ବିବାହର ୨୨ମାସ ପରେ ବି ଶାରୀରିକ ସମ୍ବନ୍ଧ ରଖିବାକୁ ରାଜି ନ ସ୍ତ୍ରୀ, ତାପରେ ସ୍ୱାମୀ ଯାହା କଲା ଜାଣି ଆଶ୍ଚର୍ଯ୍ୟ ହେବେ

ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ଗୁଜୁରାଟର ଅହମ୍ମଦାବାଦରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ଠାରୁ ହଇରାଣ ହୋଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏହା ପରେ ଶାଶୁ ପୁଅର ସ୍ତ୍ରୀ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଅହମ୍ମଦାବାଦର ମଣିନାଗରରେ ରହୁଥିବା 32 ବର୍ଷ ବୟସ୍କା ଗୀତା ପାରମାର 22 ମାସ ପୂର୍ବରୁ ସୁରେନ୍ଦ୍ର ସିଂଙ୍କୁ ବିବାହ କରିଥିଲେ। ତାଙ୍କ ଶାଶୁ ମଲ୍ଲିକ ପରମାର ଅଭିଯୋଗ କରିଛନ୍ତି ଯେ ବିବାହର 22 ମାସ ମଧ୍ୟରେ ସୁରେନ୍ଦ୍ର
 
ବିବାହର ୨୨ମାସ ପରେ ବି ଶାରୀରିକ ସମ୍ବନ୍ଧ ରଖିବାକୁ ରାଜି ନ ସ୍ତ୍ରୀ, ତାପରେ ସ୍ୱାମୀ ଯାହା କଲା ଜାଣି ଆଶ୍ଚର୍ଯ୍ୟ ହେବେ

ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ଗୁଜୁରାଟର ଅହମ୍ମଦାବାଦରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ଠାରୁ ହଇରାଣ ହୋଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏହା ପରେ ଶାଶୁ ପୁଅର ସ୍ତ୍ରୀ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଅହମ୍ମଦାବାଦର ମଣିନାଗରରେ ରହୁଥିବା 32 ବର୍ଷ ବୟସ୍କା ଗୀତା ପାରମାର 22 ମାସ ପୂର୍ବରୁ ସୁରେନ୍ଦ୍ର ସିଂଙ୍କୁ ବିବାହ କରିଥିଲେ। ତାଙ୍କ ଶାଶୁ ମଲ୍ଲିକ ପରମାର ଅଭିଯୋଗ କରିଛନ୍ତି ଯେ ବିବାହର 22 ମାସ ମଧ୍ୟରେ ସୁରେନ୍ଦ୍ର ସିଂଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ନଥିଲା। ଏହାକୁନେଇ ସୁରେନ୍ଦ୍ର ସିଂ ବହୁତ ଟେନସନରେ ଥିଲେ। ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ଜଣା ପଡିଛି।

ଶାଶୁ ଏଫ୍ଆଇଆର୍ ରେ କହିଛନ୍ତି ଯେ ଯେବେ ସେ ଘରକୁ ଯାଇଥିଲେ ସେତେବେଳେ ବି ଦୁହେଁ ଅଲଗା ଅଲଗା ଶୋଇଥିବାର ଦେଖିଥିଲେ। ଯେତେବେଳେ ସେ ଏ ବିଷୟରେ ନିଜ ପୁଅକୁ ପଚାରିଥିଲେ, ତ ତାଙ୍କ ପୁଅ ତାଙ୍କୁ କହିଥିଲେ ଯେ ବିବାହର 22 ମାସ ପରେ ମଧ୍ୟ ଗୀତାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ପୁଅ ଏହା ମଧ୍ୟ କହିଛନ୍ତି ଯେ ଗୀତା ତାଙ୍କ ସ୍ୱାମୀଙ୍କ ସହ ଏକାଠି ଶୋଇବେ ନାହିଁ ବୋଲି ଶପଥ ନେଇଛନ୍ତି।

ଶାଶୁ କହିଛନ୍ତି ଯେ ସୁରେନ୍ଦ୍ର ସିଂ ଜଣେ ରେଳ କର୍ମଚାରୀ। ସେ ଅକ୍ଟୋବର 2018 ରେ ଗୀତାଙ୍କୁ ବିବାହ କରିଥିଲେ। ଏହାପୂର୍ବରୁ ସେ 2016 ରେ ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ହୋଇଥିଲେ। ଏହା ବ୍ୟତୀତ ବୋହୂ ଗୀତାଙ୍କ ମଧ୍ୟ ବିବାହ ପୂର୍ବରୁ ଦୁଇ ଜଣଙ୍କ ଠାରୁ ଛାଡପତ୍ର ହୋଇଥିଲା। ବିବାହର 22 ମାସ ପରେ ଶାରୀରିକ ସମ୍ପର୍କ ନ ଥିବାରୁ ସୁରେନ୍ଦ୍ର ସିଂ ଚାପରେ ଥିଲେ। ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହା ଉପରେ ଗୀତା ଘର ଛାଡି ନିଜ ବାପଘରକୁ ପଳେଇ ଯାଇଥିଲେ। ଜୁଲାଇ 27 ରେ, ଯେତେବେଳେ ପରିବାର ସଦସ୍ୟ ଏକ ଅନ୍ତିମ ସଂସ୍କାରରେ ଯାଇଥିଲେ, ସେତେବେଳେ ଏକୁଟିଆ ଥିବା ସୁରେନ୍ଦ୍ର ସିଂ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।