ଜୁଲାଇ ମାସ ପାଇଁ ଓଡିଶାର ଗାଇଡଲାଇନ ଜାରି: ନୂଆ ନିୟମ ସହ ବଦଳିଲା ଏହିସବୁ ଗାଇଡଲାଇନ, ଜାଣନ୍ତୁ

କେନ୍ଦ୍ର ସରକାରଙ୍କ ତରଫରୁ ଅନଲକ ୨ ର ଗାଇଡ ଲାଇନ ଜାରି କରାଯାଇଥିବା ବେଳେ ଆଜି ରାଜ୍ୟ ସରକାର ଅନଲକ ୨ ର ଗାଇଡ ଲାଇନ ଜାରି କରିଛନ୍ତି। ଆସନ୍ତା କାଲି ମାନେ ଜୁଲାଇ ୧ ଠାରୁ ରାଜ୍ୟରେ କିଛି ନିୟମରେ ପରିବର୍ତ୍ତନ କରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ଥିବା ସେ କହିଛନ୍ତି। ଧାର୍ମିକ
 
ଜୁଲାଇ ମାସ ପାଇଁ ଓଡିଶାର ଗାଇଡଲାଇନ ଜାରି: ନୂଆ ନିୟମ ସହ ବଦଳିଲା ଏହିସବୁ ଗାଇଡଲାଇନ, ଜାଣନ୍ତୁ

କେନ୍ଦ୍ର ସରକାରଙ୍କ ତରଫରୁ ଅନଲକ ୨ ର ଗାଇଡ ଲାଇନ ଜାରି କରାଯାଇଥିବା ବେଳେ ଆଜି ରାଜ୍ୟ ସରକାର ଅନଲକ ୨ ର ଗାଇଡ ଲାଇନ ଜାରି କରିଛନ୍ତି। ଆସନ୍ତା କାଲି ମାନେ ଜୁଲାଇ ୧ ଠାରୁ ରାଜ୍ୟରେ କିଛି ନିୟମରେ ପରିବର୍ତ୍ତନ କରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ଥିବା ସେ କହିଛନ୍ତି।

ଧାର୍ମିକ ଅନୁଷ୍ଠାନ ପୂର୍ବ ପରି ବନ୍ଦ ରହିବା ସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ। ହେଲେ ରାତ୍ରି କର୍ଫ୍ୟୁରେ କୋହଳ କରାଯାଇଛି। ଜୁଲାଇ ୧ରୁ ରାତି ୯ ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି ରହିବ ଯାହା ପୂର୍ବରୁ ରାତି ୭ଟା ରୁ ଥିଲା। ଏହା ବ୍ୟତୀତ ଶୋଭାଯାତ୍ରା, ରାଜନୈତିକ ଓ ଧାର୍ମିକ ସମାବେଶ ଉପରେ ପୂର୍ବ ପରି କଟକଣା ଜାରି ରହିବ ବୋଲି ମୁଖ୍ୟ ସଚିବ କହିଛନ୍ତି। ସିନେମା ହଲ ଥିଏଟର ସହ ଜିମ୍ ପୂର୍ବ ପରି ବନ୍ଦ ରହିବ।

ତେବେ ଜୁଲାଇ ମାସ ସାରା ୧୦ଟି ଜିଲ୍ଲାରେ ସାପ୍ତାହିକ ସଟଡାଉନ ଲାଗୁ ହେବ। ସେହି ୧୦ଟି ଜିଲ୍ଲା ହେଉଛି- ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ୱର, ମୟୁରଭଞ୍ଜ, ଝାରସୁଗୁଡ଼ା, କେନ୍ଦୁଝର, ଜଗତସିଂହପୁର ଓ ଯାଜପୁର। ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲିପାରିବେ ସପିଂ ମଲ।