ଫୋନରେ କଥା ହେବା ବେଳେ ଏହି ସାମାନ୍ୟ ଭୁଲ୍ ପାଇଁ ଫାଟିଲା ମୋବାଇଲ୍, ମାଆ ସହ ୨ ଶିଶୁଙ୍କ ମୃତ୍ୟୁ

ତାମିଲନାଡୁରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ୍ ବିସ୍ଫୋରଣ ହେତୁ ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାମିଲନାଡୁର କରୁରରେ ମୋବାଇଲ୍ ବିସ୍ଫୋରଣ ପରେ ଜଣେ ମା ଏବଂ ତାଙ୍କର ଦୁଇ ପିଲାଙ୍କର ମୃତ୍ୟୁ ଘଟିଛି। 29 ବର୍ଷର ମୁଥୁଲକ୍ଷ୍ମୀଙ୍କ ମୋବାଇଲ୍ ଚାର୍ଜିଂରେ ଥିଲା ଏବଂ ସେ ଫୋନ୍ ରେ କଥା ହେଉଥିଲେ। କଲ୍ କାଟିବା ପରେ ମୋବାଇଲ୍ ଟି ଜୋରଦାର ବିସ୍ଫୋରଣ ହୋଇ ଫାଟି ଯାଇଥିଲା। ମୋବାଇଲ୍ ବିସ୍ଫୋରଣ
 
ଫୋନରେ କଥା ହେବା ବେଳେ ଏହି ସାମାନ୍ୟ ଭୁଲ୍ ପାଇଁ ଫାଟିଲା ମୋବାଇଲ୍,  ମାଆ ସହ ୨ ଶିଶୁଙ୍କ ମୃତ୍ୟୁ

ତାମିଲନାଡୁରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ୍ ବିସ୍ଫୋରଣ ହେତୁ ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାମିଲନାଡୁର କରୁରରେ ମୋବାଇଲ୍ ବିସ୍ଫୋରଣ ପରେ ଜଣେ ମା ଏବଂ ତାଙ୍କର ଦୁଇ ପିଲାଙ୍କର ମୃତ୍ୟୁ ଘଟିଛି। 29 ବର୍ଷର ମୁଥୁଲକ୍ଷ୍ମୀଙ୍କ ମୋବାଇଲ୍ ଚାର୍ଜିଂରେ ଥିଲା ଏବଂ ସେ ଫୋନ୍ ରେ କଥା ହେଉଥିଲେ। କଲ୍ କାଟିବା ପରେ ମୋବାଇଲ୍ ଟି ଜୋରଦାର ବିସ୍ଫୋରଣ ହୋଇ ଫାଟି ଯାଇଥିଲା।

ମୋବାଇଲ୍ ବିସ୍ଫୋରଣ ପରେ ମୁଥୁଲକ୍ଷ୍ମୀ ନିଆଁରେ ଜଳି ଯାଇଥିଲେ ଏବଂ ଏହି ସମୟରେ 3 ବର୍ଷିୟ ରଣଜିତ୍ ଏବଂ 2 ବର୍ଷୀୟ ଦୀକ୍ଷିତ ମଧ୍ୟ ରୁମରେ ଉପସ୍ଥିତ ଥିଲେ। ଏହି ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଥିଲେ ଯାହା ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଘଟଣାର ସୂଚନା ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲା।