ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଓଡ଼ିଶା ଫେରୁଛନ୍ତି ବିଜୟ ମହାନ୍ତି, ଫେରିବା ବେଳେ କହିଲେ ଏମିତି କଥା

ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି କିଛି ଦିନ ତଳେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ସେ ଓଡିଶା ଫେରୁଥିବା ନେଇ ସୂଚନା ମିଳିଛି। ଭୁବନେଶ୍ବରରୁ ଯାଇଥିବା ଏକ ହସ୍ପିଟାଲର ଡାକ୍ତରୀ ଟିମ୍ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହାଇଦ୍ରାବାଦରୁ ଓଡିଶା ଅଣାଯାଉଛି। ବିଜୟ ମହାନ୍ତି ହୃଦରୋଗରେ ପୀଡ଼ିତ ଅଛନ୍ତି। ଏବେ ସେ ସୁସ୍ଥ ଥିବା ଜଣା ପଡିଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଫେରାଇ ଆଣିବା ପାଇଁ ଦାୟିତ୍ବ
 
ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଓଡ଼ିଶା ଫେରୁଛନ୍ତି ବିଜୟ ମହାନ୍ତି, ଫେରିବା ବେଳେ କହିଲେ ଏମିତି କଥା

ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି କିଛି ଦିନ ତଳେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ସେ ଓଡିଶା ଫେରୁଥିବା ନେଇ ସୂଚନା ମିଳିଛି। ଭୁବନେଶ୍ବରରୁ ଯାଇଥିବା ଏକ ହସ୍ପିଟାଲର ଡାକ୍ତରୀ ଟିମ୍ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହାଇଦ୍ରାବାଦରୁ ଓଡିଶା ଅଣାଯାଉଛି। ବିଜୟ ମହାନ୍ତି ହୃଦରୋଗରେ ପୀଡ଼ିତ ଅଛନ୍ତି। ଏବେ ସେ ସୁସ୍ଥ ଥିବା ଜଣା ପଡିଛି।

ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଓଡ଼ିଶା ଫେରୁଛନ୍ତି ବିଜୟ ମହାନ୍ତି, ଫେରିବା ବେଳେ କହିଲେ ଏମିତି କଥା

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଫେରାଇ ଆଣିବା ପାଇଁ ଦାୟିତ୍ବ ନେଇଛନ୍ତି। ଏହା ଛଡା ସେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରେଇବାର ଦାୟିତ୍ବ ମଧ୍ୟ ନେଇଛନ୍ତି। ତେବେ ଓଡ଼ିଶା ଫେରିବା ପୂର୍ବରୁ ବିଜୟ ମହାନ୍ତି ନିଜ ଫ୍ୟାନ୍ସ ମାନଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ‘ହେଲୋ..ମୁଁ ଭୁବେନଶ୍ବର ଆସୁଛି’। ବିଜୟ ମହାନ୍ତି ନିଜ ଝିଅ ଘରକୁ ଯାଇ ସେଠାରେ ଅସୁସ୍ଥ ହୋଇପଡିଥିଲେ ୨୭ ତାରିଖରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲକଡାଉନ କାରଣରୁ ସେ ଓଡିଶା ଫେରି ପାରୁ ନଥିଲେ।