କିଛି ଏମିତି ଥିଲା ସୁଶାନ୍ତଙ୍କ ମୃତ୍ୟୁ ପୂର୍ବ ଶେଷ ୩ ଘଣ୍ଟା, ସକାଳେ ଉଠି ନରମାଲ୍ ଥିଲେ ହେଲେ ତା ପରେ…

ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇ ସାରିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତ। ତାଙ୍କ ହସହସ ମୁଖକୁ ଦେଖି କେହି ବିଶ୍ୱାସ କରି ପାରୁ ନାହାନ୍ତି ଯେ ସେ ଏମିତି ଏକ ପଦକ୍ଷେପ ନେବେ। ସେ ମୁମ୍ବାଇରେ ନିଜ ଘରେ ନିଜକୁ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ କୁହାଯାଉଛି ଯେ ସେ ଦୀର୍ଘ ଦିନ ଧରି ଡିପ୍ରେସନ ସହ ଲଢୁଥିଲେ। ଡିପ୍ରେସନ ହେତୁ ସୁଶାନ୍ତ ଔଷଧ ମଧ୍ୟ
 
କିଛି ଏମିତି ଥିଲା ସୁଶାନ୍ତଙ୍କ ମୃତ୍ୟୁ ପୂର୍ବ ଶେଷ ୩ ଘଣ୍ଟା, ସକାଳେ ଉଠି ନରମାଲ୍ ଥିଲେ ହେଲେ ତା ପରେ…

ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇ ସାରିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତ। ତାଙ୍କ ହସହସ ମୁଖକୁ ଦେଖି କେହି ବିଶ୍ୱାସ କରି ପାରୁ ନାହାନ୍ତି ଯେ ସେ ଏମିତି ଏକ ପଦକ୍ଷେପ ନେବେ। ସେ ମୁମ୍ବାଇରେ ନିଜ ଘରେ ନିଜକୁ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ କୁହାଯାଉଛି ଯେ ସେ ଦୀର୍ଘ ଦିନ ଧରି ଡିପ୍ରେସନ ସହ ଲଢୁଥିଲେ। ଡିପ୍ରେସନ ହେତୁ ସୁଶାନ୍ତ ଔଷଧ ମଧ୍ୟ ଖାଉଥିଲେ। ସୁଶାନ୍ତ ଏହି ଦୁନିଆରୁ ବିଦାୟର ପୂର୍ବ 3 ଘଣ୍ଟା ଭଲରେ କାଟିଥିଲେ। ଯେତେବେଳେ ସେ ଆଜି ସକାଳ 6:30 ରେ ଉଠିଥିଲେ, ଘରେ କେହି ଭାବି ନଥିଲେ ଯେ ଏହା ତାଙ୍କର ଶେଷ ସକାଳ ହେବ।

ଯେତେବେଳେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ, ସେତେବେଳେ ସେ ଘରେ ଏକୁଟିଆ ନଥିଲେ ବଂର ସେଠାରେ ଅନ୍ୟ ଲୋକମାନେ ମଧ୍ୟ ଥିଲେ। କୁହାଯାଇଛି ଯେ ଘଟଣା ସମୟରେ ସୁଶାନ୍ତଙ୍କ ବ୍ୟତୀତ ଘରେ ଜଣେ ରୋଷେୟା, କ୍ରିୟଟିଭ ମେନେଜର ଏବଂ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ବନ୍ଧୁ କହିଛନ୍ତି ଯେ ସେ ସକାଳେ ଭଲ ଦେଖାଯାଉଥିଲେ, ତା’ପରେ ରୁମ ଭିତରେ ଯାଇ ଆଉ ବାହାରି ନଥିଲେ।

ଖବର ଅନୁଯାୟୀ, ସୁଶାନ୍ତ ସକାଳ 6:30 ରେ ଉଠିଥିଲେ। ଘରର ଚାକର ତାଙ୍କୁ ଡାଳିମ୍ବ ଜୁସ୍ ସକାଳ 9:00 ରେ ଦେଇଥିଲେ ଏବଂ ପରେ ସେ ମଧ୍ୟ ଏହାକୁ ପିଇଥିଲେ। ଚାକର ଯେତେବେଳେ ଖାଇବା ବିଷୟରେ ପଚାରିବାକୁ ଆସିଥିଲେ, ହେଲେ ସୁଶାନ୍ତ କବାଟ ଖୋଲି ନଥିଲେ। ସେ ଭିତରୁ କବାଟ ବନ୍ଦ କରିଥିଲେ। ଚାକରକୁ ଲାଗିଥିଲା ସେ ଶୋଇ ପଡିଛନ୍ତି।

ତା’ପରେ 2-3 ଘଣ୍ଟା ପରେ ମ୍ୟାନେଜର ସୁଶାନ୍ତଙ୍କ ଭଉଣୀକୁ ଫୋନ କରି ଡାକିଥିଲେ। ଭଉଣୀ ଆସି ତା’ପରେ ଚାବି ବାଲାକୁ ଡାକି କବାଟ ଖୋଲିଥିଲେ ଆଉ ତାପରେ ସାମ୍ନାରେ ସୁଶାନ୍ତଙ୍କ ଫ୍ୟାନରେ ମୃତ ଦେହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ଅନୁଯାୟୀ, ସକାଳ 10 ଟାରୁ ଦିନ 1 ଟା ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଘର ଭିତରେ ସୁଶାନ୍ତଙ୍କ ଶରୀର ଫାଶୀର ଫନ୍ଦାରେ ଝୁଲି ରହିଥିଲା। ଏହା ପରେ ଚାକର ପୋଲିସକୁ ଡାକିଥିଲେ। ମୁମ୍ବାଇ ପୋଲିସ ତଦନ୍ତ କରୁଛି। ପୋଲିସ ଏପର୍ଯ୍ୟନ୍ତ କୌଣସି ଆତ୍ମହତ୍ୟା ନୋଟ ପାଇନାହିଁ। କହି ରଖୁଛୁ ଯେ ଚାରି ଦିନ ପୂର୍ବରୁ ସୁଶାନ୍ତଙ୍କ ମ୍ୟାନେଜର ଦିଶା ମଧ୍ୟ ବିଲଡିଂରୁ ଖସି ମୃତ୍ୟୁବରଣ କରିଥିଲେ।