ସମ୍ବଲପୁର ଶାଢୀ ପିନ୍ଧି ଖୁସି ହୋଇଗଲେ ଅଭିନେତ୍ରୀ ବିଦ୍ୟା ବାଲନ, ଶାଢ଼ି ପିନ୍ଧି କଣ କହିଲେ ଜାଣନ୍ତୁ

ସମ୍ବଲପୁରୀ ଶାଢ଼ୀ ଖାଲି ଓଡିଶା କି ଭାରତ ନୁହେଁ ପୂରା ବିଶ୍ୱରେ ପ୍ରସିଦ୍ଧ। ତେବେ ଏହି ସମ୍ବଲପୁରୀ ଶାଢ଼ୀରେ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ। ତାଙ୍କ ଅପ କମିଂଗ ଫିଲ୍ମ ‘ଶକୁନ୍ତଳା ଦେବୀ’ର ଇ-ପ୍ରମୋସନ୍ ଅବସରରେ ସେ ଏକ ସ୍ୱତନ୍ତ୍ର ସମ୍ବଲପୁରୀ ଶାଢ଼ିରେ ବିଦ୍ୟା ବେଶ୍ ଖୁସି ଲାଗୁଥିଲେ। ସମ୍ବଲପୁରୀ ଶାଢି ପିନ୍ଧି ସେ ନିଜ ସୋସିଆଲ ମିଡିଆରେ ଏହାର ଭିଡିଓ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ଶାଢୀଟିକୁ ସୋନପୁର ଜିଲ୍ଲାର
 
ସମ୍ବଲପୁର ଶାଢୀ ପିନ୍ଧି ଖୁସି ହୋଇଗଲେ ଅଭିନେତ୍ରୀ ବିଦ୍ୟା ବାଲନ, ଶାଢ଼ି ପିନ୍ଧି କଣ କହିଲେ ଜାଣନ୍ତୁ

ସମ୍ବଲପୁରୀ ଶାଢ଼ୀ ଖାଲି ଓଡିଶା କି ଭାରତ ନୁହେଁ ପୂରା ବିଶ୍ୱରେ ପ୍ରସିଦ୍ଧ। ତେବେ ଏହି ସମ୍ବଲପୁରୀ ଶାଢ଼ୀରେ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ। ତାଙ୍କ ଅପ କମିଂଗ ଫିଲ୍ମ ‘ଶକୁନ୍ତଳା ଦେବୀ’ର ଇ-ପ୍ରମୋସନ୍ ଅବସରରେ ସେ ଏକ ସ୍ୱତନ୍ତ୍ର ସମ୍ବଲପୁରୀ ଶାଢ଼ିରେ ବିଦ୍ୟା ବେଶ୍‌ ଖୁସି ଲାଗୁଥିଲେ। ସମ୍ବଲପୁରୀ ଶାଢି ପିନ୍ଧି ସେ ନିଜ ସୋସିଆଲ ମିଡିଆରେ ଏହାର ଭିଡିଓ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି।

ତେବେ ଏହି ଶାଢୀଟିକୁ ସୋନପୁର ଜିଲ୍ଲାର କେନ୍ଦୁପାଲିର ରମାକାନ୍ତ ମେହେର ବୁଣିଥିବା ବେଳେ ଭୁବନେଶ୍ୱରର ଉତ୍କଳମିତ୍ର ସଂସ୍ଥା ଏହାର ବ୍ରାଣ୍ଡିଂ କରିଛନ୍ତି। ଏହି ଶାଢିଟି କଳା ରଙ୍ଗର ଓ ଏହା ଉପରେ ଗଣିତର ବିଭିନ୍ନ ସୂତ୍ର ଏବଂ ସମାଧାନ ହୋଇଛି। ତେବେ ଏପରି ସୁନ୍ଦର ଶାଢ଼ିକୁ ପିନ୍ଧି ସେ ବୁଣାକାର ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବିଦ୍ୟା ବାଲନ।

ଏହି ଶାଢିଟିକୁ ବୁଣିବାକୁ ରମାକାନ୍ତ ମେହେରଙ୍କୁ ମାସେ ସମୟ ଲାଗିଥିଲା। ଏହି ଶାଢିଟିକୁ ବାୟୋପିକ୍ ଫିଲ୍ମ ‘ଶକୁନ୍ତଳା ଦେବୀ’ ରେ ସାରା ବିଶ୍ୱରେ ସମ୍ବଲପୁରୀ ଶାଢ଼ିର ଲୋକପ୍ରିୟତା ବଢିବ ବୋଲି ଆଶା ପ୍ରକାଶ କରାଯାଇଛି। ଏହି ଫିଲ୍ମଟି ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରେ ଆଧାରିତ।