ଆଫଗାନିସ୍ତାନ ରେ ହାହାକାର : ଇଦ ପୂର୍ବରୁ ପାକିସ୍ତାନୀ ସେନା ଆଫଗାନିସ୍ତାନ ଉପରେ କଲା ଆକ୍ରମଣ

କ୍ୱେଟା (ପାକିସ୍ଥାନ): ଆଫଗାନିସ୍ତାନର ଆବାସିକ ଅଞ୍ଚଳରେ ପାକିସ୍ତାନ ସାମରିକ ଆକ୍ରମଣ କରିଥିଲା । ଏହି ରକେଟ ଆକ୍ରମଣରେ 9 ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 50 ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ପାକିସ୍ତାନୀ ସେନା ଗୁରୁବାର ଦିନ ସୀମାନ୍ତ ସହର ସ୍ପିନବୋଲଡାକରେ ଏହି ରକେଟ ଉପରେ ଆକ୍ରମଣ କରିଛି । ଆଫଗାନିସ୍ତାନ ଅଧିକାରୀଙ୍କ ଅନୁଯାୟୀ ପାକିସ୍ତାନର ଦକ୍ଷିଣ ପଶ୍ଚିମ ସୀମାରେ ଆକ୍ରମଣ ପରେ ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା
 
ଆଫଗାନିସ୍ତାନ ରେ ହାହାକାର : ଇଦ ପୂର୍ବରୁ ପାକିସ୍ତାନୀ ସେନା ଆଫଗାନିସ୍ତାନ ଉପରେ କଲା ଆକ୍ରମଣ

କ୍ୱେଟା (ପାକିସ୍ଥାନ): ଆଫଗାନିସ୍ତାନର ଆବାସିକ ଅଞ୍ଚଳରେ ପାକିସ୍ତାନ ସାମରିକ ଆକ୍ରମଣ କରିଥିଲା । ଏହି ରକେଟ ଆକ୍ରମଣରେ 9 ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 50 ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ପାକିସ୍ତାନୀ ସେନା ଗୁରୁବାର ଦିନ ସୀମାନ୍ତ ସହର ସ୍ପିନବୋଲଡାକରେ ଏହି ରକେଟ ଉପରେ ଆକ୍ରମଣ କରିଛି ।

ଆଫଗାନିସ୍ତାନ ଅଧିକାରୀଙ୍କ ଅନୁଯାୟୀ ପାକିସ୍ତାନର ଦକ୍ଷିଣ ପଶ୍ଚିମ ସୀମାରେ ଆକ୍ରମଣ ପରେ ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଏଥିସହ ଆହତମାନେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଯେଉଁଥିରେ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଏଥି ସହିତ ଆଫଗାନିସ୍ତାନର ଅଭିଯୋଗର ଜବାବ ଦେଇ ପାକିସ୍ତାନର ବୈଦୀସିକା ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ବିନା ଉତ୍ତେଜନାରେ ନିରୀହ ନାଗରିକ ଏବଂ ପାକିସ୍ତାନୀ ସୈନ୍ୟ ଉପରେ ଗୁଳି ଚଳାଇଥିଲା, ଏହା ପରେ ପାକିସ୍ତାନୀ ସେନା ଏହାର ପ୍ରତିଶୋଧ ନେଇଥିଲା ।

ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନୀ ସେନା ବିରୋଧରେ ପ୍ରତିଶୋଧ ନେବାକୁ ଆଫଗାନିସ୍ତାନ ସୈନ୍ୟମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଯଦି ପାକିସ୍ତାନର ସେନା ଆଫଗାନିସ୍ତାନରେ ରକେଟ୍ ଆକ୍ରମଣ ଜାରି ରଖେ, ତେବେ ଆଫଗାନିସ୍ତାନ ସେନା ଦ୍ୱାରା ଏହାର ପ୍ରତିଶୋଧ ନିଆଯିବ | ଯଦିଓ ଉଭୟ ପାର୍ଶ୍ୱରୁ ଉତ୍ତେଜନା କମିନାହିଁ, ଆଫଗାନିସ୍ତାନର ସୁରକ୍ଷା ବାହିନୀ ମଧ୍ୟ ସୀମାରେ ସଜାଗତା ବୃଦ୍ଧି କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନୀ ସେନା ଏବଂ କେବେ ପାକିସ୍ତାନ ସୀମାରେ ଥିବା ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ଆକ୍ରମଣ କରି ନିର୍ଦ୍ଦୋଷ ମାନଙ୍କୁ ମାରି ଡାଉଛନ୍ତି । ବାକରିଦ ପର୍ବ ପୂର୍ବରୁ ଏହି ଆକ୍ରମଣକୁ ସବୁଆଡେ ନିନ୍ଦା କରାଯାଉଛି |