୯୦ ବର୍ଷୀୟ ବୁଢୀ ମା କରୋନା ପଜିଟିଭ୍ ବାହାରିବାରୁ ପୁଅ ମା ସହ ଯାହା କଲା, ଜାଣି ହେବେ ଆଶ୍ଚର୍ଯ୍ୟ

ଔରଙ୍ଗାବାଦରେ ମାନବିକତାର ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପୁଅ ନିଜର 90 ବର୍ଷର ବୁଢୀ ମାଆକୁ ଜଙ୍ଗଲରେ ଫିଙ୍ଗି ସେଠାରୁ ଖସି ଫେରାର୍ ହୋଇଯାଇଥିବା ଘଟଣା ସାମନାକୁ ଆସିଛି। ପ୍ରକାଶ ଯେ, ବୃଦ୍ଧ ଜଣଙ୍କ କରୋନା ପଜିଟିଭ୍ ଥିଲେ, ଏହା ପରେ ଘରର ସଦସ୍ୟମାନେ ବୁଢୀ ମାଆକୁ ସାଙ୍ଗରେ ରଖିବାକୁ ପ୍ରସ୍ତୁତ ନଥିଲେ। ପରେ ପରିବାର ଲୋକ ବୁଢୀ ମା କୁ ରାତିର କମ୍ବଳରେ ବାନ୍ଧି ଔରଙ୍ଗାବାଦର କାଚିଗାଟୀ ଅଞ୍ଚଳରେ ଜଙ୍ଗଲରେ ଫିଙ୍ଗି ଘରକୁ
 
୯୦ ବର୍ଷୀୟ ବୁଢୀ ମା କରୋନା ପଜିଟିଭ୍ ବାହାରିବାରୁ ପୁଅ ମା ସହ ଯାହା କଲା, ଜାଣି ହେବେ ଆଶ୍ଚର୍ଯ୍ୟ

ଔରଙ୍ଗାବାଦରେ ମାନବିକତାର ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପୁଅ ନିଜର 90 ବର୍ଷର ବୁଢୀ ମାଆକୁ ଜଙ୍ଗଲରେ ଫିଙ୍ଗି ସେଠାରୁ ଖସି ଫେରାର୍ ହୋଇଯାଇଥିବା ଘଟଣା ସାମନାକୁ ଆସିଛି। ପ୍ରକାଶ ଯେ, ବୃଦ୍ଧ ଜଣଙ୍କ କରୋନା ପଜିଟିଭ୍ ଥିଲେ, ଏହା ପରେ ଘରର ସଦସ୍ୟମାନେ ବୁଢୀ ମାଆକୁ ସାଙ୍ଗରେ ରଖିବାକୁ ପ୍ରସ୍ତୁତ ନଥିଲେ। ପରେ ପରିବାର ଲୋକ ବୁଢୀ ମା କୁ ରାତିର କମ୍ବଳରେ ବାନ୍ଧି ଔରଙ୍ଗାବାଦର କାଚିଗାଟୀ ଅଞ୍ଚଳରେ ଜଙ୍ଗଲରେ ଫିଙ୍ଗି ଘରକୁ ପଳେଇ ଥିଲେ। ପୋଲିସ ଏକ ମାମଲା ରୁଜୁ କରି ପରିବାର ସଦସ୍ୟଙ୍କୁ ଖୋଜିବା ଆରମ୍ଭ କରିଛି।

ସୂଚନାନୁସାରେ, ଲୋକମାନେ ଔରଙ୍ଗାବାଦର କାଚିଗାଟି ଜଙ୍ଗଲରେ ଜଣେ ବୃଦ୍ଧ ମହିଳାଙ୍କୁ ପଡ଼ିଥିବାର ଦେଖିବାକୁ ପାଇଥିଲେ। 90 ବର୍ଷୀୟା ମହିଳାକୁ ଏକ କମ୍ବଳରେ ବାନ୍ଧି ଜଙ୍ଗଲ ମଝିରେ ଛାଡି ଦିଆ ଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହେବାପରେ ବୃଦ୍ଧା କରୋନା ପଜିଟିଭ ଥିବା ଜଣାପଡିଛି। ବୃଦ୍ଧାଙ୍କୁ ପଚରାଉଚରାରୁ ଜଣା ପଡିଥିଲା ଯେ ପରିବାର ସଦସ୍ୟ ଜାଣି ସାରିଥିଲେ ଯେ ସେ କରୋନାରେ ଆକ୍ରାନ୍ତ ବୋଲି। ଯାହା ପରେ ନିଜ ପୁଅ ଆଣି ଜଙ୍ଗଲରେ ଛାଡି ଚାଲି ଯାଇଥିଲା। ଏହା ପରେ ପରିବାର ବୃଦ୍ଧାଙ୍କୁ ଜଙ୍ଗଲକୁ ଫିଙ୍ଗି ସେଠାରୁ ପଳାଇ ଯାଇଥିଲେ।

୯୦ ବର୍ଷୀୟ ବୁଢୀ ମା କରୋନା ପଜିଟିଭ୍ ବାହାରିବାରୁ ପୁଅ ମା ସହ ଯାହା କଲା, ଜାଣି ହେବେ ଆଶ୍ଚର୍ଯ୍ୟ

ପୋଲିସର ସୂଚନାନୁସାରେ ବୃଦ୍ଧା ଜଗକ ପ୍ରାୟ ୩ ଘଣ୍ଟା ଜଙ୍ଗଲରେ ଯନ୍ତ୍ରଣା ଭୋଗୁଥିଲେ। ମହିଳାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୃଦ୍ଧା ମହିଳାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ସମ୍ପର୍କୀୟଙ୍କ ସନ୍ଧାନକୁ ଜୋରଦାର କରିଛି।