ବାବା ରାମଦେବଙ୍କ ବଡ ବୟାନ: ଏମିତି ଲୋକମାନଙ୍କୁ ମାଗଣାରେ ଦେବେ କରୋନା ଔଷଧ, ହେଲେ କାହିଁକି?

ଯୋଗ ଗୁରୁ ରାମଦେବ ଏକ ମିଡିଆ ଚ୍ୟାନେଲ କାର୍ଯ୍ୟକ୍ରମରେ ଦାବି କରିଛନ୍ତି ଯେ ସେ ପତଞ୍ଜଳିର କରୋନା ଭାଇରସ ଔଷଧ ‘କରୋନିଲ’ ରୋଗୀଙ୍କୁ ମାଗଣାରେ ଦେବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, “ସେମାନେ ଏଲୋପାଥି ସହିତ କରୋନା ପାଇଁ 300 ରୁ 500 ଟଙ୍କା ବଟିକା ତିଆରି କରୁଛନ୍ତି। ମୁଁ କରୋନାର ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଦେବାକୁ ପ୍ରସ୍ତୁତ ଅଛି।” ବାବା ରାମଦେବ କହିଛନ୍ତି, “ମୁଁ 3 ରୁ 7 ଦିନ ମଧ୍ୟରେ ରୋଗୀଙ୍କ ଆରୋଗ୍ୟ
 
ବାବା ରାମଦେବଙ୍କ ବଡ ବୟାନ: ଏମିତି ଲୋକମାନଙ୍କୁ ମାଗଣାରେ ଦେବେ କରୋନା ଔଷଧ, ହେଲେ କାହିଁକି?

ଯୋଗ ଗୁରୁ ରାମଦେବ ଏକ ମିଡିଆ ଚ୍ୟାନେଲ କାର୍ଯ୍ୟକ୍ରମରେ ଦାବି କରିଛନ୍ତି ଯେ ସେ ପତଞ୍ଜଳିର କରୋନା ଭାଇରସ ଔଷଧ ‘କରୋନିଲ’ ରୋଗୀଙ୍କୁ ମାଗଣାରେ ଦେବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, “ସେମାନେ ଏଲୋପାଥି ସହିତ କରୋନା ପାଇଁ 300 ରୁ 500 ଟଙ୍କା ବଟିକା ତିଆରି କରୁଛନ୍ତି। ମୁଁ କରୋନାର ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଦେବାକୁ ପ୍ରସ୍ତୁତ ଅଛି।”

ବାବା ରାମଦେବ କହିଛନ୍ତି, “ମୁଁ 3 ରୁ 7 ଦିନ ମଧ୍ୟରେ ରୋଗୀଙ୍କ ଆରୋଗ୍ୟ ପାଇଁ ମଧ୍ୟ ପ୍ରସ୍ତୁତ ଅଛି। ଯେଉଁମାନଙ୍କର ପଇସା ନାହିଁ, ଏକ ଲକ୍ଷ ଲୋକ ହୁଅନ୍ତୁ କିମ୍ବା ଏକ କୋଟି ଲୋକ, ଏତିକି ସାମର୍ଥ୍ୟ କରିଛି ମତେ ଏହି ଦେଶ କି ମୁଁ ସମସ୍ତଙ୍କୁ ମାଗଣାରେ ଔଷଧ ଦେବାକୁ ପ୍ରସ୍ତୁତ ଅଛି। ଯିଏ ସକ୍ଷମ ସେ ଏହାକୁ ଟଙ୍କା ଦେଇ କିଣି ପାରିବେ। ଯାହା ପାଖରେ ଟଙ୍କା ନାହିଁ ତାଙ୍କୁ ମୁଁ ଔଷଧ ପଠେଇବି ହରିଦ୍ଵାରରୁ ଚେଷ୍ଟା କରିବୁ କି ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଔଷଧ ମିଳିଯିବା ପାଇଁ।

ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ଅନୁଷ୍ଠାନ ‘ପତଞ୍ଜଳି’ ଏହି ମାସରେ କୋଭିଡ 19 ର ଆୟୁର୍ବେଦିକ ଔଷଧ ‘କରୋନିଲ’ ଲଞ୍ଚ କରିଥିଲେ। କ୍ଲିନିକାଲ୍ କେସ୍ ଷ୍ଟଡି ଏବଂ କ୍ଲିନିକାଲ୍ ନିୟନ୍ତ୍ରିତ ପରୀକ୍ଷଣ ପରେ ଏହି ଔଷଧ ଆରମ୍ଭ କରାଯାଇଛି। ତେବେ ଏହି ଔଷଧ ବିକ୍ରୟ କରିବା ପାଇଁ ପତଞ୍ଜଳି ଆୟୁଷ ମନ୍ତ୍ରଣାଳୟର ଅନୁମୋଦନ ପାଇନାହିଁ। ଆଶା କରାଯାଉଛି ଯେ ଆସନ୍ତା କିଛି ଦିନ ମଧ୍ୟରେ ଆୟୁଷ ମନ୍ତ୍ରଣାଳୟ ଏହି ଔଷଧ ବିକ୍ରୟ ଉପରେ ଜବାବ ଦେବ।