କରୋନା ପାଇଁ ପୁଣି ସାହାଯ୍ୟର ହାତ ବଢାଇଲେ ବିରୁଷ୍କା, ମୁମ୍ବାଇ ପୋଲିସକୁ ଦେଲେ ଏତେ ଲକ୍ଷ ଟଙ୍କା

କରୋନା ମହାମାରୀ ମଧ୍ୟରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୁଣି ଥରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏଥର ମୁମ୍ବାଇ ପୋଲିସର କଲ୍ୟାଣ ପାଇଁ ସହଯୋଗ କରିଛନ୍ତି। ଶନିବାର ମୁମ୍ବାଇ ପୋଲିସ କମିଶନର ପାରାମବୀର ସିଂ କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରତ୍ୟେକ ପାଞ୍ଚ ଲକ୍ଷ ଟଙ୍କା ଦାନ କରିଛନ୍ତି। ପୋଲିସ କମିଶନର ପାରାମବୀର
 
କରୋନା ପାଇଁ ପୁଣି ସାହାଯ୍ୟର ହାତ ବଢାଇଲେ ବିରୁଷ୍କା, ମୁମ୍ବାଇ ପୋଲିସକୁ ଦେଲେ ଏତେ ଲକ୍ଷ ଟଙ୍କା

କରୋନା ମହାମାରୀ ମଧ୍ୟରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୁଣି ଥରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏଥର ମୁମ୍ବାଇ ପୋଲିସର କଲ୍ୟାଣ ପାଇଁ ସହଯୋଗ କରିଛନ୍ତି। ଶନିବାର ମୁମ୍ବାଇ ପୋଲିସ କମିଶନର ପାରାମବୀର ସିଂ କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରତ୍ୟେକ ପାଞ୍ଚ ଲକ୍ଷ ଟଙ୍କା ଦାନ କରିଛନ୍ତି।

ପୋଲିସ କମିଶନର ପାରାମବୀର ସିଂ ଅଫିସିଆଲ ହ୍ୟାଣ୍ଡେଲରୁ ଟୁଇଟ୍ କରି ଲେଖିଛନ୍ତି, ମୁମ୍ବାଇ ପୋଲିସର କଲ୍ୟାଣ ପାଇଁ ଉଭୟ 5 ଲକ୍ଷ ଟଙ୍କା ଯୋଗଦାନ କରିଥିବାରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଧନ୍ୟବାଦ। ତୁମର ଅବଦାନ ମୁମ୍ବାଇ ପୋଲିସକୁ କରୋନା ଭାଇରସ ବିରୋଧରେ ଲଢିବାରେ ସାହାଯ୍ୟ କରିବ।

ଏହାପୂର୍ବରୁ କୋହଲି ଏବଂ ଅନୁଷ୍କା ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଭିଡ -19 ବିରୋଧରେ ଲଢେଇରେ ଟଙ୍କା ସହାୟତା କରିଥିଲେ, କିନ୍ତୁ କେତେ ରାଶି ଦେଇଥିଲେ ତାହା ପ୍ରକାଶ କରିନଥିଲେ।