ମୋଦି ଦେଲେ ଉତ୍ତର, ଜାଣନ୍ତୁ କେବେ ଆସିବ ଭାରତ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କରୋନା ଭ୍ୟାକ୍ସିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 74 ତମ ସ୍ୱାଧୀନତା ଦିବସ ଅବସରରେ ଲାଲା କିଲ୍ଲାରୁ ଦେଶକୁ ସମ୍ବୋଧିତ କରିଥିଲେ। ଦେଶ ବର୍ତ୍ତମାନ କରୋନା ମହାମାରୀ ସଙ୍କଟ ସହ ସଂଘର୍ଷ କରୁଛି। ସମଗ୍ର ବିଶ୍ୱରେ ଲୋକମାନେ କରୋନା ଟିକାର ଆଶାରେ ଅଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲ୍ଲାରୂ ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଦେଶରେ ୩ଟି କରୋନା ଟିକାର ପରୀକ୍ଷା ଚାଲିଛି। ସେ କହିଛନ୍ତି ଯେ ଦେଶର ବୈଜ୍ଞାନିକମାନେ ବର୍ତ୍ତମାନ କରୋନା ଭାଇରସ ପାଇଁ ଟିକା
 
ମୋଦି ଦେଲେ ଉତ୍ତର, ଜାଣନ୍ତୁ କେବେ ଆସିବ ଭାରତ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କରୋନା ଭ୍ୟାକ୍ସିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 74 ତମ ସ୍ୱାଧୀନତା ଦିବସ ଅବସରରେ ଲାଲା କିଲ୍ଲାରୁ ଦେଶକୁ ସମ୍ବୋଧିତ କରିଥିଲେ। ଦେଶ ବର୍ତ୍ତମାନ କରୋନା ମହାମାରୀ ସଙ୍କଟ ସହ ସଂଘର୍ଷ କରୁଛି। ସମଗ୍ର ବିଶ୍ୱରେ ଲୋକମାନେ କରୋନା ଟିକାର ଆଶାରେ ଅଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲ୍ଲାରୂ ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଦେଶରେ ୩ଟି କରୋନା ଟିକାର ପରୀକ୍ଷା ଚାଲିଛି। ସେ କହିଛନ୍ତି ଯେ ଦେଶର ବୈଜ୍ଞାନିକମାନେ ବର୍ତ୍ତମାନ କରୋନା ଭାଇରସ ପାଇଁ ଟିକା ପ୍ରସ୍ତୁତରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ବି କରୋନା ଭାଇରସ କଥା ହୁଏ, ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଥାଏ ଯେ ଟିକା କେବେ ପ୍ରସ୍ତୁତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶର ବୈଜ୍ଞାନିକ ଋଷି-ମୁନିଙ୍କ ପରି, ଯିଏ ବର୍ତ୍ତମାନ ଲ୍ୟାବରେ କଠିନ ତପସ୍ୟା କରୁଛନ୍ତି।

ମୋଦି ଦେଲେ ଉତ୍ତର, ଜାଣନ୍ତୁ କେବେ ଆସିବ ଭାରତ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କରୋନା ଭ୍ୟାକ୍ସିନ

ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ ତିନୋଟି କରୋନା ଟିକା ପରୀକ୍ଷା ଚାଲିଛି। ଏଥିମଧ୍ୟରେ ଭରତ ବାୟୋଟେକ୍ ର କୋଭାକ୍ସିନ୍, ଜିଡସ୍ କ୍ୟାଡିଲାଙ୍କ ଜାଇକୋଭ୍-ଡି ଏବଂ ଅକ୍ସଫୋର୍ଡ ୟୁନିଭରସିଟିର ଟିକା ଅନ୍ତର୍ଭୁକ୍ତ। ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା କୋଭାକ୍ସିନ୍ ପରୀକ୍ଷା ବର୍ତ୍ତମାନ ଭାରତ ବାୟୋଟେକ୍ ଦ୍ୱାରା ପରିଚାଳିତ ମୋଟ 12 ଟି କେନ୍ଦ୍ରରେ ଚାଲିଛି। ଦେଶର ବିଭିନ୍ନ ସ୍ଥାନରେ ପ୍ରଥମ ପରୀକ୍ଷା ଶେଷ ହୋଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ଆରମ୍ଭରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବର୍ଷ ଶେଷ ସୁଦ୍ଧା ଭ୍ୟାକ୍ସିନ ପ୍ରସ୍ତୁତ ହୋଇଯିବ ବୋଲି ସରକାର ଆଶା ରଖିଛନ୍ତି।

ମୋଦି ଦେଲେ ଉତ୍ତର, ଜାଣନ୍ତୁ କେବେ ଆସିବ ଭାରତ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କରୋନା ଭ୍ୟାକ୍ସିନ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତରେ ଗୋଟିଏ ନୁହେଁ, ଦୁଇଟି ନୁହେଁ, ତିନୋଟି ଟିକା ପରୀକ୍ଷାର ପର୍ଯ୍ୟାୟରେ ଅଛି। ବୈଜ୍ଞାନିକମାନଙ୍କଠାରୁ ସବୁଜ ସଙ୍କେତ ପାଇବା ମାତ୍ରେ ଦେଶ ସେହି ଟୀକାକୁ ବହୁ ପରିମାଣରେ ଉତ୍ପାଦନ କରିବାକୁ ପ୍ରସ୍ତୁତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ପ୍ରସ୍ତୁତି ଶେଷ ହୋଇଛି, ଦେଶର ସମସ୍ତଙ୍କୁ ଟିକା ଦେବା ପାଇଁ ସରକାର ପ୍ରସ୍ତୁତି ଶେଷ କରିଛନ୍ତି। ଦେଶରେ କରୋନା ପରୀକ୍ଷା କିପରି ତ୍ୱରାନ୍ୱିତ ହୋଇଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ କରୋନା ଆରମ୍ଭ ହେଲା, ଦେଶରେ ପରୀକ୍ଷା ପାଇଁ କେବଳ ଗୋଟିଏ ଲ୍ୟାବ ଥିଲା। ଆଜି ଦେଶରେ କରୋନା ପରୀକ୍ଷା ପାଇଁ 1,400 ରୁ ଅଧିକ ଲ୍ୟାବ ଅଛି।