ମାସ୍କ ପିନ୍ଧି ନଥିବାରୁ ପୋଲିସ୍ ସହ ଝଗଡା କଲା ବେଳେ ଜାଡେଜାଙ୍କ ସ୍ତ୍ରୀ ସହ ଘଟିଲା ଏହି ଆଶ୍ଚର୍ଯ୍ୟକର ଘଟଣା

ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତାଙ୍କ ପତ୍ନୀ ରିବାବା ଜାଡେଜା ଏବଂ ପରିବାର ବନ୍ଧୁଙ୍କ ସହ ଏକ କାରରେ ଯାଉଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଜାଡେଜା କାର ଚଳାଉଥିଲେ, ତାଙ୍କ ମୁହଁରେ ମାସ୍କ ଥିଲା, କିନ୍ତୁ ତାଙ୍କ ପତ୍ନୀ ରିବାବା ମାସ୍କ ପିନ୍ଧି ନଥିଲେ। ଏହି କଥାକୁ ନେଇ ମହିଳା ପୋଲିସ କନଷ୍ଟେବଳଙ୍କ ସହ ତାଙ୍କ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ରିବାବାଙ୍କ ବ୍ଲଡ ପ୍ରେସର ବଢି ଯାଇଥିଲା ତାପରେ ତାଙ୍କୁ ଡାକ୍ତରଖାନାରେ
 
ମାସ୍କ ପିନ୍ଧି ନଥିବାରୁ ପୋଲିସ୍ ସହ ଝଗଡା କଲା ବେଳେ ଜାଡେଜାଙ୍କ ସ୍ତ୍ରୀ ସହ ଘଟିଲା ଏହି ଆଶ୍ଚର୍ଯ୍ୟକର ଘଟଣା

ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତାଙ୍କ ପତ୍ନୀ ରିବାବା ଜାଡେଜା ଏବଂ ପରିବାର ବନ୍ଧୁଙ୍କ ସହ ଏକ କାରରେ ଯାଉଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଜାଡେଜା କାର ଚଳାଉଥିଲେ, ତାଙ୍କ ମୁହଁରେ ମାସ୍କ ଥିଲା, କିନ୍ତୁ ତାଙ୍କ ପତ୍ନୀ ରିବାବା ମାସ୍କ ପିନ୍ଧି ନଥିଲେ। ଏହି କଥାକୁ ନେଇ ମହିଳା ପୋଲିସ କନଷ୍ଟେବଳଙ୍କ ସହ ତାଙ୍କ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ରିବାବାଙ୍କ ବ୍ଲଡ ପ୍ରେସର ବଢି ଯାଇଥିଲା ତାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।

କ୍ରିକେଟର ରବିନ୍ଦ୍ର ଜାଡେଜା ତାଙ୍କ ପତ୍ନୀ ରିବାବା ଏବଂ ଅନ୍ୟ ତିନିଜଣ ସାଙ୍ଗଙ୍କ ସହ କାରରେ କୌଣସି ସ୍ଥାନକୁ ଯାଉଥିଲେ। ରାଜକୋଟରେ ଥିବା କିଶାନପାରା ଛକରେ ମହିଳା ପୋଲିସ୍ ସୋନାଲ ଗଣେଶୱାରୀ ସେମାନଙ୍କୁ ମାସ୍କ ନ ପିନ୍ଧି ଥିବାରୁ ଫାଇନ ଦେବାକୁ କହିଥିଲେ। ଏଥିରେ ରାଗିଯାଇ ରିବାବା ମହିଳା କନେଷ୍ଟବଳଙ୍କ ସହ ଜୋରଦାର ବିତର୍କ ସମୟରେ ତାଙ୍କ ରକ୍ତଚାପ ବଢି ଯାଇଥିଲା ଏବଂ ସେ ବେହୋସ ହୋଇ ତଳେ ପଡି ଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ଚିକିତ୍ସା କରାଯାଇଥିଲା।

ମାସ୍କ ପିନ୍ଧି ନଥିବାରୁ ପୋଲିସ୍ ସହ ଝଗଡା କଲା ବେଳେ ଜାଡେଜାଙ୍କ ସ୍ତ୍ରୀ ସହ ଘଟିଲା ଏହି ଆଶ୍ଚର୍ଯ୍ୟକର ଘଟଣା

ରିଭାବା ଜାଡେଜା କହିଛନ୍ତି ଯେ ସେ ବର୍ତ୍ତମାନ ବହୁତ ସୁସ୍ଥ ଅଛନ୍ତି। ପୋଲିସର ସବ୍ ଇନ୍ସପେକ୍ଟର ଏ.ଜେ ଲାଥିଆ କହିଛନ୍ତି ଯେ ବିତର୍କ ସମୟରେ ରିବାବା ରକ୍ତଚାପ ବୃଦ୍ଧି ହୋଇଥିଲା ତେଣୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ତେବେ ଏହି ସମୟ ମଧ୍ୟରେ ପୋଲିସ ସେମାନଙ୍କଠାରୁ ଜରିମାନା ଆଦାୟ କରିନାହିଁ, କିନ୍ତୁ ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ଶେଷ ହେବ।