କ୍ୟାନସର ପୀଡିତ ଦୀପା ସାହୁଙ୍କୁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ କଳାକାର, ଜାଣନ୍ତୁ କିଏ କେତେ ଟଙ୍କା ଦେଲେ

ଓଡିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ ବର୍ତ୍ତମାନ କ୍ୟାନସର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ବର୍ତ୍ତମାନ ସୁସ୍ଥ ଥିବା ବେଳେ ଭଲରେ କଥା ମଧ୍ୟ ହୋଇ ପାରୁଛନ୍ତି। ଏବେ ସେ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଉନ୍ନତ ଚିକିତ୍ସା ପାଇଁ ଗତ କାଲି ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କର ଏହି ପରିସ୍ଥିତିରେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଓଲିଉଡ୍ କଳାକାର ମାନେ। ସମସ୍ତେ ନିଜ ନିଜ ଯୋଗଦାନ କରି
 
କ୍ୟାନସର ପୀଡିତ ଦୀପା ସାହୁଙ୍କୁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ କଳାକାର, ଜାଣନ୍ତୁ କିଏ କେତେ ଟଙ୍କା ଦେଲେ

ଓଡିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ ବର୍ତ୍ତମାନ କ୍ୟାନସର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ବର୍ତ୍ତମାନ ସୁସ୍ଥ ଥିବା ବେଳେ ଭଲରେ କଥା ମଧ୍ୟ ହୋଇ ପାରୁଛନ୍ତି। ଏବେ ସେ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଉନ୍ନତ ଚିକିତ୍ସା ପାଇଁ ଗତ କାଲି ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କର ଏହି ପରିସ୍ଥିତିରେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଓଲିଉଡ୍ କଳାକାର ମାନେ। ସମସ୍ତେ ନିଜ ନିଜ ଯୋଗଦାନ କରି ଦୀପାଙ୍କୁ ସାହାଯ୍ୟ ପ୍ରଦାନ କରିଛନ୍ତି।

କଳାକାର ସମିତି ସଂଘର ସଦସ୍ୟ ବିଦୁସ୍ମିତା କହିଛନ୍ତି, “ଯେବେଠୁ ଦୀପାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଗଲା ସେବେଠୁ ଆମେ ସବୁ କଳାକାର ମିଶି ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରି ପାଣ୍ଠି କରିଥିଲୁ। ଏଥିରେ ବହୁ କଳାକାରମାନେ ନିଜ ନିଜ ତରଫରୁ ସହାୟତା କରିଥିଲେ। ଯାହା ଫଳରେ ଆମେ ପାଣ୍ଠିରେ ପାଖାପାଖି ୫ ଲକ୍ଷ ଟଙ୍କା ଯୋଗାଡ ହୋଇ ଦୀପାଙ୍କୁ ସହାୟତା ପ୍ରଦାନ କରାଯାଇଛି”। ଏହି ଯୋଗଦାନରେ କଳାକାର ଶକରୀତମ ଦାସ, ଉଷାଶୀ ମିଶ୍ର, ଜୀନା ସାମଲ, ବୁଦ୍ଧାଦିତ୍ୟ ମହାନ୍ତି, ସୁରେଶ ମିଶ୍ର, ପ୍ରିୟା ଚୌଧୁରୀ, ଏଲି ପାଢୀ, ଦେବାଶିଷ, ଦେବଯାନୀ ପ୍ରମୁଖ ଉପସ୍ଥିତରେ ଏହି ରାଶୀ ପ୍ରଦାନ କରି ଅନ୍ୟ ମାନଙ୍କୁ ସହାୟତା କରିବା ପାଇଁ ନିବେଦନ କରାଯାଇଛି।

ବିଦୁସ୍ମିତା ଆହୁରୀ କହିଛନ୍ତି ଯେ ‘ଦୀପା ୨୦୧୮ରେ କ୍ୟାନସରରେ ଆକ୍ରାନ୍ତ ହୋଇଥିଲେ ଯାହା ପରେ ତାଙ୍କର ଅପରେସନ ମଧ୍ୟ ହୋଇଥିଲା। ସେ ମେମୋରିଆଲ ହସ୍ପିଟାଲରେ ନିୟମିତ ଚିକିତ୍ସିତ ହୋଇ ଆସୁଥିଲେ। ହେଲେ ଲକଡାଉନରେ ତାଙ୍କ ଅବସ୍ଥା ଅଧିକ ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ଛଡା ବିଦୁସ୍ମିତାଙ୍କ ମା ଦୀପାଙ୍କୁ ନିଜ ଝିଅ କରି ତାଙ୍କ ପାଖରେ ରହି ସେବା କରୁଛନ୍ତି।