ସବ୍ୟସାଚୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ : ପୁଣି ଫେରି ଆସିଲେ ଦୀପା ସାହୁ, କାହିଁକି ଏମିତି କହିଲେ ସବ୍ୟସାଚୀ !

ଭୁବନେଶ୍ୱର: ଅଭିନେତ୍ରୀ ଦୀପା ସାହୁ ବର୍ତମାନ ଏହି ଦୁନିଆ ରେ ନାହାନ୍ତି । ସେ ଅନେକ ହିଟ୍ ଆଲ୍ବମ୍ରେ ଅଭିନୟ କରିଥିଲେ ମାତ୍ର କ୍ୟାନ୍ସର୍ରେ ପୀଡ଼ିତ ଥିବା ଦୀପା ଗତକାଲି ଭୁବନେଶ୍ୱରର ଏକ ହସ୍ପିଟାଲ୍ରେ ନିଜର ପ୍ରାଣ ହରାଇଲେ । ଏହି ଘଟଣା ରେ ପୁରା ଓଲିଉଡ଼ ଜଗତ ଦୁଃଖରେ ଅଛି । ସିନେ ଷ୍ଟାର ସବ୍ୟସାଚୀ ମିଶ୍ର ଦୁଃଖ ପ୍ରକାଶ କରି ନିଜ ସୋସିଆଲ ମିଡ଼ିଆ ରେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟ
 
ସବ୍ୟସାଚୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ : ପୁଣି ଫେରି ଆସିଲେ ଦୀପା ସାହୁ, କାହିଁକି ଏମିତି କହିଲେ ସବ୍ୟସାଚୀ !

ଭୁବନେଶ୍ୱର: ଅଭିନେତ୍ରୀ ଦୀପା ସାହୁ ବର୍ତମାନ ଏହି ଦୁନିଆ ରେ ନାହାନ୍ତି । ସେ ଅନେକ ହିଟ୍ ଆଲ୍‌ବମ୍‌ରେ ଅଭିନୟ କରିଥିଲେ ମାତ୍ର କ୍ୟାନ୍‌ସର୍‌ରେ ପୀଡ଼ିତ ଥିବା ଦୀପା ଗତକାଲି ଭୁବନେଶ୍ୱରର ଏକ ହସ୍‌ପିଟାଲ୍‌ରେ ନିଜର ପ୍ରାଣ ହରାଇଲେ ।

ଏହି ଘଟଣା ରେ ପୁରା ଓଲିଉଡ଼ ଜଗତ ଦୁଃଖରେ ଅଛି । ସିନେ ଷ୍ଟାର ସବ୍ୟସାଚୀ ମିଶ୍ର ଦୁଃଖ ପ୍ରକାଶ କରି ନିଜ ସୋସିଆଲ ମିଡ଼ିଆ ରେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟ କୁ ଦେଖିଲା ପରେ ସମସ୍ତେ ତାଯୁବ ହୋଇଗଲେ ।

କାରଣ ସେ ନିଜର ଟ୍ୱିଟର ଆକାଉଣ୍ଟ ରେ ଏକ ନବଜାତ ଶିଶୁ ଝିଅର ଫଟୋ ପୋଷ୍ଟ୍ କରି ସେ ଦୀପା ସାହୁ ଫେରି ଆସିଛନ୍ତି ବୋଲି ଲେଖିଥିଲେ । ସେ ଏହାର ସ୍ପଷ୍ଟିକରଣ ରେ ଲେଖିଥିଲେ “ଲକ୍‌ଡାଉନ୍ ଓ ଅନ୍ୟାନ୍ୟ କାରଣରୁ ତାମିଲନାଡୁର ହୋସରରେ ରହୁଥିବା ସସ୍ମିତା ସାହୁ ସମସ୍ୟା ମଧ୍ୟରେ ଥିଲେ। ସେ ଗର୍ଭବତୀ ମଧ୍ୟ ଥିଲେ। ତାଙ୍କୁ ହୋସର ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇଥିଲି ଓ ସେ ସେଠାରେ ଏକ କନ୍ୟା ସନ୍ତାନକୁ ପ୍ରସବ କରିଛନ୍ତି। ଉଭୟ ମା’ ଓ ଝିଅ ଭଲ ଅଛନ୍ତି। ସେ ତାଙ୍କ ଝିଅର ନାଁ ଦେବାକୁ ମୋତେ କହିଥିଲେ। ଅଭିନେତ୍ରୀ ଦୀପା ସାହୁଙ୍କ ସ୍ମୃତିରେ ସେ ଝିଅର ନାଁ ‘ଦୀପା’ ରଖିବାକୁ ମୁଁ ପ୍ରସ୍ତାବ ଦେଇଥିଲି । ବଡ ସଂଯୋଗ ଯେ ଏହି ଝିଅଟିର ସାଂଜ୍ଞା ବି ସମାନ- ‘ଦୀପା ସାହୁ’। ସେ ଫେରିଆସିଛନ୍ତି” ।