୫୧ ବର୍ଷ ପରେ ବନୁଛି ଦୁର୍ଲଭ ସଂଯୋଗ, ଏହି ୫ଟି ରାଶିଙ୍କୁ ପ୍ରଭୁ ଶିବଙ୍କ କୃପାରୁ ମିଳିବ ଧନ ସହ ଶୁଭ ଫଳ

ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ମାସ। ଶାବ୍ରଣ ମାସ ଜୁଲାଇ 6 ରୁ ଆରମ୍ଭ ହୋଇଥିଲା ଏବଂ ଅଗଷ୍ଟ 3 ରେ ଶ୍ରାବଣର ଶେଷ ସୋମବାର। ଏଥର ଶ୍ରାବଣ ମାସରେ ପାଞ୍ଚଟି ସୋମବାର ଥିଲା। ବିଶ୍ୱାସ କରାଯାଏ ଯେ ଶ୍ରାବଣ ମାସରେ ଶିବଙ୍କୁ ପୂଜା କଲେ ପ୍ରଭୁ ଶିବ ଶୀଘ୍ର ତାଙ୍କ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଏବଂ ସମସ୍ତ ଇଚ୍ଛା ପୂରଣ କରନ୍ତି। ଯଦିଓ ଶ୍ରାବଣରେ ପ୍ରତ୍ୟେକ ସୋମବାରର ବିଶେଷ ମହତ୍ତ୍ୱ
 
୫୧ ବର୍ଷ ପରେ ବନୁଛି ଦୁର୍ଲଭ ସଂଯୋଗ, ଏହି ୫ଟି ରାଶିଙ୍କୁ ପ୍ରଭୁ ଶିବଙ୍କ କୃପାରୁ ମିଳିବ ଧନ ସହ ଶୁଭ ଫଳ

ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ମାସ। ଶାବ୍ରଣ ମାସ ଜୁଲାଇ 6 ରୁ ଆରମ୍ଭ ହୋଇଥିଲା ଏବଂ ଅଗଷ୍ଟ 3 ରେ ଶ୍ରାବଣର ଶେଷ ସୋମବାର। ଏଥର ଶ୍ରାବଣ ମାସରେ ପାଞ୍ଚଟି ସୋମବାର ଥିଲା। ବିଶ୍ୱାସ କରାଯାଏ ଯେ ଶ୍ରାବଣ ମାସରେ ଶିବଙ୍କୁ ପୂଜା କଲେ ପ୍ରଭୁ ଶିବ ଶୀଘ୍ର ତାଙ୍କ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଏବଂ ସମସ୍ତ ଇଚ୍ଛା ପୂରଣ କରନ୍ତି। ଯଦିଓ ଶ୍ରାବଣରେ ପ୍ରତ୍ୟେକ ସୋମବାରର ବିଶେଷ ମହତ୍ତ୍ୱ ରହିଛି, କିନ୍ତୁ ଏଥର ଶ୍ରାବଣର ଶେଷ ସୋମବାର 3 ଅଗଷ୍ଟରେ ପଡୁଛି। ଏହି ଦିନଟି ଅନେକ ଉପାୟରେ ବିଶେଷ ଅଟେ କାରଣ ଏହି ଦିନ ରାକ୍ଷୀ ପୂର୍ଣ୍ଣିମାର ପର୍ବ ଅଟେ, ଏବଂ ଆହୁରି ଅନେକ ସଂଯୋଗ ମଧ୍ୟ ବନୁଛି।

ପ୍ରଭୁ ଭୋଲେନାଥଙ୍କୁ ଶ୍ରାବଣର ଶେଷ ସୋମବାରରେ ବିଶେଷ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ଶିବ ମା ପାର୍ବତୀଙ୍କ ସହ ଯାତ୍ରା କରି ଉପାସକମାନଙ୍କୁ ଆଶୀର୍ବାଦ କରନ୍ତି। ଶ୍ରାବଣର ଶେଷ ସୋମବାର ମାନେ ଅଗଷ୍ଟ 3 ରେ ପୂର୍ଣ୍ଣିମା ପଡୁଛି। ଚନ୍ଦ୍ରମା ଏହି ଦିନ ମକର ରାଶିରେ ରହିବେ। ଏହି ଦିନ ପ୍ରୀତି ଯୋଗ ବନୁଛି। ଯାହା ସକାଳ 6 ଟା 40 ମିନିଟ୍ ପର୍ଯ୍ୟନ୍ତ ରହିବ। ଏହା ପରେ ଆୟୁଷ୍ମାନ ଯୋଗ ଆରମ୍ଭ ହେବ। କିଛି ରାଶିଙ୍କ ଏହି ସଂଯୋଗ ଶୁଭ ରହିବ ସେହି ରାଶି ଗୁଡିକ ହେଲା- ମକର, ମେଷ, କୁମ୍ଭ, ମୀନ ଓ ସିଂହ ରାଶି

ଚନ୍ଦ୍ର ପୂର୍ଣ୍ଣିମାଙ୍କର ଦେବତା କୁହାଯାଏ। ଏହା ସହିତ ଭଗବାନ ଶିବ ଚନ୍ଦ୍ରକୁ ତାଙ୍କ ମୁଣ୍ଡରେ ଧରିଛନ୍ତି। ଶ୍ରାବଣ ଶେଷ ସୋମବାର ଏବଂ ପୂର୍ଣ୍ଣିମା ହୋଇଥିବାରୁ ଏହା ଅତ୍ୟନ୍ତ ଶୁଭ ଅଟେ। ଏହାକୁ ସୋମ୍ୟା ତିଥି ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଚନ୍ଦ୍ରଦେବଙ୍କୁ ପୂଜା କରିବା ଦ୍ୱାରା ଯେକୌଣସି କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟରେ ସଫଳତା ମିଳିଥାଏ। ସୋମବାରର ଶେଷ ସୋମବାର ମଧ୍ୟ ଖାସ୍ କାରଣ ରାକ୍ଷୀ ପୂର୍ଣ୍ଣିମା ଏବଂ ଶ୍ରାବଣର ଶେଷ ସୋମବାର ଗୋଟିଏ ଦିନରେ। ବିଶ୍ୱାସ କରାଯାଏ ଯେ ଯିଏ ଏହି ଦିନ ଯିଏ ବି ବ୍ରତ ପାଳନ କରେ ସେ ଶୁଭ ଲାଭ ପାଇଥାଏ।

ପିତୃ-ତର୍ପଣ କରିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଜୀବନର ପ୍ରତ୍ୟେକ ସଙ୍କଟ ଦୂର ହୋଇଯାଏ। ଶେଷ ସୋମବାର ଦିନ ରୁଦ୍ରାଭିଷେକ କରିବା ଭଲାଭଦାୟକ ହୋଇଥାଏ। ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଶ୍ରାବଣର ଶେଷ ସୋମବାରରେ, ଶିବଲିଙ୍ଗ ଉପରେ ବେଲପତ୍ର, କ୍ଷୀର ଚଢେଇବା ଦ୍ୱାରା ପ୍ରଭୁ ଭୋଳାନାଥଙ୍କ କୃପା ଆପଣଙ୍କ ଉପରେ ବର୍ଷିବ।