ଲଘୁଚାପ କାରଣରୁ କାଲିଠୁ ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା, ଏହି ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବାକୁ ଯାଉଛି। ଯାହାର ପ୍ରଭାବରେ ୬ ତାରିଖ ଯାଏଁ ଓଡିଶାରେ ପ୍ରବଳ ବର୍ଷା ହେବ। ଏହା ଛଡା ୮ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଏଥିଲାଗି ରାଜ୍ୟର କେତେକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସହ ଘଡଘଡି
 
ଲଘୁଚାପ କାରଣରୁ କାଲିଠୁ ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା, ଏହି ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବାକୁ ଯାଉଛି। ଯାହାର ପ୍ରଭାବରେ ୬ ତାରିଖ ଯାଏଁ ଓଡିଶାରେ ପ୍ରବଳ ବର୍ଷା ହେବ। ଏହା ଛଡା ୮ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଏଥିଲାଗି ରାଜ୍ୟର କେତେକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସହ ଘଡଘଡି ହେବାର ମଧ୍ୟ ଆଶଙ୍କା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଯେ ୪ ତାରିଖରେ ସୃଷ୍ଟ ଲଘୁଚାପ କାରଣରୁ ଗତକାଲି ଠାରୁ ଓଡିଶାର ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ସେହି ଜିଲ୍ଲା ଗୁଡିକ ହେଲା- କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼। ୫ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଦିଆଯାଇଛି। ୬ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲା ସହିତ ୩ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଦିଆଯାଇଛି।

୬ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୪ ଓ ୫ ତାରିଖରେ ବର୍ଷାର ପରିମାଣ ବଢ଼ିବ। ବିସ୍ତୃତ ଭାବେ ସାରା ରାଜ୍ୟରେ ଏହି ଦୁଇ ଦିନ ବର୍ଷା ହେବ ଓ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।