ସୁଶାନ୍ତଙ୍କ ପରିବାର ନେଲେ ବଡ ନିଷ୍ପତ୍ତି, ସୁଶାନ୍ତଙ୍କ ନାଁରେ ତିଆରି ହେବ ଫାଉଣ୍ଡେସନ ଯେଉଁଥିରେ ଗରିବ…

ସୁଶାନ୍ତ ସିଂ ରାଜପୁତ ଦୁନିଆ ଛାଡିବାର ଅନେକ ଦିନ ବିତିଗଲାଣି। ସୁଶାନ୍ତ ସିଂ ରାପଜୁତଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକମାନେ ଏହି ଦୁଃଖରୁ ମୁକ୍ତି ପାଇନାହାଁନ୍ତି। ଏହି ସମୟରେ ତାଙ୍କ ପରିବାର ପ୍ରଶଂସକଙ୍କ ପାଇଁ ଏକ ବିବୃତ୍ତି ଜାରି କରିଛନ୍ତି। ଏହି ବିବୃତ୍ତି ମାଧ୍ୟମରେ ସେ ତାଙ୍କର ପ୍ରିୟ ଗୁଲଶନ ଅର୍ଥାତ୍ ସୁଶାନ୍ତଙ୍କୁ ଶେଷ ବିଦାୟ ଦେବାବେଳେ କିଛି ବଡ ଘୋଷଣା କରିଛନ୍ତି। ସୁଶାନ୍ତଙ୍କ ଘରର ନାମ ଗୁଲଶନ୍ ଥିଲା। ବିବୃତ୍ତିରେ ଲେଖା ଅଛି, “ଅଲବିଦା ସୁଶାନ୍ତ।
 
ସୁଶାନ୍ତଙ୍କ ପରିବାର ନେଲେ ବଡ ନିଷ୍ପତ୍ତି, ସୁଶାନ୍ତଙ୍କ ନାଁରେ ତିଆରି ହେବ ଫାଉଣ୍ଡେସନ ଯେଉଁଥିରେ ଗରିବ…

ସୁଶାନ୍ତ ସିଂ ରାଜପୁତ ଦୁନିଆ ଛାଡିବାର ଅନେକ ଦିନ ବିତିଗଲାଣି। ସୁଶାନ୍ତ ସିଂ ରାପଜୁତଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକମାନେ ଏହି ଦୁଃଖରୁ ମୁକ୍ତି ପାଇନାହାଁନ୍ତି। ଏହି ସମୟରେ ତାଙ୍କ ପରିବାର ପ୍ରଶଂସକଙ୍କ ପାଇଁ ଏକ ବିବୃତ୍ତି ଜାରି କରିଛନ୍ତି। ଏହି ବିବୃତ୍ତି ମାଧ୍ୟମରେ ସେ ତାଙ୍କର ପ୍ରିୟ ଗୁଲଶନ ଅର୍ଥାତ୍ ସୁଶାନ୍ତଙ୍କୁ ଶେଷ ବିଦାୟ ଦେବାବେଳେ କିଛି ବଡ ଘୋଷଣା କରିଛନ୍ତି। ସୁଶାନ୍ତଙ୍କ ଘରର ନାମ ଗୁଲଶନ୍ ଥିଲା। ବିବୃତ୍ତିରେ ଲେଖା ଅଛି, “ଅଲବିଦା ସୁଶାନ୍ତ। ଦୁନିଆ ପାଇଁ ଥିବା ଯେଉଁ ସୁଶାନ୍ତ ସିଂ ରାଜପୁତ ସେ ଆମ ପାଇଁ ଆମର ପ୍ରିୟ ଗୁଲଶନ ଥିଲା। ସେ ଜଣେ ସ୍ୱାଧୀନ, କଥାବାର୍ତ୍ତା ଏବଂ ଅତି ବୁଦ୍ଧିମାନ ବାଳକ ଥିଲା। ସେ ସବୁକିଛି ପ୍ରତି ଆଗ୍ରହୀ ଥିଲା। ତାର ସ୍ୱପ୍ନ କେବେ ବି କିଛି ପାଇଁ ଅଟକି ନଥିଲା। ସେ ସିଂହର ହୃଦୟ ସହ ସେହି ସ୍ୱପ୍ନଗୁଡ଼ିକୁ ପିଛା କରିଥିଲା। ସେ ଖୋଲାଖୋଲି ଭାବରେ ହସୁଥିଲା। “

ସୁଶାନ୍ତଙ୍କ ପରିବାର ନେଲେ ବଡ ନିଷ୍ପତ୍ତି, ସୁଶାନ୍ତଙ୍କ ନାଁରେ ତିଆରି ହେବ ଫାଉଣ୍ଡେସନ ଯେଉଁଥିରେ ଗରିବ…

ସେ ଆମ ପରିବାରର ଗର୍ବ ଏବଂ ପ୍ରେରଣା ଥିଲା। ତାର ଟେଲିସ୍କୋପ ତା ପ୍ରିୟ ଜିନିଷ ଥିଲା ଯେଉଁଥିରେ ସେ ତାରାମାନଙ୍କୁ ଦେଖୁଥିଲା। ଆମେ ବିଶ୍ୱାସ କରି ପାରୁନୁ ଯେ ଆମେ ବର୍ତ୍ତମାନ ତା ହସ ଆଉ ଆଉ କେବେବି ଦେଖି ପାରିବୁନି। ସେ ତାର ପ୍ରତ୍ୟେକ ପ୍ରଶଂସକଙ୍କୁ ଭଲ ପାଉଥିଲା। “

ତାଙ୍କ ସ୍ମୃତିକୁ ସତେଜ ରଖିବା ପାଇଁ ଏକ ଫାଉଣ୍ଡେସନ ଗଠନ କରାଯାଉଥିବା ବିବୃତ୍ତିରେ କୁହାଯାଇଛି। ଲେଖା ହୋଇଛି ଯେ- ଆମ ଗୁଲଶନଙ୍କୁ ଏତେ ପ୍ରେମ ଦେଇଥିବାରୁ ଧନ୍ୟବାଦ। ତାର ସ୍ମୃତି ଏବଂ ଲିଗେସୀକୁ ସମ୍ମାନ ଦେବା ପାଇଁ ପରିବାର ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେସନ୍ (SSRF) ନିର୍ମାଣ ହେବ। ଏହା ସୁଶାନ୍ତଙ୍କ ପସନ୍ଦ ଅର୍ଥାତ୍ ବିଜ୍ଞାନ, ସିନେମା ଏବଂ କ୍ରୀଡାକୁ ଆସୁଥିବା ଯୁବ ପ୍ରତିଭାକୁ ସମର୍ଥନ କରିବ। ଏଥିସହ ପାଟଣାର ରାଜୀବ ନଗରରେ ଥିବା ତାଙ୍କ ଘରକୁ ଏକ ସ୍ମାରକୀରେ ପରିଣତ କରାଯିବ। ଆମେ ତାର ବ୍ୟକ୍ତିଗତ ଜିନିଷ ଏଠାରେ ରଖିବୁ, ଯେଉଁଥିରେ ତାର ହଜାର ହଜାର ପୁସ୍ତକ, ଟେଲିସ୍କୋପ, ଫ୍ଲାଇଟ୍ ସିମୁଲେଟର ଏବଂ ଅନ୍ୟାନ୍ୟ ଜିନିଷ ରହିବ। ଏହା ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ ସେମାନଙ୍କ ସହିତ ସଂଯୁକ୍ତ ରଖିବ।

ବିବୃତ୍ତି ଶେଷରେ କୁହାଯାଇଛି ଯେ ସୁଶାନ୍ତଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ବର୍ତ୍ତମାନ ତାଙ୍କ ପରିବାର ପରିଚାଳନା କରିବେ। ଏହା ମାଧ୍ୟମରେ ତାଙ୍କ ସ୍ମୃତି ଏବଂ ଲିଗେସି ସତେଜ ରଖାଯିବ। ପରିବାର ସମସ୍ତ ପ୍ରଶଂସକଙ୍କୁ ସେମାନଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।