ସଲମାନଙ୍କୁ ନିବେଦନ କରି ସମାଲୋଚନା ହେଲେ ସାଂସଦ ଅନୁଭବ ମହାନ୍ତି, ଜାଣନ୍ତୁ ଏମିତି କଣ ମାଗିଲେ ଅନୁଭବ ସଲମାନଙ୍କୁ

ଲକଡାଉନ ଆରମ୍ଭରୁ କେନ୍ଦ୍ରାପଡ଼ା ତଥା ଓଡ଼ିଶାରେ ନଥିବା କାରଣରୁ ବହୁ ସମାଲୋଚନାର ଶିକାର ହୋଇଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ହେଲେ ଓଡିଶା ଫେରିବା ପରେ ସେ ଏ ନେଇ ଲୋକମାନଙ୍କୁ ଉତ୍ତର ରଖିଥିଲେ। ତେବେ ଏବେ ପୁଣି ଥରେ ଲୋକଙ୍କ ସମାଲୋଚନାର ଶିକାର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ହେଲେ ଏଥର କାରଣ ଟିକେ ଭିନ୍ନ। ନିଜର ଏକ ଟ୍ୱିଟ ପାଇଁ ସୋସିଆଲ୍ ମିଡିଆରେ ଜୋରଦାର ଟ୍ରୋଲ ହେଇଛନ୍ତି ଅନୁଭବ ମହାନ୍ତି। ତେବେ କଥାଟି କିଛି
 
ସଲମାନଙ୍କୁ ନିବେଦନ କରି ସମାଲୋଚନା ହେଲେ ସାଂସଦ ଅନୁଭବ ମହାନ୍ତି, ଜାଣନ୍ତୁ ଏମିତି କଣ ମାଗିଲେ ଅନୁଭବ ସଲମାନଙ୍କୁ

ଲକଡାଉନ ଆରମ୍ଭରୁ କେନ୍ଦ୍ରାପଡ଼ା ତଥା ଓଡ଼ିଶାରେ ନଥିବା କାରଣରୁ ବହୁ ସମାଲୋଚନାର ଶିକାର ହୋଇଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ହେଲେ ଓଡିଶା ଫେରିବା ପରେ ସେ ଏ ନେଇ ଲୋକମାନଙ୍କୁ ଉତ୍ତର ରଖିଥିଲେ। ତେବେ ଏବେ ପୁଣି ଥରେ ଲୋକଙ୍କ ସମାଲୋଚନାର ଶିକାର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ହେଲେ ଏଥର କାରଣ ଟିକେ ଭିନ୍ନ। ନିଜର ଏକ ଟ୍ୱିଟ ପାଇଁ ସୋସିଆଲ୍ ମିଡିଆରେ ଜୋରଦାର ଟ୍ରୋଲ ହେଇଛନ୍ତି ଅନୁଭବ ମହାନ୍ତି।

ତେବେ କଥାଟି କିଛି ଏପରି ଯେ ଜୁଲାଇ ୩ ମଧ୍ୟ ରାତ୍ରି ୨.୫୦ ସମୟରେ ଅର୍ଥାତ୍ ଜୁଲାଇ ୪ ତାରିଖରେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ବଲିଉଡ ଅଭିନେତା ସଲମାନଙ୍କ ବିଷୟରେ ଏକ ଟ୍ୱିଟ କରିଥିଲେ, ହେଲେ ଟ୍ୱିଟଟି କିଛି ଏପରି ଥିଲା ଯେ ଏହାକୁ ଦେଖି ଲୋକେ ମନଇଚ୍ଛା ତାଙ୍କୁ ଟ୍ରୋଲ୍ କରିଚାଲିଛନ୍ତି। ତେବେ ଅନୁଭବ ରାତି ଅଧିଆ ସଲମାନଙ୍କ ଠାରୁ ଲାଇକ୍ ନିବେଦନ କରିଛନ୍ତି। ନିଜ ଟ୍ୱିଟରେ ସେ ସଲମାନଙ୍କୁ ଟ୍ୟାଗ କରି ଲେଖିଛନ୍ତି “ସଲମାନ ସାର୍/ଭାଇଜାନ ଆପଣଙ୍କ ଠାରୁ କଣ ଗୋଟେ ଲାଇକ୍ ପାଇବାକୁ ବି ମୁଁ ଯୋଗ୍ଯ ନୁହେଁ? ଦୟାକର, ଲଭ୍ ୟୁ ଭାଇଜାନ ଯଦିଓ ଆପଣ ମତେ ପସନ୍ଦ କରନ୍ତି ନାହିଁ”।

ସଲମାନଙ୍କୁ ଅନୁଭବଙ୍କ ଏପରି ଲାଇକ୍ ପାଇଁ ନିବେଦନ ଜନତାଙ୍କୁ ବେଶ ନିରାଶ କରିଛି। ଏଥିପାଇଁ ଲୋକେ ଅନେକ କଥା କହି ସମାଲୋଚନା କରିଛନ୍ତି ଅନୁଭବଙ୍କୁ। ଜଣେ ୟୁଜର ଟ୍ୱିଟରେ କମେଣ୍ଟ କରି ଲେଖିଛନ୍ତି “ଅନୁଭବ ମହାନ୍ତି ମୁଁ ଆପଣଙ୍କ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ାର ଜଣେ ନାଗରିକ ହୋଇଥିବାରୁ ଆଜି ଦୁଃଖ ଲାଗୁଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଯେ, ଜଣେ ଲୋକସଭା ସାଂସଦ ଜଣେ ଅପରାଧୀକ ମାମଲା ଥିବା ଲୋକକୁ ଲାଇକ୍ ଭିକ୍ଷା ମାଗୁଛନ୍ତି, ଯାହାର ଲିଙ୍କ୍ ଦାଉଦ୍, ୟାକୁବ୍ ମେନନ୍ ସହ ରହିଛି। ତୁମକୁ ଲଜ୍ଜା ଲାଗିବା କଥା..ଛି ..ଛି।”