୧୫ ଅଗଷ୍ଟରେ ପିଏମ୍ ମୋଦୀ ଦେଶକୁ ଦେବେ ଏହି ବଡ ଉପହାର, ଜାଣନ୍ତୁ କଣ ମିଳିବ ଆପଣଙ୍କୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ 15 ଅଗଷ୍ଟରେ ତାଙ୍କ ସମ୍ବୋଧନରେ ଦେଶକୁ ଏକ ବଡ ଉପହାର ଦେଇପାରନ୍ତି। ପ୍ରଧାନମନ୍ତ୍ରୀ ଏହି ଦିନ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (NDHM) ଯୋଜନା ଘୋଷଣା କରିପାରନ୍ତି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଭାରତୀୟଙ୍କର ବ୍ୟକ୍ତିଗତ ଆଇଡି ରହିବ ଏବଂ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଇଜ୍ ହେବ। ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସୁବିଧା ପାଇଁ ଏକ ରେଜିଷ୍ଟ୍ରି ମଧ୍ୟ ରହିବ। ବରିଷ୍ଠ ସରକାରୀ ସୂତ୍ରରୁ ପ୍ରକାଶ ଯେ
 
୧୫ ଅଗଷ୍ଟରେ ପିଏମ୍ ମୋଦୀ ଦେଶକୁ ଦେବେ ଏହି ବଡ ଉପହାର, ଜାଣନ୍ତୁ କଣ ମିଳିବ ଆପଣଙ୍କୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ 15 ଅଗଷ୍ଟରେ ତାଙ୍କ ସମ୍ବୋଧନରେ ଦେଶକୁ ଏକ ବଡ ଉପହାର ଦେଇପାରନ୍ତି। ପ୍ରଧାନମନ୍ତ୍ରୀ ଏହି ଦିନ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (NDHM) ଯୋଜନା ଘୋଷଣା କରିପାରନ୍ତି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଭାରତୀୟଙ୍କର ବ୍ୟକ୍ତିଗତ ଆଇଡି ରହିବ ଏବଂ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଇଜ୍ ହେବ। ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସୁବିଧା ପାଇଁ ଏକ ରେଜିଷ୍ଟ୍ରି ମଧ୍ୟ ରହିବ। ବରିଷ୍ଠ ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଯୋଜନା ପାଇଁ ପ୍ରସ୍ତାବ କ୍ୟାବିନେଟରୁ ମଞ୍ଜୁରୀ ପାଇଛି ଏବଂ ଏହି ସପ୍ତାହ ଶେଷ ସୁଦ୍ଧା ଅନ୍ତିମ ଅନୁମୋଦନ ମିଳିପାରେ। ଏକ ସୂତ୍ରରୁ ଜଣାପଡିଛି ଯେ ପିଏମ ମୋଦୀ 15 ଅଗଷ୍ଟରେ ତାଙ୍କ ଅଭିଭାଷଣରେ ଏହି ମିଶନ ଘୋଷଣା କରିପାରନ୍ତି।

ଚାରୋଟି ବୈଶିଷ୍ଟ୍ୟ ସହିତ ଏହି ଯୋଜନା ଆରମ୍ଭ ହେବ। ପ୍ରଥମଟି ହେବ ହେଲ୍ଥ ଆଇଡି, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରେକର୍ଡ, ଡିଜି ଡାକ୍ତର ଏବଂ ସ୍ୱାସ୍ଥ୍ୟ ସୁବିଧା ରେଜିଷ୍ଟ୍ରି। ପରେ ଏହି ଯୋଜନାରେ ଇ-ଫାର୍ମାସି ଏବଂ ଟେଲି ମେଡିସିନ୍ ସେବା ମଧ୍ୟ ଅନ୍ତର୍ଭୁକ୍ତ ହେବ। ଏଥିପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି। ଏହି ଆପରେ ଦେଶର ଯେକୌଣସି ନାଗରିକଙ୍କୁ ଜଡିତ କରିବା ଇଚ୍ଛାଧୀନ ହେବ। ଅର୍ଥାତ୍ ଏହା ଉପରେ କୌଣସି ଜୋର ପକାଯିବ ନାହିଁ। ସ୍ୱାସ୍ଥ୍ୟ ରେକର୍ଡ ସଂପୃକ୍ତ ବ୍ୟକ୍ତିଙ୍କ ଅନୁମୋଦନ ପରେ ହିଁ ଅଂଶୀଦାର ହେବ। ସେହିଭଳି ଡାକ୍ତରଖାନା ଏବଂ ଡାକ୍ତରମାନଙ୍କୁ ଏହି ଆପର ବିବରଣୀ ପ୍ରଦାନ କରିବା ଇଚ୍ଛାଧୀନ ହେବ। ତେବେ ସରକାର ବିଶ୍ୱାସ କରନ୍ତି ଯେ ଏହି ଆପର ଉପଯୋଗିତାକୁ ଦୃଷ୍ଟିରେ ରଖି ଏଥିରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇପାରିବେ।

ଯୋଜନାର ଲକ୍ଷ୍ୟ: ଏକ ଡିଜିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୃଷ୍ଟି କରିବା ଏବଂ ସ୍ୱାସ୍ଥ୍ୟ ତଥ୍ୟ ପରିଚାଳନା କରିବା। ସ୍ୱାସ୍ଥ୍ୟ ତଥ୍ୟ ସଂଗ୍ରହର ଗୁଣବତ୍ତା ଏବଂ ପ୍ରସାର ବୃଦ୍ଧି। ଏକ ପ୍ଲାଟଫର୍ମ ସୃଷ୍ଟି କରିବା ଯେଉଁଠାରେ ସ୍ୱାସ୍ଥ୍ୟସେବା ତଥ୍ୟର ପାରସ୍ପରିକ ଉପଲବ୍ଧତା ହେଉ। ସମଗ୍ର ଦେଶ ପାଇଁ ତତକ୍ଷଣାତ୍ ଏବଂ ସଠିକ୍ ସ୍ୱାସ୍ଥ୍ୟ ରେଜିଷ୍ଟ୍ରି।

ଲୋକଙ୍କୁ ହେବ ବଡ ଫାଇଦା: ଜଣେ ଅଧିକାରୀ କହିଛନ୍ତି, ‘NDHM ଯୋଜନା ଇଚ୍ଛାଧୀନ ହେବ। ଏହା ସିଷ୍ଟମକୁ ମଜବୁତ କରିବ। ଏହା ଶତପ୍ରତିଶତ ଇଚ୍ଛାଧୀନ ହେବ। କିନ୍ତୁ ଏହା ଏପରି ଭାବରେ ତିଆରି ହୋଇଛି ଯାହା ଦ୍ଵାରା ଏହା ବହୁତ ଲାଭଦାୟକ ହେବ ଏବଂ ଆମେ ଅନୁଭବ କରୁଛୁ ଯେ ଏହି ଯୋଜନାକୁ କେହି ଅସ୍ୱୀକାର କରିବେ ନାହିଁ। କୌଣସି ବି କାହାର ବି ଡାଟା, ବିନା ତାର ମଞ୍ଜୁରୀ ବିନା ବ୍ୟକ୍ତିର ତଥ୍ୟ କେହି ଦେଖିପାରିବେ ନାହିଁ। ଏଥିରେ ସରକାର ମଧ୍ୟ ସାମିଲ ହେବେ।