ଆଜିଠାରୁ ଓଡିଶାରେ ଲାଗୁହେଲା ଏହିସବୁ ନୂଆ ନିୟମ, ଜାଣି ରଖନ୍ତୁ ନହେଲେ ଅସୁବିଧାରେ ପଡିବେ

ଆଜିଠାରୁ ଆରମ୍ଭ ହେଇଛି ଲକଡାଉନ ୫.୦ ଅର୍ଥାତ୍ ଅନଲକ ୧.୦। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପରେ ଓଡ଼ିଶା ସରକାର ଏହି ଅନଲକ ୧.୦ ର ନୂଆ ଗାଇଡଲାଇନ ଜାରି କରିଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଠାରୁ ରାଜ୍ୟ ସରକାରଙ୍କ ଗାଇଲାଇନରେ ଅଧିକ କଡା ନିୟମ ଲାଗୁ କରାଯାଇଛି। ଏ ସମ୍ପର୍କରେ ସୋମବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏକାଧିକ ଗୁରୁତ୍ୱପୂର୍ଣ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ ଦ୍ରୁତ ଗତିରେ ବଢୁଥିବା
 
ଆଜିଠାରୁ ଓଡିଶାରେ ଲାଗୁହେଲା ଏହିସବୁ ନୂଆ ନିୟମ, ଜାଣି ରଖନ୍ତୁ ନହେଲେ ଅସୁବିଧାରେ ପଡିବେ

ଆଜିଠାରୁ ଆରମ୍ଭ ହେଇଛି ଲକଡାଉନ ୫.୦ ଅର୍ଥାତ୍ ଅନଲକ ୧.୦। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପରେ ଓଡ଼ିଶା ସରକାର ଏହି ଅନଲକ ୧.୦ ର ନୂଆ ଗାଇଡଲାଇନ ଜାରି କରିଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଠାରୁ ରାଜ୍ୟ ସରକାରଙ୍କ ଗାଇଲାଇନରେ ଅଧିକ କଡା ନିୟମ ଲାଗୁ କରାଯାଇଛି। ଏ ସମ୍ପର୍କରେ ସୋମବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏକାଧିକ ଗୁରୁତ୍ୱପୂର୍ଣ ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ନିୟମକୁ କଡାକଡି କରାଯାଇଛି। ତେବେ ୩୦ ଜୁନ ପର୍ଯ୍ୟନ୍ତ ଓଡିଶାରେ ସମସ୍ତ ସପିଂ ମଲ, ଧର୍ମାନୁଷ୍ଠାନ, ବାର୍, ଜିମ, ସିନେମା ହଲ, ବନ୍ଦ ରହିବ। ସେହିପରି ରାଜ୍ୟରେ ୩୦ ଯାଏଁ ସମାବେଶ, ସାଂସ୍କୃତିକ କାର୍ଯ୍ୟକ୍ରମ, ଧାର୍ମିକ, ରାଜନୈତିକ ସଭା ସମିତି ମଧ୍ୟ ବନ୍ଦ ରହିବ। ୩୧ ଜୁଲାଇ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ।

ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦୦ ଅତିକ୍ରମ କରିବା ପରେ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୧୧ ଜିଲ୍ଲାକୁ ସପ୍ତାହରେ ୨ ଦିନ ସଟଡାଉନ ଘୋଷଣା କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ପୁରୀ, ନୟାଗଡ଼,  ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, କଟକ, ଯାଜପୁର, ବାଲେଶ୍ୱର, ବଲାଙ୍ଗିର। ଏହି ୧୧ଟି ଜିଲ୍ଲାରେ ପ୍ରତି ଶନିବାର ରବିବାର ସଟଡାଉନ ରହିବ। ଏହାଛଡା ମାସ୍କ ପିନ୍ଧିବା ଓ ଛେପ ପକାଇକୁ ନେଇ ନିୟମ ଜାରି କରାଯାଇଛି। ଏଣିକି ଛେପ ପକାଇଲେ ଜରିମାନା ଦେବାକୁ ପଡିବ।ପ୍ରଥମ ୩ ଥର ଛେପ ପକାଇଲେ ୫୦୦ ଟଙ୍କା, ଏହା ପରେ ପକାଇଲେ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏହାଛଡା କର୍ଫ୍ୟୁ ନିୟମକୁ ବାରମ୍ବାର ଭାଙ୍ଗିଲେ ଗିରଫ ହେବେ। ସମସ୍ତ ଜିଲ୍ଲାରେ ରାତି ୭ଟାରୁ ସକାଳ ୭ଟା ଯାଏଁ କର୍ଫୁ ଜାରି ରହିବ। ବାହାରେ ମାସ୍ଟ ପିନ୍ଧିବା ବାଧ୍ୟତାମୂଳକ।