କ୍ୟାନସର ସହ ଲଢେଇରେ ହାରିଗଲେ ଦୀପା ସାହୁ, ଜାଣନ୍ତୁ ରୋଗ ଆରମ୍ଭ ଦିନଠୁ କେମିତି ଥିଲା ତାଙ୍କ ସଂଘର୍ଷ

ଓଡିଆ କଳାକାର ଜଗତକୁ ଆଉ ଏକ ବଡ ଝଟକା ଲାଗିଛି ବିଜୟ ମହାନ୍ତି ମୃତ୍ୟୁ ପରେ ଦୁନିଆରୁ ବିଦାୟ ନେଇଛନ୍ତି ଓଡିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁ। ଆଜି ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତେବେ ଦିନେ ନିଜ ଆଲବମ ଦ୍ୱାରା ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଅଭିନେତ୍ରୀ ଶେଷରେ ଜୀବନ ସହ ସଂଘର୍ଷ କରି ମାତ୍ର ୩୫ ବର୍ଷ ବୟସରେ ମାରାତ୍ମକ କ୍ୟାନସର ସହ ଲଢେଇରେ ଆଜି ହାରି ଯାଇଛନ୍ତି ସେ। ଦୀପା ସାହୁ
 
କ୍ୟାନସର ସହ ଲଢେଇରେ ହାରିଗଲେ ଦୀପା ସାହୁ, ଜାଣନ୍ତୁ ରୋଗ ଆରମ୍ଭ ଦିନଠୁ କେମିତି ଥିଲା ତାଙ୍କ ସଂଘର୍ଷ

ଓଡିଆ କଳାକାର ଜଗତକୁ ଆଉ ଏକ ବଡ ଝଟକା ଲାଗିଛି ବିଜୟ ମହାନ୍ତି ମୃତ୍ୟୁ ପରେ ଦୁନିଆରୁ ବିଦାୟ ନେଇଛନ୍ତି ଓଡିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁ। ଆଜି ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତେବେ ଦିନେ ନିଜ ଆଲବମ ଦ୍ୱାରା ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଅଭିନେତ୍ରୀ ଶେଷରେ ଜୀବନ ସହ ସଂଘର୍ଷ କରି ମାତ୍ର ୩୫ ବର୍ଷ ବୟସରେ ମାରାତ୍ମକ କ୍ୟାନସର ସହ ଲଢେଇରେ ଆଜି ହାରି ଯାଇଛନ୍ତି ସେ।

କ୍ୟାନସର ସହ ଲଢେଇରେ ହାରିଗଲେ ଦୀପା ସାହୁ, ଜାଣନ୍ତୁ ରୋଗ ଆରମ୍ଭ ଦିନଠୁ କେମିତି ଥିଲା ତାଙ୍କ ସଂଘର୍ଷ

ଦୀପା ସାହୁ ଗର୍ଭାଶୟ କ୍ୟାନସରରେ ପୀଡିତ ହୋଇଥିଲେ। ଏକ ବର୍ଷ ପୂର୍ବରୁ ତାଙ୍କ ଠାରେ ଏହି ରୋଗ ଆରମ୍ଭ ହୋଇଥିଲା। ଯାହା ପରେ ସେ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଏକ ବର୍ଷରୁ ଚିକିତ୍ସିତ ହେଉଥିଲେ। ସେତେବେଳେ ସେ ଭଲ ଥିଲେ ହେଲେ କରୋନା ପାଇଁ ଲକଡାଉନ ପରେ ସେ ଆଉ ମୁମ୍ବାଇ ଯାଇ ପାରି ନଥିଲେ। ଯାହା ଫଳରେ ତିନି ମାସ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇଥିଲା। କ୍ୟାନସରରେ ପୀଡିତ ଥିବା ବେଳେ ତାଙ୍କର ଅତ୍ୟଧିକ ରକ୍ତ ସ୍ରାବ ହେଉଥିଲା ବୋଲି ସୂଚନା ରହିଥିଲା। ଯାହା ପରେ ତାଙ୍କୁ ୨୦ ଜୁନରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଜୁଲାଇ ୧୨ ତାରିଖରେ ତାଙ୍କୁ ସ୍ପର୍ଷ ହସପିଟାଲକୁ ସିଫ୍ଟ କରାଯାଇଥିଲା। ଯେଉଁଠି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଆଜି ଅପରାହ୍ନ ୪ଟାରେ ତାଙ୍କ ମୃତ୍ୟୁ ହୋଇଥିଲା।

ଦୀପା ସାହୁଙ୍କୁ ଜନ୍ମ ସ୍ଥାନ ହେଉଛି ଢେଙ୍କାନାଳରେ। ୧୯୮୫ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଅନେକ ଓଡ଼ିଆ ହିଟ୍ ଆଲବମ ଦର୍ଶକଙ୍କୁ ଭେଟି ଦେଇଥିଲେ ଯେଉଁଥିରୁ “ତୋ କୃଷ୍ଣ ଚୁଡା ରଙ୍ଗର ନାଲି ଓଢଣୀ, ଏକଡା ଏକଡା, ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଟଣା ଟଣା ଆଖି, ତୋର ଲମ୍ବା ବେଣୀ, ଫୁଲର ସହରେ ଘରଟେ କିଣିବି” ଭଳି ହିଟ୍ ଆଲବମ୍ ରେ ଅଭିନୟ କରି ଓଡିଶାର ଘରେ ଘରେ ପରିଚିତ ସହ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡିଥିଲେ ଦୀପା। ହେଲେ ଦେହ ଖରାପ ହେତୁ ସେ ଅନେକ ବର୍ଷରୁ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ।