ପ୍ରବାସୀ ଓଡିଆଙ୍କୁ ସାହାଯ୍ୟ କରୁଥିବା ସବ୍ୟସାଚୀଙ୍କୁ ସୋନୁ ସୁଦ୍ ପ୍ରଶଂସା କରି କହିଲେ ଏମିତି କଥା

କରୋନା ଭାଇରସ ପାଇଁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ପାଇଁ ସମସ୍ତେ କଷ୍ଟ ରେ ଦିନ କାଟୁଛନ୍ତି। ତେବେ ସବୁଠାରୁ ଅଧିକ କଷ୍ଟ ସହୁଛନ୍ତି ପ୍ରବାସୀ ଶ୍ରମିକମାନେ। ଶହଶହ ଦୂର ଚାଲିଚାଲି ଘରକୁ ଫେରୁଥିବା ଶ୍ରମିକଙ୍କ ଦୁଃଖ ଦେଖି ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ବଲିଉଡ ଅଭିନେତା ସୋନୁ ସୁଦ। ନିଜ ଖର୍ଚ୍ଚରେ ସୋନୁ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛନ୍ତି। ତେବେ ଓଡିଶା ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ଏହି କାମରେ ଆଗେଇ ଆସିଛନ୍ତି।
 
ପ୍ରବାସୀ ଓଡିଆଙ୍କୁ ସାହାଯ୍ୟ କରୁଥିବା ସବ୍ୟସାଚୀଙ୍କୁ ସୋନୁ ସୁଦ୍ ପ୍ରଶଂସା କରି କହିଲେ ଏମିତି କଥା

କରୋନା ଭାଇରସ ପାଇଁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ପାଇଁ ସମସ୍ତେ କଷ୍ଟ ରେ ଦିନ କାଟୁଛନ୍ତି। ତେବେ ସବୁଠାରୁ ଅଧିକ କଷ୍ଟ ସହୁଛନ୍ତି ପ୍ରବାସୀ ଶ୍ରମିକମାନେ। ଶହଶହ ଦୂର ଚାଲିଚାଲି ଘରକୁ ଫେରୁଥିବା ଶ୍ରମିକଙ୍କ ଦୁଃଖ ଦେଖି ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ବଲିଉଡ ଅଭିନେତା ସୋନୁ ସୁଦ। ନିଜ ଖର୍ଚ୍ଚରେ ସୋନୁ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛନ୍ତି। ତେବେ ଓଡିଶା ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ଏହି କାମରେ ଆଗେଇ ଆସିଛନ୍ତି। ଓଡ଼ିଶା ବାହାରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ନିଜ ଖର୍ଚ୍ଚରେ ବସ କରି ଓଡ଼ିଶା ଫେରେଇବା କାମ କରୁଛନ୍ତି ସବ୍ୟସାଚୀ ମିଶ୍ର।

ପ୍ରବାସୀ ଓଡିଆଙ୍କୁ ସାହାଯ୍ୟ କରୁଥିବା ସବ୍ୟସାଚୀଙ୍କୁ ସୋନୁ ସୁଦ୍ ପ୍ରଶଂସା କରି କହିଲେ ଏମିତି କଥା

ସବ୍ୟସାଚୀଙ୍କୁ ସୋନୁଙ୍କ ତୁଳନା ମଧ୍ୟ କରାଯାଉଛି। ସୋନୁ ସୁଦ ନିଜେ ସବ୍ୟସାଚୀଙ୍କ ଏପରି କାମ ପାଇଁ ଖୁବ୍ ପ୍ରଶଂସା କରିଛନ୍ତି। ଟ୍ୱିଟ କରି ସୋନୁ ସବ୍ୟସାଚୀଙ୍କୁ ପ୍ରଶଂସା କରିବା ସହ ସବ୍ୟସାଚୀଙ୍କୁ ଭେଟିବାକୁ ମଧ୍ୟ କହିଛନ୍ତି। ସୂଚନାଯୋଗ୍ୟ ଦୟାନିଧି ଦହିମା ନାମକ ଜଣେ ବ୍ୟକ୍ତି ସୋନୁ ଓ ସବ୍ୟସାଚୀଙ୍କ ଫଟୋ ସେଆର କରି ଲେଖିଥିଲେ ଯେ ‘ ଓଡିଶାର ସୋନୁ ସୁଦ୍ ହେଉଛନ୍ତି ସବ୍ୟସାଚୀ ମିଶ୍ର, ସେ ମଧ୍ୟ ସୋନୁ ସୁଦଙ୍କ ପରି ମହତ କାମ କରି ଚାଲିଛନ୍ତି ହେଲେ ସେ ଆଲୋଚନାକୁ ଆସି ନାହାନ୍ତି। ଏଥିରେ ସୋନୁ ସୁଦଙ୍କୁ ଟ୍ୟାଗ ମଧ୍ୟ କରିଥିଲେ। ଏହାକୁ ରିଟ୍ୱିଟ କରି ସୋନୁ ସୁଦ କହିଥିଲେ- “ମୋ ଭାଇ ସବ୍ୟସାଚୀ ତୁମ ପାଇଁ ଗର୍ବିତ, ତୁମ ଭଳି ବ୍ୟକ୍ତିତ୍ୱ ଆହୁରି ଦରକାର, ଗଡ୍ ବ୍ଲେସ ୟୁ”।

ପ୍ରବାସୀ ଓଡିଆଙ୍କୁ ସାହାଯ୍ୟ କରୁଥିବା ସବ୍ୟସାଚୀଙ୍କୁ ସୋନୁ ସୁଦ୍ ପ୍ରଶଂସା କରି କହିଲେ ଏମିତି କଥା

ଏହାର ଜବାବରେ ସବ୍ୟସାଚୀ କହିଥିଲେ- “ସୋନୁ ସୁଦ ଭାଇ ତୁମର ଶୁଭେଚ୍ଛା ପାଇଁ ଧନ୍ୟବାଦ, ତମକୁ ମୋର ଏକ ପ୍ରଶ୍ନ, ଭାଇ ଖାଲି ଓଡିଶାରେ ଏହି କାମ କରିବା ବେଳେ ମୋ ଅବସ୍ଥା ଖରାପ ହେଇଯାଉଛି, ତମେ କେମିତି ପୂରା ଦେଶକୁ ସାହାଯ୍ୟ କରୁଛ? ମୁଁ ତୁମକୁ ଓ ତୁମ ବ୍ୟାପକ ପରିବାରକୁ ଭେଟିବାକୁ ଅପେକ୍ଷା ରଖୁଛି।” ଏହାର ଜବାବରେ ସୋନୁ ସୁଦ କହିଥିଲେ-“ଯେବେ ପୂରା ଦେଶର ଶୁଭେଚ୍ଛା ସାଥିରେ ଅଛି ସେତେବେଳେ କିଛିବି ଅସମ୍ଭବ ନୁହେଁ, ଆମେ ପ୍ରତି ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ପ୍ରତିବଦ୍ଧ ହେବା। ଆଉ ହଁ ମୁଁ ତୁମକୁ ମଧ୍ୟ ଭେଟିବାକୁ ଅପେକ୍ଷା କରିପାରୁ ନାହିଁ। ତମର ଏହି ମହତ କାମ ଜାରି ରଖ”।