ବାପା ହେବାକୁ ଯାଉଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ହେଲେ ବିନା ବାହାଘରରେ କେମିତି ସମ୍ଭବ? ଜାଣନ୍ତୁ ରହସ୍ୟ

ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ସେ ଏହି ଖୁସି ଖବର ବିଷୟରେ ସୂଚନା ଦେଇଛନ୍ତି। ହାର୍ଦ୍ଦିକ ସୋସିଆଲ ମିଡିଆରେ ନତାଶାଙ୍କ ବେବି ବମ୍ପ ସହିତ ଏକ ଫଟୋ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ ଆମ ଜୀବନରେ ଶୀଘ୍ର ଏକ ନୂତନ ଜୀବନକୁ ସ୍ୱାଗତ କରିବାକୁ ଆମେ ଉତ୍ସାହିତ। ହାର୍ଦ୍ଦିକ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ସେ କାହାକୁ ନ ବତେଇ ନତାଶା ସହ
 
ବାପା ହେବାକୁ ଯାଉଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ହେଲେ ବିନା ବାହାଘରରେ କେମିତି ସମ୍ଭବ? ଜାଣନ୍ତୁ ରହସ୍ୟ

ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ସେ ଏହି ଖୁସି ଖବର ବିଷୟରେ ସୂଚନା ଦେଇଛନ୍ତି। ହାର୍ଦ୍ଦିକ ସୋସିଆଲ ମିଡିଆରେ ନତାଶାଙ୍କ ବେବି ବମ୍ପ ସହିତ ଏକ ଫଟୋ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ ଆମ ଜୀବନରେ ଶୀଘ୍ର ଏକ ନୂତନ ଜୀବନକୁ ସ୍ୱାଗତ କରିବାକୁ ଆମେ ଉତ୍ସାହିତ। ହାର୍ଦ୍ଦିକ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ସେ କାହାକୁ ନ ବତେଇ ନତାଶା ସହ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି। ଉଭୟେ ଲକଡାଉନରେ ଘରେ ପରିବାର ଉପସ୍ଥିତିରେ ବିବାହ କରିଛନ୍ତି। ତେବେ ନିର୍ବନ୍ଧର ମାତ୍ର ୫ ମାସ ପରେ ସେ ଏହି ଖୁସିଖବର ସେଆର୍ କରିଛନ୍ତି।

ବାପା ହେବାକୁ ଯାଉଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ହେଲେ ବିନା ବାହାଘରରେ କେମିତି ସମ୍ଭବ? ଜାଣନ୍ତୁ ରହସ୍ୟ

ହାର୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଜନକ ଖବର ଦେଇ ଚଳିତ ବର୍ଷ ଆରମ୍ଭ କରିଥିଲେ। ସେ ନୂଆ ବର୍ଷରେ ଫିଲ୍ମ ଷ୍ଟାଇଲରେ ସମୁଦ୍ର କୂଳରେ ନତାଶାଙ୍କ ସହ ନିର୍ବନ୍ଧ କରିଥିଲେ। ହାର୍ଦ୍ଦିକ ନୂତନ ବର୍ଷରେ ନତାଶାଙ୍କୁ ଏକ ବିଶେଷ ଉପାୟରେ ପ୍ରପୋଜ କରିଥିଲେ। ସେ ଆଣ୍ଠେଇକି ମୁଦି ସହିତ ନତାଶାଙ୍କୁ ପ୍ରପୋଜ କରିଥିଲେ। ଏହାର ଜବାବରେ ନତାଶା ମଧ୍ୟ ତାଙ୍କୁ ତାଙ୍କ ସାଥୀ କରିବାକୁ ରାଜି ହୋଇଥିଲେ। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟିଂ କରୁଥିଲେ।

ବାପା ହେବାକୁ ଯାଉଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ହେଲେ ବିନା ବାହାଘରରେ କେମିତି ସମ୍ଭବ? ଜାଣନ୍ତୁ ରହସ୍ୟ

ଗତ ବର୍ଷ ଦୁହେଁ ଏକାଠି ଅନେକ ଥର ନଜର ଆସିଥିଲେ, କିନ୍ତୁ ଉଭୟ ନିଜ ସମ୍ପର୍କକୁ ସର୍ବସାଧାରଣରେ ସ୍ୱୀକାର କରିନଥିଲେ। କିନ୍ତୁ ନୂଆ ବର୍ଷରେ ପାଣ୍ଡ୍ୟା ନିଶ୍ଚିତ ଭାବରେ ଏହି ପ୍ରଶଂସକଙ୍କୁ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ, 27 ବର୍ଷୀୟ ନତାଶା ମୂଳତତଃ ସର୍ବିଆର ବାସିନ୍ଦା। ନତାଶା ନଚ ବଲିଏ ଟିଭି ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି, ଯେଉଁଠାରେ ପାଣ୍ଡ୍ୟା ତାଙ୍କ ଭୋଟ୍ ପାଇଁ ଅପିଲ କରିଥିଲେ।