ସୁରଟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି, ଦେଖନ୍ତୁ ଭାଇରଲ ଫଟୋ …

ସୁରଟ: ଗୁଜୁରାଟର ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖା ଯାଇଛି। ଗତ 48 ଘଣ୍ଟା ଧରି ପ୍ରବଳ ବର୍ଷା ହେତୁ ସୁରଟର ଗଲ୍ଫ୍ କୋଷ୍ଟରେ ଲିମ୍ବାୟାଟ୍, ବାମ୍ରୋଲି, ସରଥାନା, ପାର୍ବତ ପଟିଆରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅନେକ ସ୍ଥାନରେ ତିନିରୁ ଚାରି ଫୁଟ ପର୍ଯ୍ୟନ୍ତ ଜଳ ଜମା ହୋଇଛି | ପ୍ରଶାସନ ସତର୍କ ରହିଛି। ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଫୋନରେ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି
 
ସୁରଟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି, ଦେଖନ୍ତୁ ଭାଇରଲ ଫଟୋ …

ସୁରଟ: ଗୁଜୁରାଟର ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖା ଯାଇଛି। ଗତ 48 ଘଣ୍ଟା ଧରି ପ୍ରବଳ ବର୍ଷା ହେତୁ ସୁରଟର ଗଲ୍ଫ୍ କୋଷ୍ଟରେ ଲିମ୍ବାୟାଟ୍, ବାମ୍ରୋଲି, ସରଥାନା, ପାର୍ବତ ପଟିଆରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅନେକ ସ୍ଥାନରେ ତିନିରୁ ଚାରି ଫୁଟ ପର୍ଯ୍ୟନ୍ତ ଜଳ ଜମା ହୋଇଛି |

ପ୍ରଶାସନ ସତର୍କ ରହିଛି। ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଫୋନରେ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ କେନ୍ଦ୍ରର ସମସ୍ତ ସାହାଯ୍ୟ ନିଶ୍ଚିତ କରିଛନ୍ତି।

ସୁରଟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି, ଦେଖନ୍ତୁ ଭାଇରଲ ଫଟୋ …

ଲୋକଙ୍କୁ ଅନେକ ଅଞ୍ଚଳରୁ ସୁରଟକୁ ସ୍ଥାନାନ୍ତର କରାଯାଉଛି। ଉକାଇ ଏବଂ ଅମ୍ବାଲି ଡ୍ୟାମରେ ଜଳ ସ୍ତର ବୃଦ୍ଧି ପରେ ଆଖପାଖ ଗ୍ରାମଗୁଡ଼ିକୁ ମଧ୍ୟ ସ୍ଥାନାନ୍ତର କରାଯାଉଛି। ସହରର ରାସ୍ତାରେ ମଧ୍ୟ ପାଣି ପ୍ରବେଶ କରିଛି। ପ୍ରବଳ ବର୍ଷା ସହ ତାପି ନଦୀରେ ଜଳ ବୃଦ୍ଧି ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଅନେକ ଅଞ୍ଚଳରେ ପାଣି ଅଣ୍ଟା ଉପର ପର୍ଯ୍ୟନ୍ତ ପହଂଚିଛି | ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ର ପାଞ୍ଚଟି ଟିମ୍ ଏବଂ ଅଗ୍ନିଶମ ବିଭାଗର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।