କରୋନା ରୋକିବାକୁ BMCର ବଡ ପଦକ୍ଷେପ, ଏହି ୫ଟି ଜିଲ୍ଲାରୁ ଭୁବନେଶ୍ୱର ଆସିଲେ ରହିବେ କ୍ୱାରେଣ୍ଟାଇନରେ

ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ବଡ ପଦକ୍ଷେପ ନେଇଛି। ଏବେ ୫ଟି ଜିଲ୍ଲାରୁ ଭୁବନେଶ୍ବର ଆସିଲେ ରହିବାକୁ ପଡିବ କ୍ବାରେଣ୍ଟାଇନରେ। ସେହି ୫ଟି ଜିଲ୍ଲା ହେଉଛି କଟକ, ଗଞ୍ଜାମ, ବାଲେଶ୍ୱର, ଗଜପତି ଓ ଯାଜପୁର। ଏହି ଜିଲ୍ଲାରୁ କେହି ବି ଭୁବନେଶ୍ୱର ବସ୍ତି ଅଞ୍ଚଳ ଆସିଲେ ସେମାନେ ସରକାରୀ କ୍ୱାରେଣ୍ଟାଇନ୍ରେ ରହିବେ। ଏସବୁ ଜିଲ୍ଲାରୁ କେହି ବି ଭୁବନେଶ୍ୱର ବସ୍ତି ଅଞ୍ଚଳ ଆସିଲେ, ସରକାରୀ କ୍ୱାରେଣ୍ଟାଇନ୍ରେ ରହିବେ। ଆସୁଥିବା ଲୋକମାନେ ୧୪ ଦିନ
 
କରୋନା ରୋକିବାକୁ BMCର ବଡ ପଦକ୍ଷେପ, ଏହି ୫ଟି ଜିଲ୍ଲାରୁ ଭୁବନେଶ୍ୱର ଆସିଲେ ରହିବେ କ୍ୱାରେଣ୍ଟାଇନରେ

ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ବଡ ପଦକ୍ଷେପ ନେଇଛି। ଏବେ ୫ଟି ଜିଲ୍ଲାରୁ ଭୁବନେଶ୍ବର ଆସିଲେ ରହିବାକୁ ପଡିବ କ୍ବାରେଣ୍ଟାଇନରେ। ସେହି ୫ଟି ଜିଲ୍ଲା ହେଉଛି କଟକ, ଗଞ୍ଜାମ, ବାଲେଶ୍ୱର, ଗଜପତି ଓ ଯାଜପୁର। ଏହି ଜିଲ୍ଲାରୁ କେହି ବି ଭୁବନେଶ୍ୱର ବସ୍ତି ଅଞ୍ଚଳ ଆସିଲେ ସେମାନେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବେ।

ଏସବୁ ଜିଲ୍ଲାରୁ କେହି ବି ଭୁବନେଶ୍ୱର ବସ୍ତି ଅଞ୍ଚଳ ଆସିଲେ, ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବେ। ଆସୁଥିବା ଲୋକମାନେ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବେ। ଏସବୁ ଜିଲ୍ଲାରୁ କେହି ଆସିଲେ ଧରିବ ସ୍ଲମ୍‌ ସର୍ଭେଲାନ୍ସ ଟିମ୍‌। ସ୍ଲମ୍‌ ସର୍ଭେଲାନ୍ସ ଟିମ ଜରିଆରେ ଧରାଯାଇ କ୍ୱାରେଣ୍ଟାଇନ୍‌ ପଠାଇ ଦିଆଯିବ। ଏନେଇ ବିଏମ୍‌ସି ସ୍ପଷ୍ଟ କରିଛି।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ୮୬୮୧ଜଣ ଲୋକ ଅନ୍ୟ ରାଜ୍ୟ ବା ଦେଶରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭୯୧ଜଣ ଲୋକ ଏବେବି କ୍ୱାରେଣ୍ଟାଇନରେ ରହିଛନ୍ତି। ଭୁବନେଶ୍ୱରରେ ମୋଟ ୨୭୪ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩୨ଜଣ ସକ୍ରିୟ ଅଛନ୍ତି। ବାକି ୧୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ଥିବା ୧୩୨ଟି ପଜିଟିଭ୍ ମାମଲାରୁ ୨୫ଜଣ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ବୋଲି ଚିହ୍ନଟ ହୋଇଛି।