକୁ କେହି ଆଗେଇ ନଥିଲେ। ଆଶ୍ଚର୍ଯ୍ୟର କଥା, ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେବାର ୨୫ ମିନିଟ ପରେ ମଧ୍ୟ କୌଣସି ସହାୟତା ମିଳି ନଥିଲା। ଆମ୍ବୁଲାନ୍ସ କଣ୍ଟ୍ରୋଲ ରୁମ ୧୦୮ କୁ ଅନେକ ଥର କଲ କରିବା ପରେ ମଧ୍ୟ
 
ରାସ୍ତାରେ ବେହୋସ ହୋଇ ପଡିଗଲେ ଯୁବକ, କରୋନା ଭୟରେ ଲୋକେ କଲେନି ସାହାଯ୍ୟ, ଆଉ ତାପରେ…

ଗୁରୁଗ୍ରାମର ରାଜୀବ ଛକରୁ ଝାଡଶା ଛକ ମଧ୍ୟରେ ଯାଉଥିବା ବେଳେ ଜଣେ ଯୁବକ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏ ସମ୍ପର୍କରେ ପୋଲିସ ଏବଂ ସିଭିଲ ସର୍ଜନଙ୍କୁ ସୂଚନା ଦିଆଯାଇଥିଲା। କରୋନା ଭୟରୁ ଯୁବକକୁ ସାହାଯ୍ୟ କରିବାକୁ କେହି ଆଗେଇ ନଥିଲେ। ଆଶ୍ଚର୍ଯ୍ୟର କଥା, ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେବାର ୨୫ ମିନିଟ ପରେ ମଧ୍ୟ କୌଣସି ସହାୟତା ମିଳି ନଥିଲା।

ରାସ୍ତାରେ ବେହୋସ ହୋଇ ପଡିଗଲେ ଯୁବକ, କରୋନା ଭୟରେ ଲୋକେ କଲେନି ସାହାଯ୍ୟ, ଆଉ ତାପରେ…

ଆମ୍ବୁଲାନ୍ସ କଣ୍ଟ୍ରୋଲ ରୁମ ୧୦୮ କୁ ଅନେକ ଥର କଲ କରିବା ପରେ ମଧ୍ୟ ଫୋନ୍ ରିସିଭ କରାଯାଇ ନଥିଲା। ଏହି ସୂଚନା ଦେବା ପରେ ସିଭିଲ୍ ସର୍ଜନ ଜେଏସ୍ ପୁନିଆ କୌଣସି ସାହାଯ୍ୟ ମିଳି ପାରିନଥିଲା। ପ୍ରାୟ ୪୦ ମିନିଟ୍ ଧରି ଦୁଇଜଣ ସାମ୍ବାଦିକ ସିଏମଓ, ଡିସି, ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ। ୪୦ ମିନିଟ୍ ପରେ, ଆମ୍ବୁଲାନ୍ସ ନିୟନ୍ତ୍ରଣ ରୁମରୁ ଫୋନ ଆସିଲା କି ଆମ୍ବୁଲାନ୍ସ ପଠା ଯାଉଛି।

ରାସ୍ତାରେ ବେହୋସ ହୋଇ ପଡିଗଲେ ଯୁବକ, କରୋନା ଭୟରେ ଲୋକେ କଲେନି ସାହାଯ୍ୟ, ଆଉ ତାପରେ…

ଉଲ୍ଲେଖନୀୟ କଥା ହେଉଛି, କରୋନା ଭାଇରସର ଭୟ ଯୋଗୁଁ କୌଣସି ବ୍ୟକ୍ତି ଚେତାଶୂନ୍ୟ ବ୍ୟକ୍ତିଙ୍କୁ ଛୁଇଁବାକୁ ପ୍ରସ୍ତୁତ ନଥିଲେ। ଯାଉଥିବା କ୍ଲାଉଡ୍ ୯ ହସ୍ପିଟାଲର ଆମ୍ବୁଲାନ୍ସକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଡ୍ରାଇଭର ରୋଗୀକୁ ନେବାକୁ ମନା କରିଦେଇଥିଲେ। ବ୍ୟକ୍ତିର ଅବସ୍ଥାକୁ ଦେଖି ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡୁଥିଲା। ତାଙ୍କ ହାତରେ ରକ୍ତ ସମେତ କଟନ୍ ଏବଂ ଛୁଞ୍ଚି ଲାଗିଥିଲା।

ରାସ୍ତାରେ ବେହୋସ ହୋଇ ପଡିଗଲେ ଯୁବକ, କରୋନା ଭୟରେ ଲୋକେ କଲେନି ସାହାଯ୍ୟ, ଆଉ ତାପରେ…

ରିପୋର୍ଟ ଅନୁଯାୟୀ ଏହି ବ୍ୟକ୍ତି ଜଣକ ନେପାଳର ଦିଲ ବାହାଦୂର ବୋଲି ଜଣାପଡିଛି। ରେୱାରୀରୁ ଗୁରୁଗ୍ରାମ ପର୍ଯ୍ୟନ୍ତ ଚାଲିଚାଲି ଆସିଯାଇଥିଲେ। ଏଠାରେ ତାଙ୍କ ଅବସ୍ଥା ଖରାପ ଯୋଗୁଁ ବେହୋସ୍ ହୋଇ ଯାଇଥିଲେ। ଆରଏସଏସ ମୋହିତ ଶର୍ମା ଘଟଣାସ୍ଥଳରେ ପହଞ୍ଚି ଚେତାଶୂନ୍ୟ ବ୍ୟକ୍ତିଙ୍କ ନିକଟରେ ପ୍ରାଥମିକ ଚିକିତ୍ସା ଦେଇ ହୋସ୍ କୁ ଆଣିଥିଲେ। ୫୫ ମିନିଟରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଦିଲ ବାହାଦୂରକୁ ଡାକ୍ତରଖାନା ନେଇଥିଲା।