ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଜାରି: ଲାଗୁ ହେଲା ଏହିସବୁ ନୁଆ ନିୟମ

କେନ୍ଦ୍ର ସରକାରଙ୍କ ଅନଲକ ୩ ର ଗାଇଡଲାଇନ ଘୋଷଣା ପରେ ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସରକାର ରାତ୍ରକାଳୀନ କର୍ଫ୍ୟୁକୁ ଓଡିଶାରେ ବଳବତ୍ତର ରଖିଛନ୍ତି। ଆଗଭଳି ରାତି ୯ଟା ରୁ ସକାଳ ୫ଟା ଯାଏଁ କର୍ଫୁ ଜାରି ରହିବ। ଏହି ସମୟରେ ସମସ୍ତ ଯାତାୟତ ବନ୍ଦ ରହିବ କେବଳ ଜରୁରୀ କାଳୀନ ସେବାକୁ ଛାଡି। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯା’ଆସ କରିପାରିବେ। ଅଗଷ୍ଟ ମାସରେ
 
ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଜାରି: ଲାଗୁ ହେଲା ଏହିସବୁ ନୁଆ ନିୟମ

କେନ୍ଦ୍ର ସରକାରଙ୍କ ଅନଲକ ୩ ର ଗାଇଡଲାଇନ ଘୋଷଣା ପରେ ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସରକାର ରାତ୍ରକାଳୀନ କର୍ଫ୍ୟୁକୁ ଓଡିଶାରେ ବଳବତ୍ତର ରଖିଛନ୍ତି। ଆଗଭଳି ରାତି ୯ଟା ରୁ ସକାଳ ୫ଟା ଯାଏଁ କର୍ଫୁ ଜାରି ରହିବ। ଏହି ସମୟରେ ସମସ୍ତ ଯାତାୟତ ବନ୍ଦ ରହିବ କେବଳ ଜରୁରୀ କାଳୀନ ସେବାକୁ ଛାଡି। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯା’ଆସ କରିପାରିବେ।

ଅଗଷ୍ଟ ମାସରେ ଅନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସୁଇମିଂ ପୁଲ୍, ଥିଏଟର, ସାମାଜିକ ଓ ରାଜନୀତିକ କାର୍ଯ୍ୟ ବନ୍ଦ ରହିବ। ୩୧ ଅଗଷ୍ଟ ଯାଏଁ ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ହେଲେ ପରୀକ୍ଷା ହୋଇପାରିବ। ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ୍ ଖୋଲା ଯାଇପାରିବ। ୩୧ ଅଗଷ୍ଟ ଯାଏଁ ଧାର୍ମିକ ଅନୁଷ୍ଠାନ ଲୋକଙ୍କ ପାଇଁ ବନ୍ଦ ରହିବ। ଜାତୀୟ ରାଜପଥ କଡ଼ରେ ଥିବା ଢାବା ହୋଟେଲ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ।

ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନପିନ୍ଧିଲେ ପ୍ରଥମ ଦୁଇ ଥର ପାଇଁ ହଜାରେ ଏବଂ ପରବର୍ତ୍ତୀ ପାଇଁ ୫ ହଜାର ଟଙ୍କା ଫାଇନ୍ ନିଆଯିବ। ବାହାଘରରେ ୫୦ରୁ ଅଧିକ ଲୋକ ଥିଲେ ୧୦ ହଜାର ଟଙ୍କା ଫାଇନ୍। ପରିସ୍ଥିତି ଦେଖି ଅଧିକ ବି ହୋଇ ପାରେ ଏବଂ ମଣ୍ଡପକୁ ସିଲ୍ କରାଯିବ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୂର୍ବ ପରି କଡ଼ାକଡ଼ି ନିୟମ ପାଳନ କରାଯିବ। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଗଜପତି ଜିଲ୍ଲା ଏବଂ ରାଉରକେଲା ପୌରାଞ୍ଚଳରେ ଶନିବାର ରବିବାର ସଟଡାଉନ ରହିବ।