ଅଣ୍ଡା ବିକୁଥିବା ୧୪ବର୍ଷ ପିଲାର ଠେଲା ଓଲଟାଇ ଦେଲେ ଅଧିକାରୀ, ଏମିତି କରିବାର କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

କରୋନା ସଙ୍କଟ ଦୁନିଆରେ ବେକାରୀ ଏବଂ ଦାରିଦ୍ର ବୃଦ୍ଧି କରିଛି। ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି ଯେଉଁମାନେ ରାସ୍ତା କଡରେ ଠେଲା ଲଗେଇ ପରିବାର ଚଳାନ୍ତି। ଅନେକ ଖବର ଦେଖିବାକୁ ମିଳୁଛି ଯେ ବେକାରୀ କାରଣରୁ ଅନେକ ପ୍ରଫେସର, ଶିକ୍ଷକ ଏବଂ ଅଭିନେତା ଫଳ ପନିପରିବା ବିକିବାର। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଦର୍ଶାଇଛି ଯେ ଏହି କଠିନ ପରିସ୍ଥିତିରେ ଟଙ୍କା ରୋଜଗାର କରିବା କେତେ କଷ୍ଟକର।
 
ଅଣ୍ଡା ବିକୁଥିବା ୧୪ବର୍ଷ ପିଲାର ଠେଲା ଓଲଟାଇ ଦେଲେ ଅଧିକାରୀ, ଏମିତି କରିବାର କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

କରୋନା ସଙ୍କଟ ଦୁନିଆରେ ବେକାରୀ ଏବଂ ଦାରିଦ୍ର ବୃଦ୍ଧି କରିଛି। ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି ଯେଉଁମାନେ ରାସ୍ତା କଡରେ ଠେଲା ଲଗେଇ ପରିବାର ଚଳାନ୍ତି। ଅନେକ ଖବର ଦେଖିବାକୁ ମିଳୁଛି ଯେ ବେକାରୀ କାରଣରୁ ଅନେକ ପ୍ରଫେସର, ଶିକ୍ଷକ ଏବଂ ଅଭିନେତା ଫଳ ପନିପରିବା ବିକିବାର। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଦର୍ଶାଇଛି ଯେ ଏହି କଠିନ ପରିସ୍ଥିତିରେ ଟଙ୍କା ରୋଜଗାର କରିବା କେତେ କଷ୍ଟକର। ଦାବି ହେଉଛି ଯେ ଏହି ଘଟଣା ଇନ୍ଦୋରରୁ ଆସିଛି ଯେଉଁଠାରେ ବୁଧବାର ଦିନ ମ୍ୟୁନିସିପାଲିଟି କର୍ପୋରେସନର ଏକ ଟିମ୍ ପିପାଲିହାନା ଅଞ୍ଚଳରେ ଜଣେ 14 ବର୍ଷର ଶିଶୁର ଅଣ୍ଡା ଠେଲାକୁ ଓଲଟାଇ ସମସ୍ତ ଅଣ୍ଡାକୁ ତଳେ ପକାଇ ଭାଙ୍ଗି ଦେଇଛନ୍ତି।

ଅଣ୍ଡା ବିକୁଥିବା ୧୪ବର୍ଷ ପିଲାର ଠେଲା ଓଲଟାଇ ଦେଲେ ଅଧିକାରୀ, ଏମିତି କରିବାର କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭାଇରାଲ ଭିଡିଓରେ ପିଲାଟି ଅଭିଯୋଗ ଆଣିଛି ଯେ ସକାଳୁ ସେ ରାସ୍ତା କଡରେ ଠେଲା ଅଣ୍ଡା ଠେଲା ଲଗେଇଥିଲା। ନିଗମର ଟିମ୍ ଗାଡି ଆଣି କହିଥିଲେ ଯେ ଏଠାରୁ ଠେଲା ହଟାଇବା ପାଇଁ, ନଚେତ୍ ଠେଲାକୁ ସିଲ୍ କରିଦେବୁ ନହେଲେ 100 ଟଙ୍କା ଲାଞ୍ଚ ଦେଲେ ଏଠାରେ ଠେଲା ଲଗେଇ ପାରିବ। ଟଙ୍କା ନ ଦେବାରୁ ସେମାନେ ଠେଲାକୁ ଓଲଟାଇ ଦେଇଥିଲେ। ଯାହା ପରେ ଠେଲାର ସମସ୍ତ ଅଣ୍ଡା ତଳେ ପଡି ଫାଟି ଯାଇଥିଲା। ପିଲାଟି କହିଛି ଏମିତିରେ ବିକ୍ରି ହେଉନଥିଲା, ଆଉ ଉପରୁ ସେମାନେ ମୋର ଏତେ କ୍ଷତି କରିଦେଲେ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ମ୍ୟୁନିସିପାଲିଟି କର୍ପୋରେସନ କମିଶନର ପ୍ରତୀଭା ପାଲ ଗୁରୁବାର ଅତିରିକ୍ତ କମିଶନର ଦେବେନ୍ଦ୍ର ସିଂଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ଯାହା ପରେ ପିଲା ଏବଂ ତାଙ୍କ ଜେଜେବାପାଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ଦେବେନ୍ଦ୍ର ସିଂ କହିଛନ୍ତି ଯେ ସେହି ରାସ୍ତାରେ ପିଲାଟିର ଜେଜେ ବିଜୟ ରାଇକର ଅଣ୍ଡା ବିକୁଥିଲେ। ହେଲେ ନାତିର ସ୍କୁଲ ବନ୍ଦ ହେତୁ ସେ ବି ଠେଲାରେ ଅଣ୍ଡା ବିକୁଥିଲା। ଉଭୟ କହିଛନ୍ତି ଯେ ବୁଧବାର ଦିନ କର୍ପୋରେଟରମାନେ ସେମାନଙ୍କ ସହ ଅସଦାଚରଣ କରିଥିଲେ ଏବଂ ସେମାନଙ୍କୁ ମାଡ ମାରି ମାରି ଅଣ୍ଡା ଠେଲା ଓଲଟାଇ ଦେଇଥିଲେ।