ମାଟ୍ରିକ ରେଜଲ୍ଟ ପ୍ରକାଶ ପରେ ପୁଣି ଚର୍ଚ୍ଚାରେ ଏହି ବାଳକ, ନିଜ ଭାଇରାଲ ଭିଡିଓକୁ ନେଇ କଣ କହିଲେ ଜାଣନ୍ତୁ

“ମୁଁ ଆଜି ଏ ସାହିତ୍ୟ ପରୀକ୍ଷା ପାଇଁ ଉତ୍ସାହିତ ଅଛି, ଭାବିଛି ଜୀବନରେ କିଛି ଗୋଟେ କରି ଦେଖେଇବି। ଆମେ ସ୍କୁଲକୁ ଆସି ଭାବିଥିଲୁ କିଛି କରି ଦେଖେଇବୁ ହେଲେ ସିସି କ୍ୟାମେରା ଲାଗିଥିବାରୁ ଆଉ କିଛି କରି ହେବ ନାହିଁ, ଯାହା ମନରୁ ଲେଖିବୁ ଆଉ କିଛି କରି ହେବନି, ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି” ମାଟ୍ରିକ ପରୀକ୍ଷା ସମୟରେ ଜଣେ ବାଳକଙ୍କ ଏହି କଥା ପଦକ ମୋବାଇଲକୁ ମୋବାଇଲ ଘୁରି ବୁଲି
 
ମାଟ୍ରିକ ରେଜଲ୍ଟ ପ୍ରକାଶ ପରେ ପୁଣି ଚର୍ଚ୍ଚାରେ ଏହି ବାଳକ, ନିଜ ଭାଇରାଲ ଭିଡିଓକୁ ନେଇ କଣ କହିଲେ ଜାଣନ୍ତୁ

“ମୁଁ ଆଜି ଏ ସାହିତ୍ୟ ପରୀକ୍ଷା ପାଇଁ ଉତ୍ସାହିତ ଅଛି, ଭାବିଛି ଜୀବନରେ କିଛି ଗୋଟେ କରି ଦେଖେଇବି। ଆମେ ସ୍କୁଲକୁ ଆସି ଭାବିଥିଲୁ କିଛି କରି ଦେଖେଇବୁ ହେଲେ ସିସି କ୍ୟାମେରା ଲାଗିଥିବାରୁ ଆଉ କିଛି କରି ହେବ ନାହିଁ, ଯାହା ମନରୁ ଲେଖିବୁ ଆଉ କିଛି କରି ହେବନି, ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି” ମାଟ୍ରିକ ପରୀକ୍ଷା ସମୟରେ ଜଣେ ବାଳକଙ୍କ ଏହି କଥା ପଦକ ମୋବାଇଲକୁ ମୋବାଇଲ ଘୁରି ବୁଲି ଖୁବ୍ ଭାଇରାଲ ହୋଇଥିଲା। ପିଲାଟିର ଏପରି କଥାକୁ ଲୋକମାନେ ଅନେକ ଥଟ୍ଟା ପରିହାସ କରିଥିଲେ। ତେବେ ମାଟ୍ରିକ ଫଳ ପ୍ରକାଶ ପରେ ପୁଣି ବାଳକ ଜଣକ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସିସି କ୍ୟାମେରା ଭିତରେ ସେ ପାସ୍ ହେଲେ ନା ଫେଲ୍ ହେଲେ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ।

ମାଟ୍ରିକ ରେଜଲ୍ଟ ପ୍ରକାଶ ପରେ ପୁଣି ଚର୍ଚ୍ଚାରେ ଏହି ବାଳକ, ନିଜ ଭାଇରାଲ ଭିଡିଓକୁ ନେଇ କଣ କହିଲେ ଜାଣନ୍ତୁ

ସୂଚନାଯୋଗ୍ୟ ଉକ୍ତ ବାଳକ ଜଣକଙ୍କ ନାମ ହେଉଛି ଅମିତ ସାହୁ ସେ ଢେଙ୍କାନାଳ ଜିଲ୍ଲାର ଚାଉଳିଆ ପଂଚାୟତ ର ଦୁଦୁକା ପାଟଣାର। ତେବେ ସିସି କ୍ୟାମେରା ଲାଗିବା ପରେ ମଧ୍ୟ ସେ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଛନ୍ତି। ଏ ନେଇ ଅମିତ ପ୍ରତିକ୍ରିୟାରେ କହିଛନ୍ତି- ‘ମୁଁ ପାସ କରିବାରୁ ମତେ ବହୁତ ଖୁସି ଲାଗୁଛି ମୋ ବାପା ମା ଓ ମୋ ପରିଶ୍ରମ ପାଇଁ ପରୀକ୍ଷାରେ ସଫଳ ହୋଇଛି’। ତାଙ୍କ ଭାଇରାଲ ଭିଡିଓକୁ ନେଇ ଅମିତ କହିଛନ୍ତି “ମତେ ଏଥିପାଇଁ ବହୁତ ଦୁଃଖ ଲାଗିଥିଲା ଯେ ମୁଁ ଏମିତି ଭୁଲଭାଲ କଥା କହି ଦେଇଥିଲି, ସେଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି”

ତେବେ ମାଟ୍ରିକ ପରୀକ୍ଷା ଫଳ ବାହାରିବା ପରେ ମଧ୍ୟ ଅମିତଙ୍କ ମିଛ ରେଜଲ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲେ। ସେ ଫେଲ ହୋଇଛନ୍ତି ବୋଲି ଦର୍ଶାଇ ତାଙ୍କୁ ପୁଣି ପହିରାସ କରାଯାଇଥିଲା, ହେଲେ ଫେଲ ରେଜଲ୍ଟ ଆଉ ଜଣଙ୍କର ଥିଲା ଓ ଅମିତ ଦଶମରେ ଭଲ ନମ୍ବର ରଖି ପାସ କରିଛନ୍ତି।