ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା, ହେଲେ କିଏ ହେବ ତାଙ୍କ ବର? ଜାଣନ୍ତୁ

ଓଡିଶାର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ଯଲିଉଡ ଅଭିନେତ୍ରୀ ରାନୀ ପଣ୍ଡା। କେବେ ବିବାଦରେ ତ କେବେ ଭଲ କାମ କରି ସେ ସବୁବେଳେ ଚର୍ଚ୍ଚାରେ। ତେବେ ରାନୀଙ୍କ ବିବାହକୁ ନେଇ ଏବେ ଏକ ଖବର ସାମ୍ନାକୁ ଆସିଛି। ରାନୀ କାଳେ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିଜେ ଏକ ଭିଡିଓ ମାଧ୍ୟମରେ ସେ ଏହି କଥା ସମସ୍ତଙ୍କୁ ଜଣାଇଛନ୍ତି। ପୂର୍ବରୁ ବାହା ହେବେ ନାହିଁ ବୋଲି କହୁଥିବା ରାନୀ ଏବେ ନିଷ୍ପତ୍ତି ବଦଳାଇଛନ୍ତି।
 
ଭିଡିଓରେ ରାନୀ କହିଛନ୍ତି, ମତେ ସମସ୍ତେ ମୋ ବାହାଘରକୁ ନେଇ ପ୍ରଶ୍ନ କରନ୍ତି କି ରାନୀ କେବେ ବାହା ହେବେ। ହେବେ ମୁଁ ସେତେବେଳେ ବାହା ହେବାକୁ ନେଇ କୌଣସି ନିଷ୍ପତି ନେଇନଥିଲି। କିନ୍ତୁ ବହୁତ ନିନ୍ଦା, କଷ୍ଟ, ଅପମାନ, ଯନ୍ତ୍ରଣା ସହି ସହି ମୁଁ ଓଡ଼ିଶାର ଶୀର୍ଷରେ ପହଂଚି ପାରିଛି ଯେଉଁଠି ସାରା ଓଡିଶା ରାନୀ ପଣ୍ଡାକୁ ଜାଣିଛନ୍ତି।” ରାନୀ ଖୁବ ଶୀଘ୍ର ବିବାହ କରିବେ ବୋଲି କହିଛନ୍ତି। ହେଲେ କାହାକୁ ବାହା ହେବେ ତାହା ଆଉ ଏକ ଭିଡିଓ ମାଧ୍ୟମରେ କହିବେ ବୋଲି ରାନୀ ଭିଡିଓରେ କହିଛନ୍ତି।

ସୂଚନାଯୋଗ୍ୟ ରାନୀ ପଣ୍ଡାଙ୍କ ଯାତ୍ରାରେ ଅଶ୍ଳୀଳ ଡାନ୍ସ ପରେ ତାଙ୍କୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏମିତିକି ତାଙ୍କୁ ଖଣ୍ଡଗିରିରୁ ମଧ୍ୟ ବ୍ୟାନ କରାଯାଇଥିଲା। ତେବେ କରୋନା ମହାମାରୀ ଆସିବା ସେ ଅନେକ ଭଲ କାମ କରି ପ୍ରସଂଶା ସାଉଁଟି ଥିଲେ। କରୋନା ପାଇଁ ସରକାର ରିଲିଫ ପାଣ୍ଠିକୁ ୫୦ ହଜାର ଦାନ ସହ ସେ ସ୍ୱର୍ଗତ ଅଭିନେତ୍ରୀ ଦୀପା ସାହୁଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ। କେବଳ ସେତିକି ନୁହେଁ, କରୋନା କଟକଣାରେ ରାମ ମନ୍ଦିରରେ ନିକଟରେ ଭିକାରୀମାନଙ୍କୁ ରାନୀ ଖାଦ୍ୟ ବଣ୍ଟନ କରିଥିଲେ।