ଭାଇ ସୁଶାନ୍ତଙ୍କୁ ମନେ ପକାଇ ଭଉଣୀ ଲେଖିଲେ ଏମିତି ଲୁହଭିଜା କଥା ଯାହାକୁ ପଢି ଆପଣ ବି ହେବେ ଦୁଃଖିତ

୧୪ ଜୁନ୍ ରେ ବାନ୍ଦ୍ରାସ୍ଥିତ ଫ୍ଲାଟରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିଲା। ହଠାତ୍ ସୁଶାନ୍ତଙ୍କ ବିୟୋଗରେ ତାଙ୍କ ପରିବାର ଲୋକ ବହୁ କଷ୍ଟ ଯନ୍ତ୍ରଣା ସହିଛନ୍ତି। ସୁଶାନ୍ତଙ୍କୁ ବିଦାୟ ଦେବା ସହିତ ତାଙ୍କ ଭଉଣୀମାନେ ରାକ୍ଷୀ ଅବସରରେ ନିଜ ଭାଇକୁ ବହୁତ ମନେ ପକାଉଛନ୍ତି। ପ୍ରତିବର୍ଷ ପରି ସେମାନେ ଏ ବର୍ଷ ଠାରୁ ଆଉ ଭାଇ ସୁଶାନ୍ତଙ୍କ ହାତରେ ରାକ୍ଷୀ ବାନ୍ଧି ପାରିବେ ନାହିଁ। ଏହି ଦୁଃଖ ପ୍ରକାଶ କରି ସୁଶାନ୍ତଙ୍କ ଭଉଣୀ ରାନୀ ଏକ
 
ଭାଇ ସୁଶାନ୍ତଙ୍କୁ ମନେ ପକାଇ ଭଉଣୀ ଲେଖିଲେ ଏମିତି ଲୁହଭିଜା କଥା ଯାହାକୁ ପଢି ଆପଣ ବି ହେବେ ଦୁଃଖିତ

୧୪ ଜୁନ୍ ରେ ବାନ୍ଦ୍ରାସ୍ଥିତ ଫ୍ଲାଟରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିଲା। ହଠାତ୍ ସୁଶାନ୍ତଙ୍କ ବିୟୋଗରେ ତାଙ୍କ ପରିବାର ଲୋକ ବହୁ କଷ୍ଟ ଯନ୍ତ୍ରଣା ସହିଛନ୍ତି। ସୁଶାନ୍ତଙ୍କୁ ବିଦାୟ ଦେବା ସହିତ ତାଙ୍କ ଭଉଣୀମାନେ ରାକ୍ଷୀ ଅବସରରେ ନିଜ ଭାଇକୁ ବହୁତ ମନେ ପକାଉଛନ୍ତି। ପ୍ରତିବର୍ଷ ପରି ସେମାନେ ଏ ବର୍ଷ ଠାରୁ ଆଉ ଭାଇ ସୁଶାନ୍ତଙ୍କ ହାତରେ ରାକ୍ଷୀ ବାନ୍ଧି ପାରିବେ ନାହିଁ। ଏହି ଦୁଃଖ ପ୍ରକାଶ କରି ସୁଶାନ୍ତଙ୍କ ଭଉଣୀ ରାନୀ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି। ଯାହା ଆପଣଙ୍କୁ ମଧ୍ୟ ଦୁଃଖିତ କରିବ।

ଭାଇ ସୁଶାନ୍ତଙ୍କୁ ମନେ ପକାଇ ଭଉଣୀ ଲେଖିଲେ ଏମିତି ଲୁହଭିଜା କଥା ଯାହାକୁ ପଢି ଆପଣ ବି ହେବେ ଦୁଃଖିତ

ସୁଶାନ୍ତଙ୍କ ଭଉଣୀ ଲେଖିଛନ୍ତି- “ଗୁଲଶନ, ମୋ ଭାଇ, ଆଜି ମୋର ଦିନ, ଆଜି ତୋର ଦିନ, ଆଜି ଆମର ଦିନ, ଆଜି ହେଉଛି ରାକ୍ଷୀ। ୩୫ ବର୍ଷ ପରେ ଏହା ପ୍ରଥମ ଥର ଯେବେ ପୂଜା ଥାଳି ସଜାଯାଇଛି, ଆରତୀ ଦୀପ ମଧ୍ୟ ଜଳୁଛି, ହଳଦୀ-ଚନ୍ଦନ ଟିକା ମଧ୍ୟ ଅଛି, ମିଠା ମଧ୍ୟ ଅଛି, ରାକ୍ଷୀ ମଧ୍ୟ ଅଛି। କେବଳ ସେ ମୁହଁ ନାହିଁ ଯାହାକୁ ମୁଁ ଆଳତି ଉତାରି ପାରିବି, ସେଇ ମଥା ନାହିଁ ଯେଉଁଠି ମୁଁ ଟିକା ଲଗେଇ ପାରିବି, ସେଇ ମୁଁହ ନାହିଁ ଯାହାକୁ ମୁଁ ମିଠା ଖୁଆଇ ପାରିବି, ସେହି କପାଳ ନାହିଁ ଯାହାକୁ ମୁଁ ଚୁମ୍ବନ ଦେଇପାରିବି, ସେହି ହାତ ନାହିଁ ଯୋଉଠି ମୁଁ ରାକ୍ଷୀ ବାନ୍ଧି ପାରିବି ଆଉ ସେ ଭାଈ ନାହିଁ ଯାହାକୁ ମୁଁ ଆଲିଙ୍ଗନ କରିପାରିବି।”

“ବହୁ ବର୍ଷ ପୂର୍ବେ, ଯେତେବେଳେ ତୁମେ ଆସିଥିଲ, ଜୀବନ ଉଜ୍ଜ୍ୱଳ ହୋଇ ଉଠିଥିଲା। ଯେତେବେଳେ ଥିଲ କେବଳ ଆଲୋକ ହିଁ ଆଲୋକ ଥିଲା, ବର୍ତ୍ତମାନ ଯେତେବେଳେ ତୁମେ ନାହଁ, ମତେ ବୁଝା ପଡୁନି ମୁଁ କଣ କରିବି? ତୁମ ବିନା ମତେ ବଞ୍ଚିବା ଆସେନି। ଏମିତି ଘଟିବ ବୋଲି କେବେ ଭାବି ନଥିଲି ଯେ ତମେ ତମେ ନଥିବ, ଆମେ ଏକାଠି ଅନେକ ଜିନିଷ ଶିଖିଲୁ, ତମ ବିନା ରହିବା ଏକୁଟିଆ ମୁଁ କେମିତି ଶିଖିବି, ତମେ ହିଁ କୁହ, ସବୁବେଳେ ତମର, ରାନୀ ଦିଦି।”