ସାପମାନେ ଚୋବାଇ ନପାରି ଗିଳି ଦିଅନ୍ତି, ଆପଣଙ୍କୁ ଆନାକୋଣ୍ଡା ଗିଳିଦେବ, ତାହାଲେ ? କେତେ ଦିନ ବଞ୍ଚିବେ ନା ସାଙ୍ଗେ ସାଙ୍ଗେ ମରିଯିବେ ?

ବିଶ୍ୱରେ ଥିବା ସବୁ ପ୍ରକାରର ସାପ ନିଜ ଆହାର କୁ ଚୋବାଇ ନପାରି ଗିଳି ଦିଅନ୍ତି । ଦୁନିଆରେ ଏତେ ବଡ ବଡ ସାପ ଅଛନ୍ତି ଯାହାକୁ ଦେଖିଲେ ହିଁ ଡର ମାରେ । ଆପଣ ଆନାକୋଣ୍ଡା ଭଳି ହଲିଉଡ଼ ଚଳଚିତ୍ର ଦେଖିଥିବେ, ସେଥିରେ ଆନାକୋଣ୍ଡା ଲୋକଙ୍କୁ ଜିଅନ୍ତା ଗିଳିଦେବାର ଦୃଶ୍ୟ ଭୟାନକ ଥିଲା । ଥରେ ଭାବନ୍ତୁ ଯଦି ଆନାକୋଣ୍ଡା ଆପଣଙ୍କୁ ଗିଳିଦେଲା ତାହେଲେ କଣ ହେବ ? କେତେ ସମୟ ପର୍ଯ୍ୟନ୍ତ ତା ପେଟ
 
ସାପମାନେ ଚୋବାଇ ନପାରି ଗିଳି ଦିଅନ୍ତି, ଆପଣଙ୍କୁ ଆନାକୋଣ୍ଡା ଗିଳିଦେବ, ତାହାଲେ ? କେତେ ଦିନ ବଞ୍ଚିବେ ନା ସାଙ୍ଗେ ସାଙ୍ଗେ ମରିଯିବେ ?

ବିଶ୍ୱରେ ଥିବା ସବୁ ପ୍ରକାରର ସାପ ନିଜ ଆହାର କୁ ଚୋବାଇ ନପାରି ଗିଳି ଦିଅନ୍ତି । ଦୁନିଆରେ ଏତେ ବଡ ବଡ ସାପ ଅଛନ୍ତି ଯାହାକୁ ଦେଖିଲେ ହିଁ ଡର ମାରେ । ଆପଣ ଆନାକୋଣ୍ଡା ଭଳି ହଲିଉଡ଼ ଚଳଚିତ୍ର ଦେଖିଥିବେ, ସେଥିରେ ଆନାକୋଣ୍ଡା ଲୋକଙ୍କୁ ଜିଅନ୍ତା ଗିଳିଦେବାର ଦୃଶ୍ୟ ଭୟାନକ ଥିଲା ।

ଥରେ ଭାବନ୍ତୁ ଯଦି ଆନାକୋଣ୍ଡା ଆପଣଙ୍କୁ ଗିଳିଦେଲା ତାହେଲେ କଣ ହେବ ? କେତେ ସମୟ ପର୍ଯ୍ୟନ୍ତ ତା ପେଟ ଭିତରେ ମଣିଷଟିଏ ବଞ୍ଚି ରହିପାରିବ ? ଆଜି ଏହି ପୋଷ୍ଟ ରେ ଜଣାଇବୁ ଯଦି ଆପଣଙ୍କୁ ଏକ ଆନାକୋଣ୍ଡା ସମ୍ପୂର୍ଣ୍ଣ ଭାବରେ ଗିଳିଦିଏ ତାହାଲେ କଣ ହେବ ?

ଗୋଟିଏ ଗ୍ରୀନ ଆନାକୋଣ୍ଡା ୯ ମିଟର ପର୍ଯ୍ୟନ୍ତ ଲମ୍ବା ଏବଂ ୨୨୫ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ହୋଇପାରେ। ଆପଣ ଭାବୁଥିବେ ଆପଣ ଏମିତି ଏକ ଆନାକୋଣ୍ଡା ପାଇଁ ବହୁତ ବଢ଼ିଆ ଖାଦ୍ୟ ହେବେ। ଯାହାର ଗୋଟେ ଓଳି ଖାଦ୍ୟ ୧୮ କିଲୋଗ୍ରାମ ହୋଇଥାଏ । ମଣିଷକୁ ଖାଇବା ଏତେ ସହଜ ନୁହେ, ଯଦି ଆପଣଙ୍କ ଜଣ 40 କିଲୋଗ୍ରାମ ରୁ ଅଧିକ ତାହାଲେ ଆନାକୋଣ୍ଡା ପାଇଁ କଷ୍ଟକର ହୋଇଯିବ ।

ମାତ୍ର ମାନି ନିଅନ୍ତୁ ଯଦି ଆନାକୋଣ୍ଡା ଆପଣଙ୍କୁ ଖାଇବାକୁ ଚାହୁଁଛି, ତାପରେ କଣ ହେବ? ଆନାକୋଣ୍ଡା ପ୍ରଥମେ ଆପଣଙ୍କୁ ଆପଣଙ୍କୁ ମାରିବାକୁ ଚାହିଁବ। ଏହାପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଟିଏ ଆନାକୋଣ୍ଡା କନଷ୍ଟିକଟର ସାପ ଭଳି ହୋଇଥାଏ। ଆଉ ନିଜ ଶିକାର ଚାରିପଟେ ଗୁଡ଼ାଇ ହୋଇ ତାକୁ ୯୦ ହଜାର ପାଉଣ୍ଡ ଠାରୁ ବି ଅଧିକ ଥର ଦବାଇ ମାରିଦିଏ।

ତେବେ ଯଦି କୌଣସି କାରଣ ରୁ ଆପଣ ବଞ୍ଚି ଆନାକୋଣ୍ଡା ପେଟ ଭିତରକୁ ଗଲେ, କେତେ ସମୟ ପର୍ଯ୍ୟନ୍ତ ତା ପେଟ ଭିତରେ ମଣିଷ ବଞ୍ଚି ପାରିବ ? ଆନାକୋଣ୍ଡା ଠାରେ ଅନ୍ୟ ସାପଙ୍କ ଭଳି ବିଷ ନଥାଏ। ତେଣୁ ଆପଣ ନିଶ୍ଚିତ ରୁହନ୍ତୁ ଆପଣ ପାରାଲାଇଜ୍ ହେବେ ନାହିଁ ଏବଂ ଆପଣ ବଞ୍ଚି ରହିବେ । ମାତ୍ର ଆନାକୋଣ୍ଡା ମୁହଁରେ ବହୁତ ସାରା ଲାଳ ଥାଏ ଯାହା ଆପଣଙ୍କୁ ଓଦା କରିଦେବ ଏବଂ ସେ ସହଜରେ ଆପଣଙ୍କୁ ଗିଳି ପାରିବ। ବର୍ତମାନ ଆନାକୋଣ୍ଡା ତା ଶରୀର ଭିତରକୁ ଧକ୍କା ଏବଂ ଆନାକୋଣ୍ଡା ପାଖରେ ନିଜ ଶରୀରକୁ ହଲାଇବା ଏବଂ ମୋଡିବା ଭଳି କ୍ଷମତା ରହିଥାଏ। ଯାହାଦ୍ୱାରା ଏହା ଆପଣଙ୍କୁ ମୋଡି ମକଚି ପେଟ ପର୍ଯ୍ୟନ୍ତ ନେଇ ଯାଇପାରେ।

ଆପଣ ଆନାକୋଣ୍ଡାର ପେଟ ଭିତରେ ଅଛନ୍ତି ଏବଂ ଆନାକୋଣ୍ଡା ପେଟରେ ବହୁତ ମାତ୍ରାରେ ଏସିଡ୍ ଏବଂ ଏନଜାଇମ୍ସ ସୃଷ୍ଟି ହୋଇଥାଏ। ଯାହା ଆପଣଙ୍କ ତ୍ୱଚାକୁ ଏକଦମ୍ ଖରାପ କରିଦେବ। ଆଉ କିଛି ସମୟ ପରେ ଆପଣଙ୍କ ହାଡ ଗୁଡିକକୁ ବି ନଷ୍ଟ କରିଦେବ। 48 ଘଣ୍ଟା ମଧ୍ୟରେ ଆପଣଙ୍କ ଶରୀରର ନଖ, କେଶ ଏବଂ ହାଡ ଛାଡି ସବୁ ନଷ୍ଟ ହୋଇଯିବ । ଆଉ 7 ଦିନ ମଧ୍ୟରେ ଆପଣଙ୍କ ହାଡ ମଧ୍ୟ ନଷ୍ଟ ହୋଇଯିବ । ସେଥିପାଇଁ ଆନାକୋଣ୍ଡା ନିକଟକୁ ଯିବା ପୂର୍ବରୁ ଥରେ ନିଶ୍ଚିତ ଭାବନ୍ତୁ ।