କିଏ ଏହି ବିନୋଦ? କାହିଁକି ସବୁଆଡେ ବିନୋଦ ନାଁ ହେଉଛି ଏତେ ଭାଇରାଲ୍, ଏହା ପଛର ରହସ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଗତ ବର୍ଷ ଜେସିବି କି ଖୁଦାଇ ହ୍ୟାସଟ୍ୟାଗ ବହୁତ ଟ୍ରେଣ୍ଡ ହୋଇଥିଲା. ଏହି ବର୍ଷ ବିନୋଦ ଇଣ୍ଟରନେଟରେ ପ୍ରାଧାନ୍ୟ ବିସ୍ତାର କରିଛି। ଏବେ ସୋସିଆଲ୍ ମିଡିଆରେ ସବୁଠି ଖାଲି ଗୋଟିଏ ନାଁ ବିନୋଦ ହିଁ ବିନୋଦ। ଗତ କିଛି ଦିନ ହେବ ଅନେକ ବ୍ରାଣ୍ଡ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀ ବିନୋଦ ବିଷୟରେ ଟ୍ୱିଟ କରି ଆସୁଥିଲେ। ଖାଲି ଏତିକି ନୁହେଁ ପେଟିଏମ୍ ମଧ୍ୟ ଟ୍ୱିଟରରେ ନିଜ ନାମ ବିନୋଦକୁ ବଦଳାଇ ଦେଇଛି। ମୁମ୍ବାଇ ପୋଲିସ
 

ଗତ ବର୍ଷ ଜେସିବି କି ଖୁଦାଇ ହ୍ୟାସଟ୍ୟାଗ ବହୁତ ଟ୍ରେଣ୍ଡ ହୋଇଥିଲା. ଏହି ବର୍ଷ ବିନୋଦ ଇଣ୍ଟରନେଟରେ ପ୍ରାଧାନ୍ୟ ବିସ୍ତାର କରିଛି। ଏବେ ସୋସିଆଲ୍ ମିଡିଆରେ ସବୁଠି ଖାଲି ଗୋଟିଏ ନାଁ ବିନୋଦ ହିଁ ବିନୋଦ। ଗତ କିଛି ଦିନ ହେବ ଅନେକ ବ୍ରାଣ୍ଡ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀ ବିନୋଦ ବିଷୟରେ ଟ୍ୱିଟ କରି ଆସୁଥିଲେ। ଖାଲି ଏତିକି ନୁହେଁ ପେଟିଏମ୍ ମଧ୍ୟ ଟ୍ୱିଟରରେ ନିଜ ନାମ ବିନୋଦକୁ ବଦଳାଇ ଦେଇଛି। ମୁମ୍ବାଇ ପୋଲିସ ବିନୋଦ ନାମକ ସମସ୍ତ ଲୋକଙ୍କୁ ସେମାନଙ୍କର ପ୍ରଥମ ନାମ ରଖୁଛନ୍ତି ତେବେ ଅନଲାଇନ୍ ପାସୱାର୍ଡ ବଦଳାଇବାକୁ ଅନୁରୋଧ କରିଥିଲା। ଟ୍ୱିଟରରେ ବିନୋଦକୁ ନେଇ ଅନେକ ମଜାଳିଆ ମିମସ ଏବଂ ଜୋକ୍ସ ତିଆରି କରାଯାଉଛି। ତେବେ ପ୍ରକୃତରେ କିଏ ଏହି ବିନୋଦ ଆଉ କାହିଁକି ଏହା ଏତେ ଭାଇରାଲ୍ ହେଉଛି? ଆଜି ଆମେ ଆପଣଙ୍କୁ ଏହା ପଛର ସତ କଣ କହିବୁ।

କିଏ ଏହି ବିନୋଦ? କାହିଁକି ସବୁଆଡେ ବିନୋଦ ନାଁ ହେଉଛି ଏତେ ଭାଇରାଲ୍, ଏହା ପଛର ରହସ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ପ୍ରକୃତରେ ଏହା ଆରମ୍ଭ ହେଲା ଯେତେବେଳେ ଯେବେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସ୍ଲେ ପଏଣ୍ଟ ଏକ ଭିଡିଓ ସେୟାର କଲା, ଭିଓଡର ନିର୍ମାତା ଅଭିୟୁଦୟା ଏବଂ ଗୌତମୀ ୟୁଟ୍ୟୁବ୍ ଭିଡିଓର କମେଣ୍ଟ ସେକ୍ସନ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଏକ ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ‘କାହିଁକି ଭାରତୀୟ ୟୁଟ୍ୟୁବ କମେଣ୍ଟ ସେସ୍କନରେ ଏତେ ଖରାପ(ବିନୋଦ)’। ଭିଡିଓଟି 15 ଜୁଲାଇରେ ସେୟାର କରାଯାଇଥିଲା, ଭିଡିଓରେ ସେ ତାଙ୍କ ପୂର୍ବ ଭିଡିଓରେ କମେଣ୍ଟ ଗୁଡିକକୁ ଦେଖାଇ ରୋଷ୍ଟ କରିଥିଲେ ଯେଉଁଥିରେ ଏକ କମେଣ୍ଟ ଥିଲା ‘BINOD’ ଏହି କମେଣ୍ଟଟିକୁ ବିନୋଦ ଥାରୁ ନାମକ ଜଣେ ଲୋକ କରିଥିଲେ। ତେବେ ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ଭିଡିଓର କମେଣ୍ଟରେ ବିନୋଦ ବିନୋଦ କମେଣ୍ଟ କରିବା ଆରମ୍ଭ କରି ଦେଇଥିଲେ।

କିଛି ମିନିଟରେ ଭିଡିଓଟି ଏତେ ମାତ୍ରାରେ ଭାଇରାଲ ହୋଇଥିଲା ଯେ ଏହି ଭିଡିଓ ୟୁଟ୍ୟୁବରେ ଟ୍ରେଣ୍ଡ କରିବା ଆରମ୍ଭ କଲା। ଲୋକମାନେ ବିନୋଦ ଲେଖି ଏହି ଭିଡିଓର ପୂରା କମେଣ୍ଟ ସେକ୍ସନକୁ ଭରି ଦେଲେ। ଏହା ପରେ ୟୁଟ୍ୟୁବରୁ ଏହା ଟୁଇଟର ଫେସବୁକ ଚାରିଆଡେ ବ୍ୟାପି ଯାଇଥିଲା। ବିନୋଦକୁ ନେଇ ଅନେକ ମଜାଳିଆ ଜୋକ୍ସ ବନିବା ଆରମ୍ଭ ହୋଇଥିଲା। ଏହା ଏତେ ଭାଇରାଲ ହୋଇଗଲା ଯେ ଲୋକମାନେ ବିନୋଦକୁ ଖୋଜିବାରେ ଲାଗିଛନ୍ତି।