କିଏ ହାରାସ୍ କଲା ପ୍ରକୃତି ଓ ତାଙ୍କ ବାପା-ମା ଙ୍କୁ? ଥାନାର ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର, ସୋସିଆଲ ମିଡିଆରେ ତାଙ୍କ ନାମରେ ଖରାପ ଚିତ୍ରଣ ଅଭିଯୋଗରେ ମଞ୍ଚେଶ୍ୱର ଥାନାରେ ଏକ ୱେବ୍ ପୋର୍ଟାଲ ବିରୋଧରେ ମାନହାନୀ ଅଭିଯୋଗ ଆଣିଛନ୍ତି ପ୍ରକୃତି ମିଶ୍ର। ତେବେ ଏହି ୱେବ ପୋର୍ଟାଲ ପ୍ରକୃତିଙ୍କ ସହ ତାଙ୍କ ପରିବାର ନାମରେ ମଧ୍ୟ ଆପତ୍ତି ଜନକ ଓ ମିଥ୍ୟା ଖବର ଲେଖି ତାଙ୍କୁ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ଦର୍ଶାଇଛନ୍ତି। ପ୍ରକୃତି କିଛି ଦିନ ତଳେ ଏକ ମଦ ବ୍ରାଣ୍ଡର ପ୍ରଚାର କରୁଥିବା
 
କିଏ ହାରାସ୍ କଲା ପ୍ରକୃତି ଓ ତାଙ୍କ ବାପା-ମା ଙ୍କୁ? ଥାନାର ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର, ସୋସିଆଲ ମିଡିଆରେ ତାଙ୍କ ନାମରେ ଖରାପ ଚିତ୍ରଣ ଅଭିଯୋଗରେ ମଞ୍ଚେଶ୍ୱର ଥାନାରେ ଏକ ୱେବ୍ ପୋର୍ଟାଲ ବିରୋଧରେ ମାନହାନୀ ଅଭିଯୋଗ ଆଣିଛନ୍ତି ପ୍ରକୃତି ମିଶ୍ର। ତେବେ ଏହି ୱେବ ପୋର୍ଟାଲ ପ୍ରକୃତିଙ୍କ ସହ ତାଙ୍କ ପରିବାର ନାମରେ ମଧ୍ୟ ଆପତ୍ତି ଜନକ ଓ ମିଥ୍ୟା ଖବର ଲେଖି ତାଙ୍କୁ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ଦର୍ଶାଇଛନ୍ତି। ପ୍ରକୃତି କିଛି ଦିନ ତଳେ ଏକ ମଦ ବ୍ରାଣ୍ଡର ପ୍ରଚାର କରୁଥିବା ଫଟୋ ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ଯାହାକୁ ନେଇ ଏହି ୱେବ ପୋର୍ଟାଲ ମନ ଇଚ୍ଛା ଯାହା ତାହା ଲେଖି ଫେସବୁକ ଓ ୟୁଟ୍ୟୁବରେ ସେଆର୍ କରିଥିଲା। ଯାହାପରେ ଲୋକମାନେ ନାନା କଥା କହିଥିଲେ ପ୍ରକୃତିଙ୍କୁ।

କିଏ ହାରାସ୍ କଲା ପ୍ରକୃତି ଓ ତାଙ୍କ ବାପା-ମା ଙ୍କୁ? ଥାନାର ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ନିଜ ଏତଲାରେ ପ୍ରକୃତି ଦର୍ଶାଇଛନ୍ତି ଯେ, ମୋତେ ଓ ମୋ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଏହା ଯୋଗୁ ମୁଁ ମାନସିକ ଭାରସାମ୍ୟ ହରାଇଛି। ଏହାସହ ମୋ ପ୍ରତିଷ୍ଠାରେ ଆଞ୍ଚ ଆସିଛି। ସୂଚନାଯୋଗ୍ୟ ପ୍ରକୃତି ମିଶ୍ରଙ୍କ ଦ୍ବାରା ପୋଷ୍ଟ କରିଥିବା ଫଟୋରେ ସେ ତାଙ୍କ ବନ୍ଧୁଙ୍କ ସହ ମଦ ବୋତଲ ଓ ଗ୍ଲାସ ମଧ୍ୟ ଥିଲା। ଯାହା ପରେ ପ୍ରକୃତି ସମାଲୋଚନାର ଶିକାର ହୋଇଥିଲେ। ଯେଉଁ ପୋଷ୍ଟରେ ଲୋକମାନେ କମେଣ୍ଟ କରି କହିଥିଲେ ‘ ଜଣେ ପରିଚିତ କଳାକାର ହୋଇ ଏପରି ସର୍ବ ସମ୍ମୁଖରେ ମଦର ପ୍ରଚାର କରିବା ଉଚିତ୍ ନୁହେଁ’।

ତେବେ ଏହି ଫଟୋ ପୋଷ୍ଟ କରି ପ୍ରକୃତି କ୍ୟାପସନରେ ଲେଖିଥିଲେ “ଯଦିଓ ଆମେ ଉଭୟଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ସମାଧାନ କରିପାରିବାନି ତଥାପି ଆମେ ସମସ୍ୟା ସମୟରେ ପରସ୍ପର ସହ ରହି ତାକୁ ସାମ୍ନା କରିବାକୁ ପରସ୍ପରକୁ ସାହାସ ଯୋଗାଇପାରିବା। ମୋ ମତରେ ପ୍ରକୃତ ବନ୍ଧୁତାର ଏହି ଲକ୍ଷ ହେବା ଦରକାର। ସମତୁଲ, ସୁକ୍ଷ୍ମ ଏବଂ ସମୃଦ୍ଧ ଯେମିତି ମ୍ୟାକ୍‌ ଡୋଲସ୍‌ ନଂ୧”।