UPSC ବହି କିଣିଦେବା ପାଇଁ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଯୁବକ, ମିଳିଲା ଏଭଳି ଜବାବ୍

ଲକଡାଉନ୍ ସମୟରେ ସୋନୁ ସୁଦଙ୍କ ଦ୍ୱାରା ଦେଖାଯାଇଥିବା ଉଦାରତା ତାଙ୍କୁ ଲୋକମାନଙ୍କ ମଧ୍ୟରେ ମହାନ କରିଛି। ସୋନୁ ସୁଦ ତାଙ୍କର ଏହି ମହାନ କାର୍ଯ୍ୟ ଜାରି ରଖିଛନ୍ତି। ସେ ଲୋକମାନଙ୍କୁ ସାହାଯ୍ୟ କରି ଚାଲିଛନ୍ତି। ତେବେ ଜଣେ ଛାତ୍ର ଟ୍ୱିଟ କରି ସୋନୁଙ୍କୁ ବହି କିଣିବା ପାଇଁ ସାହାଯ୍ୟ ମାଗିଥିଲେ। ଛାତ୍ର ଜଣଙ୍କର ଏହି ଅସୁବିଧାକୁ ଦୂର କରିବା ପାଇଁ ସୋନୁ ସୁଦ ମଧ୍ୟ ସାହାଯ୍ୟର ହ୍ତ ବଢାଇଛନ୍ତି। ଛାତ୍ର ଟୁଇଟ୍ କରି କହିଥିଲେ- ‘ସାର୍, ଦୟାକରି
 
UPSC ବହି କିଣିଦେବା ପାଇଁ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଯୁବକ, ମିଳିଲା ଏଭଳି ଜବାବ୍

ଲକଡାଉନ୍ ସମୟରେ ସୋନୁ ସୁଦଙ୍କ ଦ୍ୱାରା ଦେଖାଯାଇଥିବା ଉଦାରତା ତାଙ୍କୁ ଲୋକମାନଙ୍କ ମଧ୍ୟରେ ମହାନ କରିଛି। ସୋନୁ ସୁଦ ତାଙ୍କର ଏହି ମହାନ କାର୍ଯ୍ୟ ଜାରି ରଖିଛନ୍ତି। ସେ ଲୋକମାନଙ୍କୁ ସାହାଯ୍ୟ କରି ଚାଲିଛନ୍ତି। ତେବେ ଜଣେ ଛାତ୍ର ଟ୍ୱିଟ କରି ସୋନୁଙ୍କୁ ବହି କିଣିବା ପାଇଁ ସାହାଯ୍ୟ ମାଗିଥିଲେ। ଛାତ୍ର ଜଣଙ୍କର ଏହି ଅସୁବିଧାକୁ ଦୂର କରିବା ପାଇଁ ସୋନୁ ସୁଦ ମଧ୍ୟ ସାହାଯ୍ୟର ହ୍ତ ବଢାଇଛନ୍ତି।

UPSC ବହି କିଣିଦେବା ପାଇଁ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଯୁବକ, ମିଳିଲା ଏଭଳି ଜବାବ୍

ଛାତ୍ର ଟୁଇଟ୍ କରି କହିଥିଲେ- ‘ସାର୍, ଦୟାକରି ମୋତେ UPSC ବହି କିଣିବାକୁ ସାହାଯ୍ୟ କରନ୍ତୁ। ମୁଁ ଏହି ବହିଗୁଡ଼ିକ ବିନା ମୋର UPSCର ପ୍ରସ୍ତୁତି ଆରମ୍ଭ କରିପାରୁ ନାହିଁ। ବହି କିଣିବାରେ ମୋତେ ସାହାଯ୍ୟ କରନ୍ତୁ ‘। ଛାତ୍ରଙ୍କ ଏହି ଅନୁରୋଧରେ ସୋନୁ ମଧ୍ୟ ଟ୍ୱିଟ୍ କରି ତାଙ୍କ ଠିକଣା ମାଗିଥିଲେ ଏବଂ କହିଥିଲେ ଯେ ବହିଗୁଡ଼ିକ ଆପଣଙ୍କ ଘର ଦ୍ୱାରରେ ଶୀଘ୍ର ପହଞ୍ଚିବ।

ଏହାପୂର୍ବରୁ ମଧ୍ୟ ସୋନୁ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି। ନିକଟରେ ଜଣେ କୃଷକଙ୍କ ପରିବାରର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ବାଧ୍ୟ ବାପା ତାଙ୍କ ଝିଅ ମାନଙ୍କ ସହିତ କ୍ଷେତରେ ହଳ କରୁଥିଲେ। ସୋନୁ ମଧ୍ୟ ତାଙ୍କୁ ସାହାଯ୍ୟ କରି ଏକ ଟ୍ରାକ୍ଟର ପଠାଇଲେ। ଅନେକ ଥର କିଛି ଲୋକ ତାଙ୍କୁ କିଛି ଅନାବଶ୍ୟକ ସାହାଯ୍ୟ ମଧ୍ୟ ମାଗିଛନ୍ତି, ଯାହା ଉପରେ ସୋନୁ ପଛକୁ ଫେରିନାହାଁନ୍ତି | ସେମାନେ ବିନା କାହାକୁ ଆଘାତ ପହଞ୍ଚାଇ ବୁଦ୍ଧିମାନ ଭାବରେ ପ୍ରତିକ୍ରିୟା ଦେଇ ଆସୁଛନ୍ତି।