ଆଜିର ରାଶିଫଳ, ୨୮ ଜୁଲାଇ ୨୦୨୦ ମଙ୍ଗଳବାର ରାଶିଫଳ, ପଢନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜିର ଶତଭିଷା ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଆପଣ ସମାଜକଲ୍ୟାଣ କାର୍ଯ୍ୟ, ଆନୁଷ୍ଠାନିକକ୍ଷେତ୍ର, ସଭାସମିତିରେ ସାମିଲ ହେଲେ ସମ୍ମାନିତ ହେବେ । ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ରହିବେ। ବୃଷ: ଆଜି ରୋହିଣୀ ନକ୍ଷତ୍ରସ୍ଥ ରବି ହେତୁ ହସଖୁସିର ବାତାବରଣ ମଧ୍ୟରେ ମାଙ୍ଗଳିକ କାମ ଓ ବନ୍ଧୁମିଳନ ହେତୁକ ଆନନ୍ଦ ଅନୁଭବ କରିବେ। ମତାନ୍ତର ଜନିତ କର୍ମକ୍ଷେତ୍ରରେ
 
ଆଜିର ରାଶିଫଳ, ୨୮ ଜୁଲାଇ ୨୦୨୦ ମଙ୍ଗଳବାର ରାଶିଫଳ, ପଢନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜିର ଶତଭିଷା ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଆପଣ ସମାଜକଲ୍ୟାଣ କାର୍ଯ୍ୟ, ଆନୁଷ୍ଠାନିକକ୍ଷେତ୍ର, ସଭାସମିତିରେ ସାମିଲ ହେଲେ ସମ୍ମାନିତ ହେବେ । ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ରହିବେ।

ବୃଷ: ଆଜି ରୋହିଣୀ ନକ୍ଷତ୍ରସ୍ଥ ରବି ହେତୁ ହସଖୁସିର ବାତାବରଣ ମଧ୍ୟରେ ମାଙ୍ଗଳିକ କାମ ଓ ବନ୍ଧୁମିଳନ ହେତୁକ ଆନନ୍ଦ ଅନୁଭବ କରିବେ। ମତାନ୍ତର ଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରିବହନ, ପ୍ରଶାସନ ଓ ପ୍ରକାଶନ,ଯୋଗାଯୋଗ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ।

ମିଥୁନ: ରାହୁ ନକ୍ଷତ୍ରସ୍ଥ ମଙ୍ଗଳଜନିତ ରୋଗ, ଋଣ ଓ ଶତ୍ରୁତା ତଥା ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇ ପାରନ୍ତି। ରାଜନୈତିକ ତପତ୍ରତା ପରିବେଶକୁ ସରଗରମ କରିପାରେ। ଆର୍ଥିକ ଅନଟନ ମଧ୍ୟରେ ଚଳିବାକୁ ବାଧ୍ୟ ହେବେ।

କର୍କଟ: ରବି ଓ ବୁଧ ଏକାଦଶସ୍ଥ ହେତୁ ଆଜି ଆପଣଙ୍କ ଉଦାର ଭାବନାଯୁକ୍ତ ସୁଚିନ୍ତିତ କାର୍ଯ୍ୟାବଳୀ ପ୍ରତ୍ୟେକଙ୍କର ଦୃଷ୍ଟି ଆକର୍ଷଣ କରିବ । ପରିବାର ଭିତରେ ଆତ୍ମୀୟସ୍ବଜନଙ୍କ ସୌହାର୍ଦ୍ଦ୍ୟତା ମଧ୍ୟରେ ଶୁଭକାର୍ଯ୍ୟ ସମ୍ପନ୍ନ କରିବେ । କର୍ମକ୍ଷେତ୍ରରେ ବନ୍ଧୁ ସୁବିଧାବାଦୀ ଗୁଣରେ ଶୋଷଣ କରିବାର ଅପଚେଷ୍ଟା କରିପାରନ୍ତି।

ସି˚ହ: ଜ୍ୟେଷ୍ଠା ନକ୍ଷତ୍ରସ୍ଥ ବୃହସ୍ପତି ପାରିବାରିକ ଅଶାନ୍ତି ହେତୁ ମାନସିକ ସ୍ଥିତିକୁ ଅସନ୍ତୁଳିତ କରି ରଖିବ । ଫଳରେ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ।

କନ୍ୟା: ଶନି ପୂର୍ବାଷାଢ଼ା ନକ୍ଷତ୍ରରେ ରହିଥିବାରୁ ଅସ୍ଥିରତା ମଧ୍ୟରେ ଦିନଚର୍ଯ୍ୟା କରିବାକୁ ବାଧ୍ୟ ହେବେ। ବ୍ୟୟବୃଦ୍ଧି, ସନ୍ତାନମାନଙ୍କ ସମସ୍ୟା, ଶତ୍ରୁତା, ବିରୋଧର ସାମ୍‌ନା କରିବା ଦିଗରେ ଚିନ୍ତିତ ରହିବେ। ଅବଶ୍ୟ ଧୈର୍ଯ୍ୟ ଧରି ସବୁ କାମ ସହଜ ଓ ସୁବିଧାରେ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ ।

ତୁଳା: ଭାଗ୍ୟସ୍ଥାନରେ ରାହୁ ଓ ମଙ୍ଗଳ ଲକ୍ଷ୍ମୀଯୋଗ ସୃଷ୍ଟିକରି ପୁନର୍ବସୁ ଓ ଆରଦ୍ରା ନକ୍ଷତ୍ରସ୍ଥ ଯୋଗୁ ଯାହା ଦୀର୍ଘଦିନ ହେଲା ଖୋଜି ଖୋଜି ପାଉ ନ ଥିଲେ ଆଜି ତାହା ଆକସ୍ମିକ ଭାବରେ ପାଇ ଖୁସି ହେବେ । ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ ।

ବିଛା:!ଦ୍ୱିତୀୟ ଭାବରେ କେତୁ ଆପଣଙ୍କ କଥା ଓ ବ୍ୟବହାରରେ ବ୍ୟତିକ୍ରମ ସୃଷ୍ଟିପୂର୍ବକ ସମସ୍ୟା ସୃଷ୍ଟି କରିପାରେ। ଅବଶ୍ୟ ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲ କରିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ପରିବହନ, ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟରେ ସାମାନ୍ୟ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ।

ଧନୁ: ରାଶିରେ ପାପଗ୍ରହଜନିତ ଅଧିକାଂଶ ମସୟ ମାନସିକ ସ୍ଥିତି ଠିକ୍‌ ରହିବନାହିଁ । ନିକଟ ସମ୍ପର୍କୀୟଙ୍କ ତରଫରୁ କୌଣସି ସମସ୍ୟା କିମ୍ବା ବିରୋଧ ଆପଣଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରିବ । ଏହା ସାଙ୍ଗକୁ ନୂତନ ସ୍ଥାନ ପରିଦର୍ଶନ,ବନ୍ଧୁମାନଙ୍କ ସହ ଭ୍ରମଣ, କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବେ।

ମକର: ମୁଖଭାବରେ ଚନ୍ଦ୍ର ଓ କେନ୍ଦ୍ରରେ ଶୁକ୍ର ହେତୁ ମନ ଭଲ ନ ଥିଲେ ମଧ୍ୟ ଅନ୍ୟାନ୍ୟ ଦିଗରୁ ବିଶେଷକିଛି ଅସୁବିଧା ହେବନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିପାରନ୍ତି।

କୁମ୍ଭ: ଷଷ୍ଠାଧିପ ରାଶିରେ ରହିବା କାରଣରୁ କୌଣସି ସମ୍ପର୍କୀୟା ମହିଳା ମାନସିକ ଅଶାନ୍ତିର କାରଣ ହେବେ। ବନ୍ଧୁମାନଙ୍କ ସହାୟତାରେ ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଖୁସି ହେବେ । ମାତ୍ର କେତେକ କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।

ମୀନ: ରାଶିର ଉଭୟ ସ୍ଥାନରେ ଗ୍ରହଙ୍କ ସ୍ଥିତି କାରଣରୁ କାର୍ଯ୍ୟସିଦ୍ଧି, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ ସାଙ୍ଗକୁ ଅର୍ଥ, ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ଖୁସି ରହିବେ। ନିଜର କିଛି ଅସୁବିଧା ନ ଥିଲେ କ’ଣ ହେଲା, ଅନ୍ୟମାନଙ୍କ ଅସୁବିଧାକୁ ନେଇ ମନ ଉଦ୍‌ବେଗ ରହିପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେଇପାରନ୍ତି।