ଅଗଷ୍ଟ ମାସ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ, ନୂଆ ନିୟମ ସହ ବଦଳିଲା ଏହିସବୁ ଗାଇଡଲାଇନ, ଜାଣନ୍ତୁ

ଅନଲକ୍ -3 ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି। ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଅଗଷ୍ଟ 5 ତାରିଖରୁ ଜିମ୍ ଖୋଲିବାକୁ ଅନୁମତି ଦିଆଯାଇଛି। ଏଥି ସହ ସରକାର ମଧ୍ୟ ରାତିର କର୍ଫ୍ୟୁ ହଟାଇ ଦେଇଛନ୍ତି। ମେଟ୍ରୋ, ରେଳ ଏବଂ ସିନେମା ହଲରେ ପ୍ରତିବନ୍ଧକ ଜାରି ରହିବ। ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସାମାଜିକ ଦୂରତା ସହିତ କରାଯିବ ବୋଲି ସରକାର କହିଛନ୍ତି। ଆହୁରି ମଧ୍ୟ, ଅନ୍ୟ ସ୍ୱାସ୍ଥ୍ୟ ପ୍ରୋଟୋକଲଗୁଡିକ ଅନୁସରଣ କରିବାକୁ ପଡିବ,
 
ଅଗଷ୍ଟ ମାସ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ, ନୂଆ ନିୟମ ସହ ବଦଳିଲା ଏହିସବୁ ଗାଇଡଲାଇନ, ଜାଣନ୍ତୁ

ଅନଲକ୍ -3 ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି। ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଅଗଷ୍ଟ 5 ତାରିଖରୁ ଜିମ୍ ଖୋଲିବାକୁ ଅନୁମତି ଦିଆଯାଇଛି। ଏଥି ସହ ସରକାର ମଧ୍ୟ ରାତିର କର୍ଫ୍ୟୁ ହଟାଇ ଦେଇଛନ୍ତି। ମେଟ୍ରୋ, ରେଳ ଏବଂ ସିନେମା ହଲରେ ପ୍ରତିବନ୍ଧକ ଜାରି ରହିବ। ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସାମାଜିକ ଦୂରତା ସହିତ କରାଯିବ ବୋଲି ସରକାର କହିଛନ୍ତି। ଆହୁରି ମଧ୍ୟ, ଅନ୍ୟ ସ୍ୱାସ୍ଥ୍ୟ ପ୍ରୋଟୋକଲଗୁଡିକ ଅନୁସରଣ କରିବାକୁ ପଡିବ, ଯେପରିକି ମାସ୍କ ପିନ୍ଧିବା। ଗୃହ ମନ୍ତ୍ରଣାଳୟ କହିଛି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ବ୍ୟାପକ ଆଲୋଚନା ପରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ଅଗଷ୍ଟ 31 ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ବନ୍ଦେ ଭାରତ ମିଶନ ଅଧୀନରେ ସୀମିତ ସଂଖ୍ୟକ ଆନ୍ତର୍ଜାତୀୟ ବିମାନ ଯାତ୍ରା ଅନୁମତି ଦିଆଯାଇଛି। ପରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ସରକାର ନିଷ୍ପତ୍ତି ନେବେ। ମେଟ୍ରୋ ରେଳ, ସିନେମା ହଲ୍, ସୁଇମିଂ ପୁଲ୍, ଥିଏଟର, ବାର୍, ଅଡିଟୋରିୟମ୍, ଆସେମ୍ବଲି ହଲ୍ ପୂର୍ବ ପରି ବନ୍ଦ ରହିବ। ଏଥି ସହିତ, ଲକଡାଉନ୍ 31 ଅଗଷ୍ଟ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ରେ ଜାରି ରହିବ। ସରକାର ଯାହା ବି ରିହାତି ଦେଇଛନ୍ତି ତାହା କଣ୍ଟେନମେଣ୍ଟ ଜୋନ୍ ବାହାରେ। କଣ୍ଟେନମେଣ୍ଟ ଜୋନରେ ପ୍ରତିବନ୍ଧକ ଜାରି ରହିବ।

ସରକାର କହିଛନ୍ତି ଯେ ଏହି ନୂତନ ନିର୍ଦ୍ଦେଶାବଳୀ କଣ୍ଟେନମେଣ୍ଟ ଜୋନ୍ ବାହାରେ। 1 ଅଗଷ୍ଟରୁ ଅନଲକ୍ -3 ପ୍ରଯୁଜ୍ୟ ହେବ। ଗୃହ ମନ୍ତ୍ରଣାଳୟ କହିଛି ଯେ ଆଜି ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ମତାମତ ଉପରେ ଆଧାରିତ। ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ବ୍ୟାପକ ଆଲୋଚନା ହୋଇଛି।